ଆଜିର ଖାସ୍ ଖବର…

 ବଢୁଥିବା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ । ହେଲେ ରାଜ୍ୟ ଭିତରେ ପୂର୍ବ ଭଳି ବସ୍ ଚାଲୁ ରହିବ ।

 ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୪୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ମୋଟ୍ ୩୭୨୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୪୫୬୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୬୧୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ସାମାଜିକ ଦୂରତା ଓ ମାସ୍କ ନଥିଲେ ସିଲ ହେବ ଦୋକାନ । ଡୁମୁଡୁମା , ପଟିଆ , ଡମଣା , ୟୁନିଟ – ୪ , ୟୁନିଟ –୧ , ୟୁନିଟ – ୨ ସମେତ ବିଭିନ୍ନ ସ୍ଥାନରେ ଥିବା ମାର୍କେଟରେ କଡାକଡି ହେବ କଟକଣା ।

ଆଜିଠୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ । କ୍ଲାସ୍ ରେ ପାଠପଢା, ପରୀକ୍ଷା, ପ୍ରାକ୍ଟିକାଲ୍ ବାତିଲ କରାଯାଇଥିବା ବେଳେ ଆଜି ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଠିକ୍ ସମୟରେ ସାରିବା ପାଇଁ ଅନଲାଇନ୍ ମୋଡରେ କ୍ଲାସ୍ କରାଯିବ। କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ମୋଟ କ୍ଷମତାର ସର୍ବନିମ୍ନ ୫୦ ପ୍ରତିଶତ ଅଧ୍ୟାପକ ଓ ଅଣଅଧ୍ୟାପକଙ୍କୁ ନେଇ ଆଜିଠୁ ପରିଚାଳିତ ହେବ । ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ପ୍ରିନ୍ସିପାଲମାନେ ଅଫିସ୍ କାର୍ଯ୍ୟ ଓ ଏକାଡେମିକ୍ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ କର୍ମଚାରୀମାନଙ୍କର ରୋଷ୍ଟର ଡ୍ୟୁଟି କରିବେ।

ଆସନ୍ତାକାଲି କାଳ ବୈଶାଖୀ କିଛି ଆଶ୍ଵସ୍ତି ଆଣିପାରେ । ଆସନ୍ତା ୨୪ ଘଣ୍ଟା ପାଇଁ ୧୬ ଜିଲ୍ଲାକୁ ଆଲର୍ଟ କରାଯାଇଛି। ଏହି ସମୟରେ ଘଡଘଡି ସହ ବର୍ଷା ହୋଇପାରେ। ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଶ୍ରୀମନ୍ଦିରରେ ଆଜିଠାରୁ ନୂଆ SOP  ଲାଗୁ କରାଯାଇଛି। ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବା ବାଧ୍ୟତାମୂଳକ କରାଯାଇଛି । ଏହାସହ  ପରିଚୟପତ୍ର ମଧ୍ୟ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି ।

ରାଜଧାନୀରେ ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଦର୍ଶନ ବନ୍ଦ କରାଯାଇଛି। ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଲକଡାଉନ୍ ଲଗାଇବା ଓ କଟକଣା କଡାକଡି ନିଷ୍ପତ୍ତି ରାଜ୍ୟ ଉପରେ ଛାଡି ଦିଆଯାଇଛି : ଅମିତ ଶାହ ।

ଆଜି ଅପରାହ୍ନ ୧୨ଟାରେ ପ୍ରେସମିଟ୍‌ କରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । କରୋନା ସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାର ସମ୍ଭାବନା ରହିଛି ।

ଆସନ୍ତା ୨ ସପ୍ତାହ ଯାଏଁ ଭାରତକୁ ବିମାନ ଉଡାଣ ଉପରେ କଟକଣା ଲଗାଯାଇଛି ହଙ୍ଗକଙ୍ଗ । ଏପ୍ରିଲ ୨୦ ଅର୍ଥାତ୍ କାଲିଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ବାତିଲ କରିଛି ହଂକଂ ପ୍ରଶାସନ ।

ଫିଲିଫାଇନ୍ସ ଉପକୂଳକୁ ଏକ ବଡ ବାତ୍ୟା ମୁହାଁଇଛି । ଏହା ତାଣ୍ଡବ ରଚିପାରେ ବୋଲି ଅନୁମାନ କରାଯାଉଛି । ଏହାକୁ ୨୦୨୧ର ପ୍ରଥମ ବାତ୍ୟା ବୋଲି କୁହାଯାଉଛି । ଏହାସହ ଲୋକଙ୍କୁ ସତର୍କ ରହିବା ପାଇଁ ଦେଶର ପାଣିପାଗ ବିଭାଗ କହିଛି । ବାତ୍ୟା ସୁରିଗେ ଫିଲିପାଇନ୍ସ ସାଗରରେ ସୃଷ୍ଟି ହୋଇ ଧିରେଧିରେ ବାଇକଲ୍ ଅଞ୍ଚଳ ଆଡକୁ ମୁହାଇଁଛି । ତେବେ ଏହା ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା କମ୍ ରହିଛି । 

ନେପାଳରେ ୩ ଜଣ ରୁଷୀୟ ପର୍ବତାରୋହୀ ନିଖୋଜ ହୋଇଯାଇଛନ୍ତି । ମାଉଣ୍ଟ ଅନ୍ନପୂର୍ଣ୍ଣା – ୧ ଅରୋହଣ କରୁଥିବା ସମୟରେ ସର୍ଗି କୋନ୍ଦ୍ରାସ୍କିନ, ଆଲେକଜାଣ୍ଡର ଲୁଠୋକିନ ଓ ଡିମଟ୍ରି ସିନେଭ ୮୦୯୧ ମିଟର ଉଚ୍ଚରେ ଥିବା ଉତ୍ତର – କେନ୍ଦ୍ର ଅଂଚଳରେ ନିଖୋଜ ହୋଇଛନ୍ତି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରକାଶ ପାଇଲା ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି...

Mon Apr 19 , 2021
ବାସ୍ତବବ୍ୟୁରୋ: ପ୍ରକାଶ ପାଇଲା ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି । ମେ ୧୩ରେ ହେବ ପିପିଲି ଉପନିର୍ବାଚନ। ନାମାଙ୍କନ ଦାଖଲର ଶେଷ ତାରିଖ ଏପ୍ରିଲ ୨୬। ଏପ୍ରିଲ ୨୭ରେ ନାମାଙ୍କନ ଯାଞ୍ଚ୍ ଏବଂପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୨୯ । ଅନ୍ୟ ମାନଙ୍କର ପ୍ରାଥୀ ତ୍ୱ କାଏମ ରହିବ, କେବଳ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରାଯିବ । ଆପଣମାନେ ଜାଣିଛନ୍ତିକି ପ୍ରଦୀପ ମହାରଥୀଙ୍କ ବିୟୋଗ ରେ […]

You May Like

Pin It on Pinterest