ବାସ୍ତବବ୍ୟୁରୋ: ପ୍ରକାଶ ପାଇଲା ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି । ମେ ୧୩ରେ ହେବ ପିପିଲି ଉପନିର୍ବାଚନ। ନାମାଙ୍କନ ଦାଖଲର ଶେଷ ତାରିଖ ଏପ୍ରିଲ ୨୬। ଏପ୍ରିଲ ୨୭ରେ ନାମାଙ୍କନ ଯାଞ୍ଚ୍ ଏବଂପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୨୯ । ଅନ୍ୟ ମାନଙ୍କର ପ୍ରାଥୀ ତ୍ୱ କାଏମ ରହିବ, କେବଳ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରାଯିବ ।


ଆପଣମାନେ ଜାଣିଛନ୍ତିକି ପ୍ରଦୀପ ମହାରଥୀଙ୍କ ବିୟୋଗ ରେ ଖାଲିଥିବା ପିପିଲି ପାଇଁ ହେଉଥିବା ଉପନିର୍ବାଚନରେ , , କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ନିର୍ବାଚନ ସ୍ଥଗିତ ରହିଥିଲା । ଆଜି ଉପନିର୍ବାଚନ ପାଇଁ ପୁଣି ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ,ମେ’ ୧୩ ତାରିଖରେ ନିର୍ବାଚନ ହେବଏବଂ ୧୬ ତାରିଖରେ ଭୋଟ୍ ଗଣତି ହେବ । ତେବେ ଅଜିତ୍ଙ୍କ ପରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାହା ଦଳ ପକ୍ଷରୁ କିଛି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ |



