ଶନିବାର ଏବଂ ରବିବାର ରାଜ୍ୟର ସମସ୍ତ ଜିଲ୍ଲାର ସହରାଞ୍ଚରେ ସଟ୍‌ଡାଉନ୍…

ବାସ୍ତବବ୍ୟୁରୋ: ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ସାରା ରାଜ୍ୟରେ କୋକୁଆ ଭୟ ସୃଷ୍ଟି କରିଛି | ଏହାକୁ ନଜରରେ ରଖି ସାରା ରାଜ୍ୟରେ ସପ୍ତାହନ୍ତ ସଟ୍‌ଡାଉନ୍‌ ।ଆଜି ସଂଧ୍ୟରେ ସ୍ବତନ୍ତ୍ର ରିଲିଫ୍‌ କମିସ ଘୋଷଣା କରିଛନ୍ତିକି, ଶନିବାର ଏବଂ ରବିବାର ରାଜ୍ୟର ସମସ୍ତ ଜିଲ୍ଲାର ସହରାଞ୍ଚରେ ସଟ୍‌ଡାଉନ୍‌ ହେବ । ମେ ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ସାରା ରାଜ୍ୟରେ ସପ୍ତାହନ୍ତ ସଟ୍‌ଡାଉନ୍‌ ।

୩୦ଟି ଯାକ ଜିଲ୍ଲାରେ ରାତ୍ରୀ କାଳୀନ କର୍ଫ୍ୟୁ ବଳବତ୍ତର ରହିବ ବୋଲି, ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଘୋଷଣା ମୁତାବକ ସଟଡାଉନ୍ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିବ। ଏଥିସହ ଜରୁରୀ ସେବା ଯୋଗାଉଥିବା ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ। ସ୍ବାସ୍ଥ୍ୟସେବା, ବିଦ୍ୟୁତ ସେବା, ଜଳଯୋଗାଣ, ପରିମଳ, ଏଲପିଜି ଯୋଗାଣ, ମାଲ ପରିବହନ, ଜରୁରୀ ପରିବହନ, ବ୍ୟାଙ୍କ ଏଟିଏମ୍, ଔଷଧ ଦୋକାନ ଓ ଗଣମାଧ୍ୟମ ସଂସ୍ଥା ସଟଡାଉନ୍ ସମୟରେ କାର୍ଯ୍ୟ କରିବ। ତେବେ ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସ୍ବତନ୍ତ୍ର ପାସ ମିଳିବ ନାହିଁ, ସେମାନେ ନିଜ ସଂସ୍ଥାର ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ।

ସ୍ବତନ୍ତ୍ର ରିଲିଫ୍‌ କମିସନର କହିଛନ୍ତି, ଅନ୍ୟ ରାଜ୍ୟରେ ବଢୁଥିବା କରୋନା ପରିସ୍ତିତିକୁ ଦେଖି ,ରାଜ୍ୟ ସରକାର କୋଭିଡ୍‌-୧୯ ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଓଡିଶାରେ ପାଖାପାଖି ୧୦, ୫୦୦ରୁ ଉର୍ଦ୍ଧ୍ବ ବେଡ୍‌ ପ୍ରସ୍ତୁତି କରି ରଖାଯାଇଛି। ବିବାହ କାର୍ଯ୍ୟ ପାଇଁ ଅତି ବେଶିରେ ୫୦ ଜଣଙ୍କୁ ସାମିଲ ପାଇଁ ଅନୁମତି ଦିଆଯାଇଛି । ନିୟମ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ।’

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ଗତ ୨୪ ଘଣ୍ଟା ରେ ୪୭୬୧ କରୋନା ସଂକ୍ରମିତ ଚିହ୍ନଟ...

Tue Apr 20 , 2021
ବାସ୍ତବବ୍ୟୁରୋ:ଭୁବନେଶ୍ବର ୨୦।୦୪ : ରାଜ୍ୟରେ ଗତ ୨୪ ଘଣ୍ଟା ରେ ୪୭୬୧ କରୋନା ସଂକ୍ରମିତ ଚିହ୍ନଟ |ପ୍ରତିଦିନ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସରକାରଙ୍କ ସବୁପ୍ରକାର ପ୍ରଚେଷ୍ଟା ସତ୍ୱ କୁଳ ଲଂଘୁଛି କରୋନା | ଏବେ ସୁଧା ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୭୪୬୪ ରେ ପହଞ୍ଚିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୨୭୮୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୯୭୬ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ଜଣାପଡିଛି […]

You May Like

Pin It on Pinterest