ଆଜିର ଖାସ୍ ଖବର

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପ୍ରଥମ ସ୍ଥାୟୀ କୁଳପତି ଭାବରେ ପ୍ରଫେସର ଉମାବଲ୍ଲଭ ମହାପାତ୍ର ଆଜି (ମଙ୍ଗଳବାର) ଦାୟିତ୍ବ ଗ୍ରହଣ କରିଛନ୍ତି । 

ଭୁବନେଶ୍ୱରରେ ଥିବା ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ଧର୍ମଗୁରୁଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନେଇଛି ବିଏମ୍‌ସି ।

 ଆଜିଠାରୁ ୧୫ ଦିନ ବନ୍ଦ ରହିବ ସମ୍ବଲପୁର ବାର୍ । ନିର୍ବାହୀ ପରିଷଦ ବୈଠକରେ ବାର୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଜରୁରୀକାଳୀନ ଶୁଣାଣି ଭର୍ଚୁଆଲ ମୋଡରେ କରିବାକୁ ଜିଲ୍ଲା ଦୌରାଜଜଙ୍କୁ ବାର୍ ଅନୁରୋଧ କରିଛି । ଏହି ସମୟରେ ବାରର କାଉଣ୍ଟର ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ବାର୍ ସଭାପତି ଡକ୍ଟର ପ୍ରମୋଦ ରଥ ।

ନନ୍ଦନକାନନରୁ ୧୩ ପଶୁପକ୍ଷୀଙ୍କୁ ପଠାଯାଇଛି ମଧ୍ୟପ୍ରଦେଶ । ଜନ୍ତୁ ଅଦଳବଦଳ ପ୍ରକିୟାରେ ମଙ୍ଗଳବାର ନନ୍ଦନକାନନରୁ ୧୩ ପଶୁପକ୍ଷୀଙ୍କୁ ମଧ୍ୟପ୍ରଦେଶ ଇନ୍ଦୋର ଚିଡିଆଖାନାକୁ ପଠାଯାଇଛି । ଏମାନଙ୍କ ମଧ୍ୟରେ ଧଳା ବାଘୁଣୀ (ରାଗିଣୀ) ଓ କଳା ବାଘ (ଭିକି), ୩ଟି ଘଡିଆଳ କୁମ୍ଭୀର, ୮ ଟି ପିଜାଣ୍ଟକୁ ଇନ୍ଦୋର କମଳା ନେହୁର ପାର୍କ ପଠାଯାଉଛି ।

ହାଇଦର କେମିତି ଫେରାର ହେଲା? ଓ ଫେରାର ପଛରେ କିଏ ତାହା ଏବେବି ଏକ ବଡ଼ ପ୍ରଶ୍ନ ହୋଇ ରହିଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରି ଆଜି ଲେଖାଶ୍ରୀ ଏକ ପ୍ରେସ୍ ମିଟ୍ କରିଛନ୍ତି ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭୬୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୫୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୭୭୪୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୭୮୨୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୭୬୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ସ୍ବର୍ଗତ ଅଜିତ ମଙ୍ଗରାଜଙ୍କ ପରିବାରର କେହି ଜଣେ ସଦସ୍ୟ ହୁଅନ୍ତୁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଚାହୁଁଛନ୍ତି : ପ୍ରାର୍ଥୀ ଚୟନ କମିଟି ଅଧ୍ୟକ୍ଷ ପ୍ରଦୀପ ମାଝୀ   ।

ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀଙ୍କ ବିବାଦ ମାମଲା; ଆସନ୍ତା ମେ ୧୭ ତାରିଖରେ ଶୁଣାଣୀ କରିବେ କଟକ ଏସଡିଜିଏମ କୋର୍ଟ

ମେ ୧ରୁ ୧୮ ବର୍ଷରୁ ଉର୍ଦ୍ଧ ବର୍ଗଙ୍କୁ ଟିକାକରଣ ପାଇଁ ରାଜ୍ୟ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି । ସଟ୍‌ଡ଼ାଉନ୍ ସମୟରେ ଟିକାକରଣ ବନ୍ଦ ରହିବ : ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଏବର୍ଷ ବି ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ କେବଳ ପରମ୍ପରା ବଜାୟ ରଖିବା ପାଇଁ ପୋଲିସ୍ ଓ ସେବାୟତ ମାନଙ୍କ ଦ୍ୱାରା ରଥଟଣା ଯିବ

ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ ହୋଇଛି । ଏନେଇ CISEC ପକ୍ଷରୁ ଜାରି ହୋଇଛି ସୂଚନା । କରୋନା କାଳରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଏଭଳି ନିଷ୍ପତ୍ତି ନେଇଛି CISEC । 

ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୧୪ କୋଟି ୨୬ ଲକ୍ଷ ୭୭ ହଜାର ୭୯୨ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୦ ଲକ୍ଷ ୪୨ ହଜାର ୪୨୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୨ କୋଟି ୧୩ ଲକ୍ଷ ୮୮ ହଜାର ୧୦୩ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ୧ କୋଟି ୮୨ ଲକ୍ଷ ୪୭ ହଜାର ୨୬୩ ଜଣ ଲୋକ ସକ୍ରିୟ ଅଛନ୍ତି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ସିଏମସି ଜାରିକଳା ସ୍ଵତନ୍ତ୍ର ହେଲ୍ପ ଲାଇନ୍ ନମ୍ବର...

Tue Apr 20 , 2021
ବାସ୍ତବବ୍ୟୁରୋ: କଟକରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି , ସିଏମସି ଜାରିକଳା ସ୍ଵତନ୍ତ୍ର ହେଲ୍ପ ଲାଇନ୍ ନମ୍ବର । ସିଏମସି କମିଶନର ଅନନ୍ୟା ଦାସ,କଟକ ବାସୀଙ୍କୁ ଅନୁରୋଧ କରିଛନ୍ତିକି, ଯେ କୌଣସି ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ତୁରନ୍ତ ସିଏମସିକୁ ହେଲ୍ପ ଲାଇନ ନମ୍ବରରେ ଫୋନ କରିବା ପାଇଁ । ଏଥି ପାଇଁ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି ସିଏମସି । ନମ୍ବରଟି ହେଲା ୭୦୭୭୭୭୫୫୫୫ । […]

You May Like

Pin It on Pinterest