ବାସ୍ତବବ୍ୟୁରୋ:କଟକ ରେଳ ଷ୍ଟେସନରେ,କୁମ୍ଭମେଳାରୁ ଫେରିଥିବା ୩୦ ଜଣ ଲୋକଙ୍କର ନମୁନା ପରୀକ୍ଷା ରୁ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ମହାନଗର ନିଗମ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ କଟକ ରେଳ ଷ୍ଟେସନରେ କୋଭିଡ ଯାଞ୍ଚ ବେଳେ ୩୦ଟି ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୧୩ଜଣଙ୍କର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ କୁମ୍ଭମେଳାକୁ ଯାଇଥିବା ଲୋକେ, ରାଜ୍ୟକୁ ଫେରିବା ପାଇଁ କରୋନାର ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରିଥିଲେ । ଆଉ ଏବେ କୁମ୍ଭ ମେଳାରୁ ଫେରିଥିବା ୩୦ଜଣ ଙ୍କ ମଧ୍ୟରୁ ୧୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।