ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ,ମାଟ୍ରିକ ପରୀକ୍ଷା ବାତିଲ ନେଇ ଘୋଷଣା କରିଛନ୍ତି..

ବାସ୍ତବବ୍ୟୁରୋ: ଭୁବନେଶ୍ୱର:ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ,ଛାତ୍ର ଛାତ୍ରୀ ତଥା ଅଭିଭାବକଙ୍କ ଦାବି ଓ କରୋନା ସଂକ୍ରମଣକୁ ନଜରରେ ରଖି, ଶେଷରେ ମାଟ୍ରିକ ପରୀକ୍ଷା ବାତିଲ କରିଛନ୍ତି |ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ବୋର୍ଡ ପକ୍ଷରୁ ଧାର୍ଯ୍ୟ ପଦ୍ଧତି ଆଧାରରେ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ। ଯେଉଁମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ହେବେ ସେମାନଙ୍କ ପାଇଁ ପରବର୍ତ୍ତୀ ସମୟରେ ପରୀକ୍ଷା କରାଯିବ। ଯଦି ମିଳିଥିବା ମାର୍କକୁ ନେଇ କୌଣସି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥାନ୍ତି ତେବେ ସ୍ଥିତି ସୁଧୁରିଲେ ସେ ଚାହିଁଲେ ପରୀକ୍ଷା ଦେଇପାରିବେ |

ମଦ୍ରାସା ବୋର୍ଡ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି | ହେଲେ କେଉଁ ପଦ୍ଧତିରେ ମାର୍କ ମିଳିବ ତାହା ପରେ ନିଷ୍ପତ୍ତି ନିଆଯିବ | ଆସନ୍ତା ମେ ୧୯ ତାରିଖରେ ମାଟ୍ରିକ ପରୀକ୍ଷା ହେବାର ଥିଲା | କିନ୍ତୁ କରୋନା ସଂକ୍ରମଣ ବୃଦ୍ଧି ହେତୁ ମୁଖ୍ୟମନ୍ତ୍ରୀ ଏହାକୁ ସ୍ଥଗିତ ନେଇ ଘୋଷଣା କରିବା ସହ ଚୂଡ଼ାନ୍ତ ନିଷ୍ପତ୍ତି ପରେ ହେବ ବୋଲି କହିଥିଲେ। ଫଳରେ ଛାତ୍ରଛାତ୍ରୀ ତୁରନ୍ତ ଏ ନେଇ ନିଷ୍ପତ୍ତି ଲାଗି ଗତକାଲି ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ଆଜି ଗଣଶିକ୍ଷା ମନ୍ତ୍ରୀ ମାଟ୍ରିକ ପରୀକ୍ଷା ବାତିଲ୍ ନିଷ୍ପତ୍ତି ଘୋଷଣା କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା ର ଟ୍ରିପଲ୍ ମ୍ୟୁଟାଣ୍ଟ ଆସିଛି କି? ଡବଲ୍ ମ୍ୟୁଟାଣ୍ଟ ଗତି ବୃଦ୍ଧି କରିସାରିଛି....

Wed Apr 21 , 2021
କରୋନାଙ୍କ ଦ୍ରୁତ ଗତିରେ ବଢୁଥିବା ମାମଲା ମଧ୍ୟରେ ଆଉ ଏକ ଆଲାର୍ମ ଘଣ୍ଟି |ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ ପରେ, ବର୍ତ୍ତମାନ ଟ୍ରିପଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟର ଏଣ୍ଟ୍ରି!ମହାରାଷ୍ଟ୍ର, ଦିଲ୍ଲୀ, ବଙ୍ଗଳା ଏବଂ ଛତିଶଗଡର ନମୁନାରେ ନୂତନ ପରିବର୍ତ୍ତନ | ବାସ୍ତବବ୍ୟୁରୋ:ଭାରତରେ କରୋନା ମାମଲା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନା ର ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ ଏହା ପଛର କାରଣ ବୋଲି ବିଶ୍ୱାସ କରାଯାଏ | ଗତ ବର୍ଷ ଅକ୍ଟୋବରରେ […]

You May Like

Pin It on Pinterest