
ଦୁଇଦିନ ପୂର୍ବରୁ ଆମେ ଖବର ପ୍ରକାଶ କରିଥିଲୁକି, ଆସିଛିକି ଟ୍ରିପିଲ ମ୍ୟୁଟାଣ୍ଟ ? ଆଜି ଏହାର ଉତ୍ତରରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ କହିଛନ୍ତି ଯେ,ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିନାହିଁ । ସେ ଆହୁରିମଧ୍ୟ କହିଛନ୍ତି, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ରେ ଟ୍ରିପିଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଛି। ଏହି ନୂଆ ଭୂତାଣୁଶୀଘ୍ର ବ୍ୟାପୁଛି। ଏହି ଭୁତାଣୁକୁ କୋଭିଡ ଟିକା ରୋକିବ କି ନାହିଁ ତାହା ଅନୁଧ୍ୟାନ କରାଯାଉଛି ।
ଦୁଇଟି ଡୋଜ ନେବା ପରେ ସଂକ୍ରମଣ କମ ହେବା ଆଶଙ୍କା କରାଯାଏ.ତେଣୁ ୨ୟ ଡୋଜ ନିଅନ୍ତୁ। ରାଜ୍ୟ ସରକାର ଘରୋଇ ହସ୍ପିଟାଲକୁ ଟିକା ଦେବେ ନାହିଁ । ଘରୋଇ ହସ୍ପିଟାଲ ୬୦୦ ଟଙ୍କାରେ, ଟିକା ଉତ୍ପାଦନ ସଂସ୍ଥା ଠାରୁ ଟୀକା କିଣିବେ।ଓଡ଼ିଶାରେଏବେ ସୁଧା ୫୪ ଲକ୍ଷ ଡୋଜ ଟୀକା କାରଣ କରାଯାଇଛି |ସାରା ଦେଶରେ ୧୩କୋଟିରୁ ଅଧିକ ଟିକା ଦିଆ ସରିଛି। ଟିକା ନେଲେ ମୃତ୍ୟୁ ହାର କମ୍ ରହିବ ଅଧିକ ସଂକ୍ରମଣ ହେବ ନାହିଁ । ଓଡ଼ିଶାରେ ଟିକାର ପ୍ରଥମ ଡୋଜ ନେଇ ପାଖାପାଖି ୫୦ଜଣ ସଂକ୍ରମଣ ହେଇଛନ୍ତି। ଦ୍ୱିତୀୟ ଡୋଜ ନେଲେ ସଂକ୍ରମଣ ହେବ ନାହିଁ। ଶନି ଓ ରବିବାର ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ।



