ବାସ୍ତବବ୍ୟୁରୋ:ତାଳଚେରସ୍ଥିତ ଏମ୍ସିଏଲ୍ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଉ , ଏକତା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ରାଜ୍ୟରେ କରୋନା ପରିସ୍ଥିତି ଅଣାୟତ୍ତ ହେବାର ଲାଗିଛି, ଦିକୁ ଦିନ ବଢ଼ି ଚାଲିଛି ସଂକ୍ରାମିତଙ୍କ ସଂଖ୍ୟା | ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ବି ଉପରମୁହାଁ ରହିଛି ସଂକ୍ରମଣ ଗ୍ରାଫ।ତେଣୁ ତାଳଚେରସ୍ଥିତ ଏମ୍ସିଏଲ୍ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରିବାକୁ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ସମ୍ପର୍କରେ ସେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଅନୁରୋଧ ମଧ୍ୟ କରିଛନ୍ତି ।
ଏମସିଏଲ୍ ହସ୍ପିଟାଲକୁ କୋଭି଼ଡ୍ ହସପିଟାଲ ଭାବେ ଘୋଷଣା କରିବାକୁ ଧର୍ମେନ୍ଦ୍ର କେନ୍ଦ୍ର ମନ୍ତ୍ରୀ ଯୋଶୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିବା ସହ ହସ୍ପିଟାଲରେ ଖୁବ ଶୀଘ୍ର ICU ସୁବିଧା ସହ ଶହେଟି ଭେଣ୍ଟିଲେଟର ବ୍ୟବସ୍ଥା କରିବାକୁ ସେ ଚିଠିରେ ଦାବି କରିଛନ୍ତି ।


