
ବାସ୍ତବବ୍ୟୁରୋ: ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ରାଜ୍ୟ ସରକାରଙ୍କୁ ପରାମର୍ଶ | ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟରେ କୋଭିଡ ଟେଷ୍ଟିଂ ବଢ଼ାଯିବା ଉପରେ ଗୁରତ୍ୱ ଦେବାପାଇଁ କହିଛନ୍ତି | କରୋନାକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ସେ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଭାରତର ୬ଟି ହାଇକୋର୍ଟ ଓ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।ଏଭଳି ସଂକଟଜନକ ସ୍ଥିତିରେ ଟେଷ୍ଟିଂ ବଢ଼ାଯିବା ଦରକାର ବୋଲି ସେ କହିଛନ୍ତି । ଟେଷ୍ଟିଂ କିଟର ଉତ୍କଟ ଅଭାବ ଯୋଗୁଁ ଟେଷ୍ଟିଂ ଆଗକୁ ଯାଇପାରୁନି । ରାଜ୍ୟ ସରକାରଙ୍କ ପଦସ୍ଥ ଅଧିକାରୀମାନେ ଟେଷ୍ଟିଂ କିଟ୍ ଓ ପିପିଇ କିଟ୍ ପରିମାଣ ବଢ଼ାନ୍ତୁ ଓ ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ।
ଓଡିଶା ସରକାର ଅନ୍ୟ ରାଜ୍ୟକୁ ଅକ୍ସିଜେନ ପଠାଇବା ପ୍ରଶଂସନୀୟ କାର୍ଯ୍ୟ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି କି,ପଶ୍ଚିମବଙ୍ଗ ଓ ଓଡ଼ିଶା ସୀମାନ୍ତରେ ଶହେ ଗଳାବାଟ ଅଛି । ତେଣୁ ସବୁ ବାଟକୁ ଜଗିବା ଦରକାର । ପଶ୍ଚିମବଙ୍ଗ ପ୍ରସଙ୍ଗକୁ ଗୁରୁତର ସହ ନେବା ଦରକାର । ପୋଲିସ ମୋବାଇଲ ଭ୍ୟାନ୍ ଅଧିକ କରାଯିବା ଦରକାର। ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ ଜିଲ୍ଲାରେ ମୋବାଇଲ ଭ୍ୟାନ ଅଧିକ ବୁଲିବା ଦରକାର। ସବୁ ଷ୍ଟେସନରେ ରେଳ ନ ରହୁ । ଆଇଜି ସ୍ତରର ଅଫିସର ମୁତୟନ କରାଯାଉ ।
ପ୍ରବାସୀଙ୍କ ସମସ୍ୟାକୁ ନଜରରେ ରଖି ସେ ଉଦ୍ବେଗ ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟରେ ଓଡିଆ ଲୋକଙ୍କର ଦୟନୀୟ ଭାବେ ମୃତ୍ୟୁ ହେଉଛି । ବେଡ୍ ନାହିଁ କି ଚିକିତ୍ସା ମିଳୁନି । ତେଣୁ ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀଙ୍କ ପାଇଁ ଥିବା ୪ଟି ଓଡିଶା ଭବନକୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଭାବେ ବ୍ୟବହାର କରାଯାଉ । ଟୋଲ ଫ୍ରି ନମ୍ବର ଜାରି କରାଯାଉ ଓ ସହଯୋଗ ଦିଆଯାଉ । ସୀମାନ୍ତ ଜିଲ୍ଲାରେ ମୋବାଇଲ ଟେଷ୍ଟିଂ ଭ୍ୟାନ ଜରିଆରେ ଟେଷ୍ଟିଂ କରାଯାଉ। କୋଭିଡ ଯୋଦ୍ଧାଙ୍କ ସ୍ପୃହା କମିଛି । ତେଣୁ ସେମାନଙ୍କ ପାଇଁ ଇନସେଣ୍ଟିଭ ବ୍ୟବସ୍ଥା କରାଯାଉ। ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିବା ସହ ଟିକା ଦିଆଯାଉ।



