
ବାସ୍ତବବ୍ୟୁରୋ:(ଅନୁଗୋଳ) ଦେଶରେ କରୋନା ସଂକ୍ରମଣ ପାଇଁ ଦେଖାଦେଇଥିବା ଅକ୍ସିଜେନ୍ ସଙ୍କଟ ବେଳେ, ଓଡିଶା ବଢାଇଛି ସହଯୋଗର ହାତ। କିଛି ରାଜ୍ୟକୁ ଅକ୍ସିଜେନ୍ ସଙ୍କଟରୁ ମୁକୁଳେଇବା ପାଇଁ ଶୁକ୍ରବାର ଦିନ ଓଡିଶାରୁ ଦିଲ୍ଲୀ, ବିଶାଖାପାଟଣା ଓ ପୁଣେ ଅଭିମୁଖେ ଅକ୍ସିଜେନ୍ ଟ୍ୟାଙ୍କର ଯାଇଥିବା ବେଳେ ଶନିବାର (ଆଜି) ପୁଣି ୨ଟି ଅକ୍ସିଜେନ୍ ବୋଝେଇ ସିଲିଣ୍ଡର ଗାଡି ହାଇଦ୍ରାବାଦ ଆଉ ବିଶାଖାପାଟଣାକୁ ଯାଇଛି । ଏହି ଦୁଇଟି ଗାଡ଼ିରେ ୪୪ ଟନ ଅକ୍ସିଜେନ୍ ଯାଇଥିବା ସୂଚନା ମିଳିଛି।ଏସ୍କର୍ଟ ଗାଡି ଆଗପଛ ଗ୍ରୀନ୍ କରିଡର କରି ଦୁଇଟି ଗାଡିକୁ ନେଉଛନ୍ତି ।



