ବାସ୍ତବବ୍ୟୁରୋ:(ପୁରୀ) ଶ୍ରୀମନ୍ଦିରରେ କାଳିଆ ଦର୍ଶନରେ ଲାଗିଲା କଟକଣା।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେ’ ୧୫ ଯାଏ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା | ଶ୍ରଦ୍ଧାଳୁମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା, କରିପାରିବେନି ଶ୍ରୀଜିଉଙ୍କ ଦର୍ଶନ । ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।
ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କାୟା ବିସ୍ଥାରୁଥିବାରୁ, ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ରୋକ ଳଗାଇବାକୁ ସେବାୟତ ପ୍ରସ୍ତାବ ଦେଇଥିଲେ । ସେବାୟତଙ୍କ ପ୍ରସ୍ତାବ ଅନୁଯାଇ ନିର୍ବିଘ୍ନ ନୀତିକାନ୍ତି ପାଇଁ ସେବାୟତ ସୁସ୍ଥ ରହିବା ନିହାତି ଜରୁରୀ ଥିବାରୁ ଏପରି ନିଷ୍ପତିର ଆବଶ୍ୟକତା ରହିଛି ।ଏହାକୁ ବିଚାର କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେ’ ୧୫ ଯାଏ ଶ୍ରଦ୍ଧାଳୁଙ୍କ ମଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି।