ଆଜିର ଖାସ୍ ଖବର

୧-ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷା ସମ୍ଭାବନା।

୨-‘ମୋ ସରକାର’ ପାଇଁ ସବୁ ଜିଲ୍ଲାରେ ପୁଲିସର ପ୍ରସ୍ତୁତି।୧୪ରେ ସବୁ ଧାନା ଅଧିକାରୀଙ୍କ ସହିତ କଥା ହେବେ ମୁଖ୍ୟମନ୍ତ୍ରୀ।

୩-ଗୁଜରାଟ ସରକାର ଟ୍ରାଫିକ ଜୋରିମାନାକୁ ୨୫ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ କମ୍‌ କଲେ , ଓଡ଼ିଶାରେ ବି କମ୍ ହୋଇପାରେ ଜୋରିମାନା।

୪-ପାର୍ଲିଆମେଣ୍ଟରୁ କେନ୍ଦ୍ରୀୟ ୬ ଜଣିଆ ଅଧିକାରୀଙ୍କ ଠାରୁ ଆସନ୍ତା ୧୩ ଓ ୧୪ରେ ବିଧାୟକମାନେ ନେବେ ଟ୍ରେନିଂ।

୫-ମୋଦିଙ୍କ ପ୍ରିୟ ପ୍ରମୋଦ ମିଶ୍ର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଓଡିଆ ପୁଅ।

୬-ଥାନାର ରିପୋର୍ଟ କାର୍ଡ ! ଅଭିଯୋଗକାରୀଙ୍କ ଠାରୁ ଫିଡ୍‌ବ୍ୟାକ୍ ନେଲେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ।

୭-କେବିସି ସିଜନ ୧୧ର ପ୍ରଥମ କୋଟି ପତି ହେଲେ ବିହାରର ଯୁବକ ସନୋଜ ରାୟ, ଗୁରୁବାର ହେବ ଏହାର ପ୍ରସାରଣ।

୮-ପାକିସ୍ତାନକୁ ପୁଣି ବଡ ଝଟକା- କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ମନାକଲା ଜାତିସଂଘ।

୯-ସମ୍ବଲପୁର: ସଡ଼କ ଦୁର୍ଘଟଣାକୁ ନେଇ ତାତିଲେ ଲୋକେ, କାର୍‌ରେ ଲଗାଇଦେଲେ ନିଆଁ।

୧୦-ମମତା ବାନାର୍ଜୀଙ୍କ ଘୋଷଣା, ପଶ୍ଚିମବଙ୍ଗରେ ଲାଗୁ ହେବାକୁ ଦେବୁ ନାହିଁ ସଂଶୋଧିତ ମୋଟର ଯାନ ଆକ୍ଟ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୂର୍ବ ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ

Thu Sep 12 , 2019
ନୂଆଦିଲ୍ଲୀ(ବାସ୍ତବ ବ୍ୟୁରୋ) : ପୂର୍ବ ଲଦାଖ ଅଞ୍ଚଳ ସୀମାରେ ଚୀନ ସେନା ଓ ଭାରତୀୟ ସେନାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଅନେକ ସମୟ ଧରି ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପାଙ୍ଗଙ୍ଗ୍‌ ହ୍ରଦର ୧୩୪ କିଲୋମିଟର ଉତ୍ତରରେ ଏହି ଘଟଣା ଘଟିଥିଲା। ତେବେ ଆଲୋଚନା ପରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି। ପାଙ୍ଗଙ୍ଗ୍‌ ହ୍ରଦ ଚୀନରେ ଦୁଇ ତୃତୀୟାଂଶ ରହି ଥିବାବେଳେ ଭାରତରେ ଗୋଟିଏ ଭାଗ […]

You May Like

Pin It on Pinterest