ଗତ ୨୪ ଘଣ୍ଟାରେ ରାଜ୍ୟର ସଂକ୍ରମିତ ହାର କମିଛି…

ବାସ୍ତବବ୍ୟୁରୋ:କରୋନାର ଦ୍ୱିତୀୟ ଲହରରେ ଦେଶ ତ୍ରାହି ତ୍ରାହି ଡାକୁଥିବାବେଳେ,ଚତୁର୍ଥ ଦିନ ପାଇଁ ରାଜ୍ୟରେ ୬ ହଜାର ଉପରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେବି,ଗତ ୩ ଦିନ ଠାରୁ ସଂକ୍ରମିତ ହାର ଟିକେ କାମ ଅଛି | ଗତ ୨୪ ଘଣ୍ଟାରେ ୬,୧୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ୬,୧୧୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩,୫୪୬ କ୍ୱାରେଣ୍ଟାଇନ୍‌ରେ ଥିଲାବେଳେ, ୨୫୭୦ଟି ହେଉଛି ସ୍ଥାନୀୟ ବାସିନ୍ଦା ।

ସର୍ବାଧିକ ୮୭୫ ଜଣ ସଂକ୍ରମଣ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ରୁ ୭୮୫ ଜଣ ଚିହ୍ନଟ ହୋଇଛନ୍ତି। ନୂଆପଡ଼ାରୁ ୪୩୦ ଜଣ କଟକରୁ ୩୪୩, ଯାଜପୁରରୁ ୩୨୪, କଳାହାଣ୍ଡିରୁ ୩୨୧ ଓ ନବରଙ୍ଗପୁରରୁ ୩୧୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ଜିଲ୍ଲାରୁ ୧୫୧ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୨, ବରଗଡ଼ରୁ ୨୬୨, ଭଦ୍ରକରୁ ୮୭, ବଲାଙ୍ଗିରରୁ ୧୮୯, ବୌଦ୍ଧରୁ ୩୨, ଦେବଗଡ଼ରୁ ୩୯, ଢେଙ୍କାନାଳରୁ ୮, ଗଜପତିରୁ ୭୮, ଗଞ୍ଜାମରୁ ୧୩୪, ଜଗତସିଂହପୁରରୁ ୭୩, ଝାରସୁଗୁଡ଼ାରୁ ୨୫୪, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୪୬, କେନ୍ଦୁଝରରୁ ୧୧୮, କୋରାପୁଟରୁ ୭୧, ମାଲକାନଗିରିରୁ ୩୨, ମୟୂରଭଞ୍ଜରୁ ୧୫୮, ନୟାଗଡ଼ରୁ ୯୯, ପୁରୀରୁ ୧୮୦, ରାୟଗଡ଼ାରୁ ୧୦୪, ସମ୍ବଲପୁରରୁ ୨୮୦ ଓ ସୋନପୁରରୁ ୮ ଜଣ ଚିହ୍ନଟ ହୋଇଛନ୍ତି। ଏଥି ସହ ଷ୍ଟେଟ୍‌ ପୁଲ୍‌ରୁ ୧୭୯ ଜଣ ଚିହ୍ନଟ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାଇ ୬,୧୧୬ଟି ନୂଆ କେସ୍ ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୭,୪୫୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୫୯,୪୬୭ ଜଣ ସୁସ୍ଥ ହୋଇ ଥିବାବେଳେ, ୪୫,୯୪୯ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣ ନୂଆ ମୃତ୍ୟୁ ମାମଲା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୮୮ରେ ପହଞ୍ଚିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Apr 25 , 2021
ଆଜି (ରବିବାର) ହେଉଛି ସଟଡାଉନର ଦ୍ୱିତୀୟ ଦିନ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୮୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୦୭୪୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୫୯୪୯ଟି […]

You May Like

Pin It on Pinterest