ଆଜିର ଖାସ୍ ଖବର

ଆଜି (ରବିବାର) ହେଉଛି ସଟଡାଉନର ଦ୍ୱିତୀୟ ଦିନ ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୮୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୦୭୪୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୫୯୪୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୫୯୪୬୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଦୁଇ ଚାରି ଦିନ ଭିତରେ କାର୍ଯ୍ୟକ୍ଷମ ହେବ ଅନଗୁଳ ଜିଲ୍ଲାର କୋଭିଡ ହସ୍ପିଟାଲ। ପୁଣିଥରେ ସମ୍‌ ହସ୍ପିଟାଲ ପରିଚାଳନା ଦାୟିତ୍ବ ନେଇଥିବା ଜିଲ୍ଳାପାଳ ସୂଚନା ଦେଇଛନ୍ତି। 

ଆସନ୍ତାକାଲିଠୁ ମେ ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଗଞ୍ଜାମ ପ୍ରଶାସନ । ମେଡିସିନ୍ ଷ୍ଟୋର ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରଖିବାକୁ ହୋଇଛି ନିଷ୍ପତ୍ତି । ଲୋକଙ୍କ ସୁବିଧା ପାଇଁ ହୋମ୍ ଡେଲିଭେରୀ ସେବା ଯୋଗାଇ ଦିଆଯିବ । ଆସିକା ଚାମ୍ବର ଅଫ୍ କମର୍ସ ପକ୍ଷରୁ ଏହି ଘୋଷଣା କହିଛନ୍ତି ।

ଆଜି ସର୍ବାଧିକ ୪୨.୧ ଡିଗ୍ରୀ ସେଲସିୟସ୍ ସହ ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି ଭୁବନେଶ୍ବର। ସେହିପରି ରାଜ୍ୟର ୧୨ଟି ସହରର ପାରଦ ୪୦  ଉପରେ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି ରାଜ୍ୟରେ ବେଡ ମହଜୁଦ ଅଛି । ଯେଉଁଠି ଆବଶ୍ୟକ ବ୍ୟବସ୍ଥା ହେଉଛି । ରାଜ୍ୟରେ ଅକ୍ସିଜେନ ଉପଯୁକ୍ତ ପରିମାଣର ମହଜୁଦ ଅଛି. କୋଭିଡ କେୟାର ସେଣ୍ଟରରେ ମଧ୍ୟ ଅକ୍ସିଜେନ ବ୍ୟବସ୍ଥା କରାଯାଇଛି । ମେ ମାସ ବେଳକୁ କରୋନା ପିକରେ ରହିବା ସମ୍ଭାବନା ଅଛି  : ଡିଏମଇଟି ସିବିକେ ମହାନ୍ତି 

ଖୋର୍ଦ୍ଧା ର ପୋଡାଡିହ ଗ୍ରାମ ବରସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ । ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି । ଆସନ୍ତା ୩୦ ତାରିଖ ରାତି ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା । ଅବରୋଧ ଅଞ୍ଚଳକୁ ସାନିଟାଇଜ ପାଇଁ ବେଗୁନିଆ ଅଗ୍ନିଶମ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ଭାରତ ବାୟୋଟେକ୍ ପକ୍ଷରୁ ଦେଶୀ ଟିକା କୋଭାକ୍ସିନର ଦର ଘୋଷଣା କରାଯାଇଛି । ରାଜ୍ୟ ସରକାର କୋଭାକ୍ସିନ୍ ଡୋଜ୍ ପିଛା ୬୦୦ ଟଙ୍କାରେ କିଣିବେ । ଘରୋଇ ହସ୍ପିଟାଲକୁ କୋଭାକ୍ସିନ୍ ଡୋଜ୍ ପିଛା ୧୨୦୦ ଟଙ୍କା ଦେବାକୁ ପଡ଼ିବ। କେନ୍ଦ୍ର ସରକାର କୋଭାକ୍ସିନ୍ ଡୋଜ୍ ପିଛା ୧୫୦ ଟଙ୍କାରେ କିଣିବେ । ଉତ୍ପାଦନର ୫୦ ପ୍ରତିଶତ ଭ୍ୟାକ୍ସିନ୍ କେନ୍ଦ୍ର ନେବ ।

ପଶ୍ଚିମବଙ୍ଗ ଫେରାନ୍ତଙ୍କ ପାଇଁ କମିଲା କ୍ବାରେଣ୍ଟାଇନ ସମୟ ସୀମା  ଏବେ ପଶ୍ଚିମବଙ୍ଗ ଫେରନ୍ତା ୧୪ ନୁହେଁ ବରଂ ୭ ଦିନ କ୍ୱାରେଣ୍ଟାଇନରେ ରହିବେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସିବାର ୪୮ ଘଣ୍ଟା ପୂର୍ବରୁ ଯେଉଁମାନଙ୍କର ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବ କିମ୍ବା ଟିକାର ଉଭୟ ଡୋଜ ନେଇଥିବେ ସେମାନେ ଓଡ଼ିଶା ଆସିବା ପରେ ୭ ଦିନଆ ହୋମ୍ କ୍ୱାରେଣ୍ଟାଇନରେ ରହିବେ ।

ଦିଲ୍ଲୀରେ ଲକଡାଉନ୍ ଆଉ ୭ ଦିନ ବଢାଇବାକୁ ବିଚାର କରୁଛନ୍ତି ଦିଲ୍ଲୀ ସରକାର । ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଲକଡାଉନ୍ ବଢାଇବାକୁ ଚିନ୍ତା କରୁଛନ୍ତି । ଏନେଇ ଆଜି (ରବିବାର) ହିଁ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

ଆଜି ବିଶ୍ବ ମ୍ୟାଲେରିଆ ଦିବସ। ମ୍ୟା‌ଲେରିଆ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଏପ୍ରିଲ ୨୫ତାରିଖରୁ ଏହାକୁ ବିଶ୍ବବ୍ୟାପୀ ପାଳନ କରାଯାଉଛି। ଚଳିତବର୍ଷ ବିଶ୍ବ ମ୍ୟାଲେରିଆ ଦିବସର ବିଷୟବସ୍ତୁ ରହିଛି ‘ଶୂନ୍ୟ ମ୍ୟାଲେରିଆ ଲକ୍ଷରେ ପହଞ୍ଚିବା’।

ବ୍ରିଟେନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଶନିବାର ସୋସିଆଲ ମିଡିଆ ଜରିଆରେ ଭାରତକୁ ସହାଯ୍ୟ ପାଇଁ ଅନୁରୋଧ କରିଛନ୍ତି । କରୋନା ସଙ୍କଟରେ ଭାରତକୁ ଅକ୍ସିଜେନ୍ ଓ ମେଡିକାଲ ସପ୍ଲାଏ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେ ବ୍ରିଟେନ ସରକାରଙ୍କୁ କହିଛନ୍ତି ।

ଭାରତରେ କୋଭିଡ୍-୧୯ ସଙ୍କଟ ‘ହୃଦୟବିଦାରକ’ : ସାମାଜିକ କର୍ମୀ ଗ୍ରେଟା ଟୁନ୍‌ବର୍ଗ  । ଭାରତକୁ ଏହି ସଙ୍କଟରୁ ମୁକ୍ତି ଦେବା ନିମନ୍ତେ ଆଗେଇ ଆସି ସାହାଯ୍ୟ କରିବା ଲାଗି ମଧ୍ୟ ସେ ବିଶ୍ବ ସମ୍ପ୍ରଦାୟକୁ ନିବେଦନ କରିଛନ୍ତି।

 ଆଜି (ରବିବାର) ଇରାକ୍‌ର ରାଜଧାନୀ ବାଗ୍‌ଦାଦ୍‌ରେ ଥିବା ‘ଇବନ୍ ଅଲ୍‌-ଖାତିବ୍‌ ହସ୍ପିଟାଲ୍‌’ର ‘କରୋନାଭାଇରସ୍‌ ଇଣ୍ଟେନ୍‌ସିଭ୍ କେୟାର୍‌ ୟୁନିଟ୍‌’ରେ ନିଆଁ ଲାଗିଯିବାରୁ ଅନ୍ୟୂନ ୨୩ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅକ୍ସିଜେନ୍‌ ସିଲିଣ୍ଡର୍‌ ଗଚ୍ଛିତ ରଖିବାରେ ତ୍ରୁଟି ଯୋଗୁଁ ବିସ୍ଫୋରଣ ଘଟି ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରୋଗୀଙ୍କ ଦୁରାବସ୍ଥା ଦେଖି କାନ୍ଦିଲେ ଡାକ୍ତର....

Sun Apr 25 , 2021
ବାସ୍ତବବ୍ୟୁରୋ:ରୋଗୀଙ୍କ ଦୁରାବସ୍ଥା ଦେଖି କାନ୍ଦିଲେ ଡାକ୍ତର, ଦିଲ୍ଲୀର ବାତ୍ରା ହସ୍ପିଟାଲର ମୁଖ୍ୟ ଡାକ୍ତର ଏସସି ଏଲ ଗୁପ୍ତା ,ଶନିବାର ଦିନ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ କୁ ନେଇ ସାମ୍ବାଦିକ ଆଗରେ କାନ୍ଦି ପକାଇଥିଲେ | କାନ୍ଦି କାନ୍ଦି ଶ୍ରୀ ଗୁପ୍ତା କହିଥିଲେ,ମୁ ଲୋକ ମାନଙ୍କୁ ନିବେଦନ କରୁଛି ଯେଉଁଠାରେ ଅକ୍ସିଜେନ ମିଳୁଛି ସେଠାକୁ ରୋଗୀ ମାନଙ୍କୁ ନିଅନ୍ତୁ |ଏଥି ଅକ୍ସିଜେନ ନାହିଁ ମୋ ଆଖି ଆଗରେ ସେମାନଙ୍କ ମୃତୁ ମୁ […]

You May Like

Pin It on Pinterest