
ବାସ୍ତବବ୍ୟୁରୋ:ରୋଗୀଙ୍କ ଦୁରାବସ୍ଥା ଦେଖି କାନ୍ଦିଲେ ଡାକ୍ତର, ଦିଲ୍ଲୀର ବାତ୍ରା ହସ୍ପିଟାଲର ମୁଖ୍ୟ ଡାକ୍ତର ଏସସି ଏଲ ଗୁପ୍ତା ,ଶନିବାର ଦିନ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ କୁ ନେଇ ସାମ୍ବାଦିକ ଆଗରେ କାନ୍ଦି ପକାଇଥିଲେ | କାନ୍ଦି କାନ୍ଦି ଶ୍ରୀ ଗୁପ୍ତା କହିଥିଲେ,ମୁ ଲୋକ ମାନଙ୍କୁ ନିବେଦନ କରୁଛି ଯେଉଁଠାରେ ଅକ୍ସିଜେନ ମିଳୁଛି ସେଠାକୁ ରୋଗୀ ମାନଙ୍କୁ ନିଅନ୍ତୁ |ଏଥି ଅକ୍ସିଜେନ ନାହିଁ ମୋ ଆଖି ଆଗରେ ସେମାନଙ୍କ ମୃତୁ ମୁ ଦେଖି ପାରୁନି |
ସେମାନେ କାହାର ମା କାହାର ବାପା କାହାର ଭାଇ ବା ଭଉଣୀ,ମୋ ଆଗରେ ମୋ ଆତ୍ମୀୟଙ୍କ ଏପରି ଅବସ୍ଥା ଯଦି ହୁଏ,ମତେ କିପରି ଲାଗିବ ମୁ ଅନୁଭବ କରୁଛି |ତେଣୁ ହାତ ଯୋଡି ନିବେଦନ କରୁଛି ସେମାନଙ୍କୁ ବନ୍ଚାନ୍ତୁ ,ଯେଉଁଠି ଅକ୍ସିଜେନ ଅଛି ସେଠାକୁ ନିଅନ୍ତୁ |