ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ପଦକ୍ଷେପ ସବୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେବ…

Photo: Social media

ବାସ୍ତବବ୍ୟୁରୋ:( ନୂଆଦିଲ୍ଲୀ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ପଦକ୍ଷେପ ।ଦେଶରେ ଅକ୍ସିଜେନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ, ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେବ |ପିଏମ୍ କେୟାର ଫଣ୍ଡ ଏହି ପ୍ଲାଣ୍ଟ ପାଇଁ ଆବଶ୍ୟକ ଅର୍ଥ ଯୋଗାଇଦେବ । ଏହି ଅକ୍ସିଜେନ ପ୍ଲାଣ୍ଟ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ତତ୍ତ୍ୱବଧାନରେ ତିଆରି କରାଯିବ ।ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଛନ୍ତିକି ,ଯେତେ ଶୀଘ୍ର ସମ୍ଭବ ପ୍ଲାଣ୍ଟ ତିଆରି ହେବା ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିଆ ସୂଚନାନୁଯାୟୀ, ୫୫୧ଟି ଅକ୍ସିଜେନ ପ୍ଲାଣ୍ଟ ତିଆରି ହେବ | ଏହା ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଯଥା ଶୀଘ୍ର ତିଆରି କରାଯିବ । ଏହି ପ୍ଲାଣ୍ଟ ହସ୍ପିଟାଲର ଦୈନନ୍ଦନ ଆବଶ୍ୟକ ପଡ଼ୁଥିବା ଅକ୍ସିଜେନ ସମେତ ଜିଲ୍ଲାରେ ଆବଶ୍ୟକ ଥିବା ଅକ୍ସିଜେନର ଅଭାବକୁ ଦୂର କରିବ ବୋଲି ପ୍ରଧାନମନ୍ତ୍ରୀ କାର୍ଯାଳୟ ତରଫରୁ କୁହାଯାଇଅଛି ।

ଦେଶରେ ୭୪୧ଟି ଜିଲ୍ଲା ମଧ୍ୟରୁ ଏବେ ୫୫୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ | ଏହା ପୂର୍ବରୁ ଚଳିତ ବର୍ଷ ପ୍ରାରମ୍ଭରେ ଦେଶରେ ୧୬୨ ଟି ଅକ୍ସିଜେନ ପ୍ଲାଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲା। ୨୦୧.୫୮ କୋଟି ଟଙ୍କା ପିଏମ୍ କେୟାର ଫଣ୍ଡରୁ ଆବଣ୍ଟନ କରାଯାଇଥିଲା । କିନ୍ତୁ କୋଭିଡ୍ ସଂକ୍ରମଣ କମି ଯାଇଥିବାରୁ ବିଭିନ୍ନ ରାଜ୍ୟରେ ଥିବା ହସ୍ପିଟାଲ ଗୁଡ଼ିକରେ ଏହି ଅକ୍ସିଜେନ ପ୍ଲାଣ୍ଟ ତିଆରିରେ ଅବହେଳା ପରିଲଖିତ ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏବେ ଟେଲିଗ୍ରାମରେ ସୋନ ସୁଦ- ହାତ ମିଳାଇବା ଦେଶକୁ ବଞ୍ଚାଇବା 'ଇଣ୍ଡିଆ ଫାଇଟସ୍ ଉଇଥ କୋଭିଡ'

Sun Apr 25 , 2021
ବାସ୍ତବବ୍ୟୁରୋ:କରୋନା ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା କଷ୍ଟ ମଧ୍ୟରେ ଅଭିନେତା ସୋନୁ ସୁଦ ଇଶ୍ୱର ଭାବରେ ଉଭା ହୋଇଛନ୍ତି। ସେ ଲୋକଙ୍କୁ ସବୁ ପ୍ରକାରରେ ସାହାଯ୍ୟ କରୁଛନ୍ତି ଏବଂ ବର୍ତ୍ତମାନ ସୋନୁ ସୁଦ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଉ ଏକ ଉପାୟ ପ୍ରସ୍ତୁତ କରିଛନ୍ତି | ବାସ୍ତବରେ, କରୋନା ମହାମାରୀର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏବଂ ଅମ୍ଳଜାନ ଏବଂ ଆଇସିୟୁ ଶଯ୍ୟା ଅଭାବ ରହିଛି | […]

You May Like

Pin It on Pinterest