ଆଜିର ଖାସ୍ ଖବର…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫୯୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୧୪୦୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୯୦୭୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୬୨୯୩୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର । ସମର୍ଥକଙ୍କ ସହ ଯାଇ ପୁରୀ ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିବେ ।

ଆଜି (ସୋମବାର) ନୟାଗଡ ବନଖଣ୍ଡରୁ ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ୍ ପୁରୀରେ ଆସି ପହଞ୍ଚିଛି । ଏଥିରେ ସମୁଦାୟ ୧୭ଟି ଧଉରା ଓ ଅସନ କାଠ ରହିଛି । 

ରାଜ୍ୟରେ ସଂକ୍ରମଣ ବଢୁଥିବା ୫ ଜିଲ୍ଲା ପାଇଁ ସରକାର ୧୭ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍‌)ଙ୍କୁ ଦାୟିତ୍ୱ ଦେଇଛନ୍ତି । ଏମାନେ ଜିଲ୍ଲା ପ୍ରଶାସନ ଅଧୀନରେ କୋଭିଡ୍‌ ମୁକାବିଲା ପାଇଁ କାମ କରିବେ ।

ଆଜି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଯାତ୍ରା। କୋଭିଡ କଟକଣା ଯୋଗୁଁ ଏଥର ମା ହିଙ୍ଗୁଳା ଯାତ୍ରାକୁ ଭକ୍ତଂକୁ ବାରଣ ହୋଇଛି । ଉଭାସ୍ଥଳୀ ଏବଂ ମନ୍ଦିର ଚାରିପାର୍ଶ୍ଵରେ ୧୪୪ ଧାରା ଲାଗୁ କରିଛି ପ୍ରଶାସନ। କେବଳ ସୀମିତ ଲୋକଙ୍କୁ ନେଇ ଔପଚାରିକତା ଦୃଷ୍ଟିରୁ ମାଆଙ୍କ ହେବ ନୀତିକାନ୍ତି ।

କରୋନା ସଂକ୍ରମଣ ଭୟ ବଢୁଥିବାରୁ ଆଜିଠୁ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଲୋକଙ୍କ ଶବଦାହ ମନା ।

ଭୁବନେଶ୍ୱର ପୁଣି ଉତ୍ତପ୍ତ ସହର ପାଲଟିଛି। ଆହୁରି ଦିନ ତାତିରୁ ନିସ୍ତାର ମିଳିବନି ।

ସମ୍ବଲପୁର ଜିଲ୍ଲାରେ ଅକ୍ସିଜେନ ସିଲିଣ୍ଡରର କଳାବଜାରୀ ଆରମ୍ଭ ହୋଇଯାଇଛି। ଅକ୍ସିଜେନ୍ ସିଲିଣ୍ଡରର ଆବଶ୍ୟକତା ବଢ଼ିଯାଇଥିବାରୁ ସିଲିଣ୍ଡର କୃତ୍ରିମ ଅଭାବ ଦର୍ଶାଇ ଏହି ବ୍ୟାପାରରେ ସଂପୃକ୍ତ ବ୍ୟବସାୟୀମାନେ ମନଇଚ୍ଛା ଦର କଷୁଛନ୍ତି।

ଆଜିଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ । ମେ ୧୫ ତାରିଖ ଯାଏ ଏହି ନିୟମ ବଳବତ୍ତର ରହିବ । ଏହି ସମୟରେ କିନ୍ତୁ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଯଥାରୀତି ଚାଲିବ।

ଆଜି ପଶ୍ଚିମବଙ୍ଗରେ ୭ ମ ପର୍ଯ୍ୟାୟ ମତଦାନ ଜାରି ରହିଛି । ପ୍ରାୟ ୫ଟି ଜିଲ୍ଲାର ୩୪ ଟି ଆସନ ପାଇଁ ଚାଲିଛି ଏହି ମତଦାନ । ୩୪ ଆସନରେ ୨୬୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଭୋଟର । କଡା ସୁରକ୍ଷା ମଧ୍ୟରେ କରାଯାଉଛି ଭୋଟିଂ। ମତଦାନ ବେଳେ କୋଭିଡ ନିୟମ ଅନୁପାଳନ କରିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ ମୋଦୀ ।

ଭାରତରେ କରୋନା ସଙ୍କଟ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି , ‘ ଯେତେବେଳେ ଆମେରିକାରେ ମହାମାରୀ ସଂକଟ ଆରମ୍ଭ ହୋଇଥିଲା ଭାରତ ଆମକୁ ସହାୟତା କରିଥିଲା । ଭାରତର ଏହି ଆବଶ୍ୟକ ସମୟରେ ଆମେ ସାହାଯ୍ୟ କରିବାକୁ ସ୍ଥିର କରିଛୁ ।’ ତେବେ ଫ୍ରାନ୍ସ ମଧ୍ୟ ଭାରତକୁ ଅକ୍ସିଜେନ ଯୋଗାଇବାରେ ସହାୟତା କରିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ମହାମାରୀ କରୋନା ଗତ ୨୪ ଘଣ୍ଟାରେ୬୫୯୯ ନୂଆ ମାମଲା....

Mon Apr 26 , 2021
ବାସ୍ତବବ୍ୟୁରୋ(ଭୁବନେଶ୍ୱର) ରାଜ୍ୟରେ ମହାମାରୀ କରୋନା ଥମିବାର ନ’ଧରୁନି । ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନାନୁଯାଇ ୬୫୯୯ଟି କରୋନାର ନୂଆ ମାମଲା ସିମ୍ନାକୁ ଆସିଛି। ଏହି ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩୮୨୭ ହୋଇଥିବାବେଳେ ୨୭୭୨ଟି ସ୍ଥାନୀୟ ମାମଲା ରହିଛି। ଏହି ସଂକ୍ରାମିତଙ୍କ ମଧ୍ୟରୁ ସବୁଠାରୁ ଆଗରେ […]

You May Like

Pin It on Pinterest