ବାସ୍ତବବ୍ୟୁରୋ: (ଭୁବନେଶ୍ୱର) ଗତ ୨୪ ଘଣ୍ଟା ରେ ରାଜଧାନୀରୁ ୭୦୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚାନନ ମିଳିଛି । ବିଏମସି ରିପୋର୍ଟ ଅନୁଯାଇ ଏମାନଙ୍କ ମଧ୍ୟରୁ ୧୫୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୫୫୭ ଜଣ ସ୍ଥାନୀୟ ସଂକ୍ରମିତ । ଏହାକୁ ମିଶାଇ ଭୁବନେଶ୍ୱରର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪୬୮କୁ ବୃଦ୍ଧି ପାଇଛି।
ବିଏମସି ରିପୋର୍ଟ ଅନୁଯାଇ , ଆଜି ଚନ୍ଦ୍ରଶେଖରପୁର, ବଡଗଡ, ବରମୁଣ୍ଡା, ବିଜେବି ନଗର, ଝାରପଡା, ଡୁମୁଡୁମା, ମଂଚେଶ୍ୱର, ଜାଗମରା ଆଦି ଅଂଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହା ସହିତ , ଖଣ୍ଡଗିରି, ଜୟଦେବ ବିହାର, ଆଚାର୍ଯ୍ୟ ବିହାରରୁ ମଧ୍ୟ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।



