ବାସ୍ତବବ୍ୟୁରୋ: ଗତ ୨୪ ଘଂଟାରେ ରାଜ୍ୟରେ ୬,୦୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି,ଗତ ୬ ଦିନ ହେବ ୬ ହଜାର ଉପରେ ରହୁଛି ମହାମାରୀ। ଡିଏମଇଟି ନିର୍ଦ୍ଦେଶକ ଏହାକୁ ପ୍ଲାଟୋ ଫେଜ ବୋଲି କହୁଥିବା ବେଳେ ଆଜିବି ଜାରି ରହିଛି ସମାନ ସ୍ଥିତି। ହେଲେ ଗତକାଲିର ସଂଖ୍ୟାଠାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଆଜି ସାମାନ୍ୟ କାମ ଅଛି ସଂକ୍ରମିତଙ୍କ ସଂଖ୍ୟା।
ହେଲେ ଲଗାତାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତକାଲି ଏହି ଜିଲ୍ଲାରୁ ୯୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ହଜାରେ ଟପି ଯାଇଛି।ସର୍ବାଧିକ ୧୦୯୨ ସଂକ୍ରମିତ ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।
ବଲାଙ୍ଗିର ଜିଲ୍ଲାରୁ ୪୫୭ ନୂଆପଡ଼ାରୁ ୪୦୦, ସୁନ୍ଦରଗଡ଼ରୁ ୩୭୧, ଝାରସୁଗୁଡ଼ାରୁ ୩୫୯, ବରଗଡ଼ରୁ ୨୮୬, କଳାହାଣ୍ଡି ଜିଲ୍ଲାରୁ ୨୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେହିପରି ଗଜପତି ଜିଲ୍ଲାରୁ ୭୯, କୋରାପୁଟ ଜିଲ୍ଲାରୁ ୭୬, ସୁବର୍ଣ୍ଣପୁରରୁ ୭୪, ଷ୍ଟେଟ୍ ପୁଲ୍- ୨୧୩,କେନ୍ଦୁଝର ଜିଲ୍ଲାରୁ ୨୬୬, ଅନୁଗୁଳ ଜିଲ୍ଲାରୁ ୨୩୯, ପୁରୀରୁ ୨୬୬, ଗଞ୍ଜାମରୁ ୨୦୯, ନବରଙ୍ଗପୁରରୁ ୨୦୬, କଟକରୁ ୧୯୮, ସମ୍ବଲପୁରରୁ୧୫୮, ମୟୂରଭଞ୍ଜରୁ ୧୪୯, ନୟାଗଡ଼ରୁ ୧୧୦, ଯାଜପୁରରୁ ୧୦୭, ରାୟଗଡ଼ାରୁ ୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯କୁ ବୃଦ୍ଧି ପାଇଛି। ଆକ୍ଟିଭ ୫୦,୯୫୮ ଥିବା ବେଳେ୩ ଲକ୍ଷ ୬୭ ହଜାର୧୧୧ଜଣ ସୁସ୍ଥ ହୋଇଛନ୍ତି