ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୮୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୧୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୨୮୫୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୫୨୪୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୭୧୨୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜିଠୁ ୧୦ ଦିନ ଯାଏଁ ଗଞ୍ଜାମର ସହରାଞ୍ଚଳ ଦିନ ୨ ଟାରୁ ସକାଳ ୫ ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର । ଏହା ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ବ୍ୟବସାୟିକ ସଙ୍ଘ ଏବଂ ବୁଲାବିକାଳୀ ସଂଘ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।
ରାଜ୍ୟରେ ୪୫ ବର୍ଷ ବୟସରୁ ଅଧିକ ବୟସ୍କ କରୋନା ରୋଗୀଙ୍କୁ ଦିଆଯିବ କେନ୍ଦ୍ର ଯୋଗାଉଥିବା କରୋନା ଟିକା । ହେଲେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ରାଜ୍ୟ ସରକାର ଯୋଗାଉଥିବା ଟିକା ଦିଆଯିବ ।
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଖୁବଶୀଘ୍ର ଅନଲାଇନରେ କୋଭିଡ୍ ବେଡ୍ ଗୁଡ଼ିକ ଉପରେ ନଜର ରଖିବେ। କେଉଁ କୋଭିଡ୍ ହସ୍ପିଟାଲରେ କେତେ ବେଡ୍ ଅଛି ଓ କେଉଁ ବେଡ୍ କେତେବେଳେ ଖାଲି ହେଉଛି ତାହା ଏଣିକି ଅନଲାଇନରେ ଉପଲବ୍ଧ ହେବ। ସେଥିପାଇଁ ଅନଲାଇନ ରିଏଲ ଟାଇମ୍ ବେଡ୍ ମ୍ୟାନେଜମେଣ୍ଟ ସିଷ୍ଟମ କାର୍ଯ୍ୟକାରୀ କରାଯିବ।
କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ଥିବା ଓୟୁଏଟି ଫାର୍ମରେ ହଠାତ ନିଆଁ ଲାଗିଯିବାରୁ ବାଉଁଶ ଗଛ ଗୁଡିକରେ ନିଆ ଲାଗି ପାଉଁଶ ହୋଇଯାଇଛି । ନିଆଁ ପାଖାପାଖି ଏକ ଏକର ଜମିର ଲାଗିଥିଲା । ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀଙ୍କୁ ନକେଦମ ହେବାକୁ ପଡିଥିଲା ।
ଭଞ୍ଜନଗରରେ ନକଲି ଘିଅ ଓ ତେଲ ଅପମିଶ୍ରଣ କାରଖାନା ଉପରେ ଚଢଉ କରିଛି ପୋଲିସ । ଅବିକଳ ବିଭିନ୍ନ ବ୍ରାଣ୍ଡର ନକଲି ପ୍ୟାକେଟ ବନାଇ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଛି ।
କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ପୁଟୁଗାଁ ଗ୍ରାମ୍ୟ ଜଙ୍ଗଲରେ ଲାଗିଛି ନିଆଁ । ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚିନଥିବା ନେଇ ଅସନ୍ତୋଷ ଦେଖାଦେଇଛି । ପୁଟୁଗାଁ ଗ୍ରାମ୍ୟ ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁ ଲାଗି ଶହଶହ କାଜୁ ଓ ଆକାଶିଆ ଗଛ ଜଳିପୋଡି ନଷ୍ଟ ହୋଇଯାଇଛି । ନିଆଁର ପ୍ରକୋପ ଏତେ ଜୋର ଥିଲା ଯେ ସଙ୍ଗେସଙ୍ଗେ ସାରା ଜଙ୍ଗଲକୁ ନିଆଁ ବ୍ୟାପିଯାଇଥିଲା ।
ଭୁବନେଶ୍ୱରରେ ବୃଦ୍ଧି ହେବ ଟିକାଦାନ କେନ୍ଦ୍ର । ମେ’ ୧ରୁ ୧୮ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଭୁବନେଶ୍ବରରେ ଟିକାକରଣ କେନ୍ଦ୍ର ବଢ଼ାଇବାକୁ ଯୋଜନା କରିଛି ବିଏମସି । ଦୁଇଟି ବର୍ଗରେ ଲୋକଙ୍କୁ ଭାଗ କରି ଅଲଗା ଅଲଗା ସମୟରେ ଟିକା ଦେବାର ସୁବିଧା କରାଗଲେ ସୁବିଧା ହୋଇପାରିବ ବୋଲି କୁହାଯାଉଛି ।
ରାଜଧାନୀରେ ଥିବା ଆହାର କେନ୍ଦ୍ରଗୁଡ଼ିକ ପାଇଁ ନୂଆ ଗାଇଡଲାଇନ୍ କରିବ ଭୁବନେଶ୍ବର ମହାନଗର ନିଗମ । ଆଗକୁ ଦିନ ୩ଟା ପର୍ଯ୍ୟନ୍ତ ଆହାର କେନ୍ଦ୍ର ଗୁଡ଼ିକ ଖୋଲା ରଖିବାକୁ ଯୋଜନା ହୋଇଥିବା ବେଳେ କେନ୍ଦ୍ରକୁ ଆସୁଥିବା ଲୋକେ କିଭଳି ସାମାଜିକ ଦୂରତା ଅବଲମ୍ବନ କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯିବ ।
ବିଶିଷ୍ଟ ଲେଖକ ତଥା ସାହିତ୍ୟିକ ମନୋଜ ଦାସଙ୍କ ପରଲୋକ । ୮୭ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ପଣ୍ଡିଚେରୀର ଆଶ୍ରମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ମହାରାଷ୍ଟ୍ରର ପୁଣି ଗୋଟିଏ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୪ ଜଣ ରୋଗୀ ଏଯାଏ ପ୍ରାଣ ହରାଇଛନ୍ତି। ୨୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଥାନେରେ ଥିବା ଏକ ଘରୋଇ ହସ୍ପିଟାଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଶାସନ ଓ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। ହସ୍ପିଟାଲ ମଧ୍ୟରେ ଏବେ ବି କିଛି କର୍ମଚାରୀ ଓ ରୋଗୀ ଫସି ରହିଥିବା ଆଶଙ୍କା କରାଯାଉଛି।
ଆସାମରେ ଆଜି ସକାଳେ ବଡଧରଣର ଭୂକମ୍ପ ଅନୁଭୂତ ହୋଇଛି । ଏଥି ସହ ତେଜପୁର ଏବଂ ଗୁଆହାଟୀର ସୋନିତପୁରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜିରୁ ମିଳିଥିବା ସୂଚନା ଅନୁଯାୟୀ , ସକାଳ ୭:୫୧ ରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହି ଭୂକମ୍ପ ୬.୪ ତୀବ୍ରତା ରହିଛି ।
ସାରାଦେଶରେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବ । ଏହି ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଆଜିଠୁ ପଞ୍ଜୀକରଣ ଆରମ୍ଭ ହେବ । କୋୱିନ ପୋଟାଲକୁ ଯାଇ ସମସ୍ତେ ପଞ୍ଜୀକରଣ କରିପାରିବେ ।
ଭାରତରେ ଲୋକମାନେ ଅନାବଶ୍ୟକ ଭାବେ ହସ୍ପିଟାଲ୍ ଯିବା ଏବଂ ବଡ଼ ସମାବେଶ ଦ୍ବାରା କୋଭିଡ୍ ସଙ୍କଟ ଅଧିକ ଜଟିଳ ହୋଇଯାଉଛି:ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ।