ଆଜିର ଖାସ୍ ଖବର

ଆଜି ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ୩୦୨ଟି କେନ୍ଦ୍ରରେ ଟିକାକରଣ କରାଯିବାକୁ ଯୋଜନା ଥିବାବେଳେ ବାଲେଶ୍ବର , ଭଦ୍ରକ , ବୌଦ୍ଧ , କଟକ , ଯାଜପୁର , ଝାରସୁଗୁଡ଼ା , କେନ୍ଦ୍ରାପଡ଼ା , କେନ୍ଦୁଝର , ଖୋର୍ଦ୍ଧା , କୋରାପୁଟ , ମୟୂରଭଞ୍ଜ ଓ ପୁରୀ ଜିଲାରେ ଟିକାକରଣ ବନ୍ଦ ରହିବ ।ଖୋର୍ଦ୍ଧା ଜିଲ୍ଲାରେ ଟିକାକରଣ ବନ୍ଦ ହେବାକୁ ଥିବାବେଳେ ରାଜଧାନୀ ଭୁବନେଶ୍ବର ଅଞ୍ଚଳରେ କିନ୍ତୁ ଟିକାକରଣ ଚାଲିବ ବୋଲି ସୂଚନା ଦିଆଯାଇଛି ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୯କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୩୫୫୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୭୭୧୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୭୫୭୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ସହରର ଲୁଇସ୍ ରୋଡରେ ଥିବା ଜୁଡିସିଆଲ୍ କମ୍ପ୍ଲେକ୍ସକୁ ଆଜିଠାରୁ ମେ ୫ ତାରିଖ ପର୍ଯ୍ୟନ୍ତ ସାତ ଦିନ ପାଇଁ ସିଲ୍ କରାଯାଇଛି  ।

ପୁରୀରେ ୧୫୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ହେବ । ପିପିପି ମୋଡ୍ ରେ ହେବାକୁ ଥିବା ଏହି ହସ୍ପିଟାଲକୁ ପରିଚାଳନା କରିବ ଆଇ.ଏମ.ଏସ୍. ଆଣ୍ଡ ସମ୍ ହସ୍ପିଟାଲ । ଯେଉଁଥିରେ ୪୦ଟି ଆଇ.ସି.ୟୁ ଏବଂ ୪ଟି ଭେଣ୍ଟିଲେଟର ବେଡ୍ ରହିବ । ପୁରୀରେ ସଂକ୍ରମଣ ବୃଦ୍ଧିକୁ ଦେଖି ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

କରୋନା ସଂକ୍ରମଣ ରୋକିବା ପାଇଁ ପୁରୀର ସମସ୍ତ ଦୋକାନକୁ ମେ ୧୫ ପର୍ଯ୍ୟନ୍ତ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ଅନୁମତି ଦିଆଯିବ। ସମସ୍ତ ଦୋକାନରେ ପ୍ରବଳ ଭିଡ଼ ଦେଖିବା ପରେ ପୁରୀ ବ୍ୟବସାୟୀ ସଂଘ ଏହି ନିଷ୍ପତ୍ତି ନେଇଛି ।

ସମ୍ବଲପୁରର ଗାଁ ଓ ମହାନଗରରେ କରୋନା କଟକଣା ପାଇଁ ଜିଲ୍ଲା ପ୍ରଶାସନ ଏହା ଘୋଷଣା କରିଛି । ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକର କିଛି ଗାଁ ଓ ମହାନଗର ନିଗମର ହୀରାକୁଦ ସହରର କିଛି ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି ।

ଭୁବନେଶ୍ୱର-କଟକରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା କଥାକୁ ଖୋଦ୍‌ ସ୍ୱାସ୍ଥ୍ୟ ବିଭାଗ ସ୍ୱୀକାର କରିଛି । ପ୍ରତ୍ୟେକ ବ୍ୟକ୍ତି ୨୦୦ ଲୋକଙ୍କୁ ସଂକ୍ରମିତ କରିପାରିବେ । ଏ ସ୍ଥିତି ଲାଗି ରହିଲେ, ମେ’ ମଧ୍ୟଭାଗ ବେଳକୁ ଅସମ୍ଭାଳ ହୋଇଯାଇଥିବ ସ୍ଥିତି । ଦିଲ୍ଲୀ, ମୁମ୍ବାଇ ଭଳି ରୋଗୀ ବେଡ୍‌ ପାଇବେନି । 

ଗୁରୁବାରଠାରୁ ରାଜ୍ୟରେ କାଳବୈଶାଖୀ ବଢ଼ିବା ସହ ତାପମାତ୍ରା କମିବ । ଆସନ୍ତା ୨-୩ ଦିନ ଭିତରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ କମିବା ସମ୍ଭାବନା ଅଛି । ତା’ପରେ ଆଭ୍ୟନ୍ତରୀଣ ଓଡ଼ିଶା ତାପମାତ୍ରା ପାଖାପାଖି ୩ ଡିଗ୍ରୀ କମିପାରେ : ପାଣିପାଗ ବିଭାଗ ।

ପଶ୍ଚିମବଙ୍ଗରେ ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ହେଉଛି ଆଜି ସକାଳ ୭ଟାରୁ ମତଦାତାମାନେ ମତଦାନ କରୁଛନ୍ତି ସେଠାରେ ୮୪ ଲକ୍ଷ ୭୮ ହଜାର ଭୋଟର ୩୫ଟି ଆସନରେ ୨୮୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ରାଜ୍ୟ ସରକାରଙ୍କୁ କୋଭିସିଲ୍ଡ ଟୀକାର ପ୍ରତି ଡୋଜ୍ ପିଛା ୩୦୦ ଟଙ୍କା ଦେବାକୁ ହେବ । ଏନେଇ ଘୋଷଣା କରିଛନ୍ତି ସେରମ ଇନଷ୍ଟିଟ୍ୟୁଟ୍ ର ସିଇଓ ଆଦର ପୁନାୱାଲା । ଘରୋଇ ହସ୍ପିଟାଲ ଗୁଡିକ ପାଇଁ କିନ୍ତୁ ପୂର୍ବ ନିର୍ଦ୍ଧାରିତ ଦର ଅପରିବର୍ତ୍ତିତ ରଖାଯାଇଛି । ପୂର୍ବ ଘୋଷଣା ଅନୁଯାଇ ଘରୋଇ ହସ୍ପିଟାଲ ଗୁଡିକ ଡୋଜ୍ ପିଛା ୬୦୦ ଟଙ୍କାରେ କୋଭିସିଲ୍ଡ ଟୀକା କିଣିପାରିବେ ।

୨ ଦିନ ମଧ୍ୟରେ ୬ରୁ ଅଧିକ ଥରର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ୬ ଥରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପର ପ୍ରଥମ ଝଟ୍‌କା ରାତି ୧୨.୨୪ ମିନିଟ ହୋଇଥିବା ବେଳେ ଶେଷ ଝଟ୍‌କା ୨.୩୮ମିନିଟରେ ହୋଇଛି । ସେହିପରି ରାତି ୧.୨୦ ମିନିଟରେ ଆସିଥିବା ଭୁକମ୍ପ ଝଟ୍‌କାର ତିବ୍ରତା ସବୁଠାରୁ ଅଧିକ ବୋଲି ରେକର୍ଡ କରାଯାଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୬ଥିବା ରେକର୍ଡ ହୋଇଛି ।

କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବ୍ୟୟ ସଚିବ ଟି.ଭି ସୋମନାଥନଙ୍କୁ ଅର୍ଥ ସଚିବ ଭାବେ ନିଯୁକ୍ତ କରାଯାଇଛି।

ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ୧୦୦ ନିୟୁତ ଡଲାର୍‌ରୁ ଊର୍ଦ୍ଧ୍ବ ମୂଲ୍ୟର କୋଭିଡ୍‌-୧୯ ରିଲିଫ୍ ସାମଗ୍ରୀ ପଠାଇବ। ସେହି ଅନୁସାରେ, ଜରୁରୀକାଳୀନ ସ୍ବାସ୍ଥ୍ୟରକ୍ଷା ସାମଗ୍ରୀ ନେଇ ପ୍ରଥମ ବିମାନ ଭାରତ ଅଭିମୁଖେ ଯାତ୍ରା କରିଥିବା କଥା ହ୍ବାଇଟ୍‌ ହାଉସ୍ କହିଛି।

ଭାରତ ବାୟୋଟେକ୍‌ ଦ୍ବାରା ସ୍ବଦେଶରେ ବିକଶିତ କୋଭିଡ୍‌ ଟିକା ‘କୋଭାକ୍ସିନ୍‌’ ବି.୧.୬୧୭ ନାମକ ସବୁଠୁ ଘାତକ ଭାରତୀୟ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁକୁ ଅକ୍ଷମ କରିବାରେ ସଫଳ : ଆମେରିକା ହ୍ବାଇଟ୍‌ହାଉସ୍‌ର ମୁଖ୍ୟ ଭେଷଜ ପରାମର୍ଶଦାତା ଡା. ଆନ୍ଥୋନି ଫୌସି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଗତକାଲି ତୁଳନାରେ ଦୈନିକ ସଂକ୍ରମଣ କମିଛି ରାଜ୍ୟରେ ୬୯୯୮ କରୋନା ସଂକ୍ରମିତ ଚିହ୍ନଟ...

Thu Apr 29 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଆଜି ରାଜ୍ୟରେ ଗତକାଲି ତୁଳନାରେ ଦୈନିକ ସଂକ୍ରମଣ କମିଛି |ରାଜ୍ୟରେ ୬୯୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସତ ହେଲେ ଲୋକଙ୍କ ମନରେ ଡର ବଢି ବଢି ଚାଲିଛି । ଗତ କାଲିଠାରୁ ଆଜି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମିଥିଲେବି ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ତାଲିକାରେ ରହିଛି | ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ସଂକ୍ରମିତ ଚିହ୍ନଟହୋଇଥିବା ବେଳେ, କଟକରୁ ୫୧୭ ସୁନ୍ଦରଗଡ଼ରୁ ୪୭୪, ନୂଆପଡ଼ାରୁ ୪୨୦, ଝାରସୁଗୁଡ଼ାରୁ […]

You May Like

Pin It on Pinterest