
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) କରୋନା ମହାମାରୀ ସଂକ୍ରମଙ୍କୁ ନଜରରେ ରଖି ,ଏବେ ଟ୍ରେନରେ ବି କ୍ୟାଟରିଂ ବନ୍ଦ ପ୍ରକ୍ରିୟା ଆରମ୍ଭ ହୋଇଛି |ଇଷ୍ଟକୋଷ୍ଟ ରେଲୱେ ସୂଚନାନୁଯାଇ, ଆଜିଠାରୁ ପୁରୀ-ନୂଆଦିଲ୍ଲୀ ପୁରଷୋତ୍ତମ ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ। ପୁରୀରୁ ଛାଡ଼ିବାକୁ ଥିବା ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ। ହେଲେ ଦିଲ୍ଲୀରୁ ଛାଡ଼ିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସରେ ୩୦ ତାରିଖରୁ କ୍ୟାଟରିଂ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଟ୍ରେନ ଯାତ୍ରୀମାନେ ନିଜ ଖାଦ୍ୟ ବ୍ୟବସ୍ଥା ନିଜେ କରିବାପାଇଁ ପରାମର୍ଶ ଦିଆଯାଇଛି।




