ବାସ୍ତବବ୍ୟୁରୋ:(ଓ୍ୱାଶିଂଟନ) କରୋନା ଆତଙ୍କରେ ବିଶ୍ୱ ଯେତେବେଳେ ତ୍ରାହି ତ୍ରାହି ଡାକୁଛି,ଏହି ସମୟରେ ଏମିତ ଏକ ଖବର ଆସିଛି ଯେ,ଯେଉଁ ମାନେ କରୋନାର ଦୁଇଟି ଡୋଜ ଟୀକା ନେଇସାରିଛନ୍ତି ମାସ୍କ ପିନ୍ଧିବାର ଆଵଶ୍ୟକତା ନାହିଁ |ଏ ଖାବର ଆମେରିକା ସରକାରଙ୍କର | ଆମେରିକାର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି, ଯେଉଁମାନେ ଟିକା ନେଇଛନ୍ତି ସେମାନେ ସର୍ବସାଧାରଣ ଜାଗାରେ ମାସ୍କ ଲଗାଇବାର ଆବଶ୍ୟକତା ନାହିଁ।

ସ୍ୱାସ୍ଥ୍ୟ ବିଭାଗ ଏକ ପ୍ରେସ ରିଲିଜ୍ ଜାରି କରିଛନ୍ତିକି,କରୋନା ମହାମାରୀକୁ ରୋକିବା ପାଇଁ ସମସ୍ତଙ୍କୁ ମାସ୍କ ବ୍ୟବହାର କରିବାକୁ କୁହାଯାଇଥିଲା। ହେଲେ ଯେଉଁମାନେ ସମ୍ପୂର୍ଣ୍ଣ ଟିକା ନେଇସାରିଛନ୍ତି ସେମାନେ ବଜାର, ପାର୍କ ଏବଂ ଛୋଟ ଜନଗହଳି ସ୍ଥାନରେ ମାସ୍କ ବ୍ୟବହାର ନକରିଲେ ଚଳିବ। ଏବେ ଟିକା ନେଇସାରିଥିବା ବ୍ୟକ୍ତି ମାସ୍କ ଖୋଲି ନିଜ ନିଜ କାମ କରିବାର ଆବଶ୍ୟକତା ରହିଛି। ହେଲେ ବଡ ବଡ ଷ୍ଟେଜ ଶୋ କିମ୍ୱା ହଜାର ହାଜର ଲୋକଙ୍କ ଗହଳିକୁ ଗଲେ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ଆମେରିକାର ସ୍ୱାସ୍ଥ୍ୟ ବିଭାଗ ଇସ୍ତାହାରରେ କହିଛନ୍ତି
ସେହପରି ସିନେମା ହଲ୍ ଏବଂ ସପିଂ ମଲ୍ ଏବଂ ମ୍ୟୁଜିୟମ ମଧ୍ୟରେ ଟିକା ନେଇଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ସରକାର କହିଛନ୍ତି।ଆମେରିକାର ସମସ୍ତ ବୟସ୍କଙ୍କ ଅଧାରୁ ଅଧିକ ବର୍ତ୍ତମାନ ଦୁଇଟି ଟିକା ନେଇସାରିଛନ୍ତି | ଟିକାକରଣ ବୃଦ୍ଧି ହୋଇଥିବାରୁ ଏବେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବାର ସୂଚନା ଅଛି ।
ହେଲେ ଆମେରିକା ପୂର୍ବରୁ ଇସ୍ରାଏଲ ଦେଶରେ ମାସ୍କ ପିନ୍ଧିବା ନେଇ ଲଗାଇଥିବା ନିୟମ ହଟାଇ ଦେଇଛି। ଆଉ ଇସ୍ରାଏଲ ବିଶ୍ୱର ପ୍ରଥମ ଦେଶ ଯେକି ଏଭଳି ଘୋଷଣା କରିଛି।
।



