ଆଜିର ଖାସ୍ ଖବର…

ବାସ୍ତବବ୍ୟୁରୋ:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬୮୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୪୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୪୪୧୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୧୬୯୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୮୦୪୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

କୋଭିଡ଼ ନିୟମ ଉଲ୍ଲଘଂନ ଅଭିଯୋଗରେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଆଇଡ଼ି ମାର୍କେଟକୁ ସିଲ୍‌ କଲା ବିଏମସି ।

ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଜିଲ୍ଲା ସ୍ତରିୟ ଲକ୍‌ଡାଉନ୍‌ କରିପାରନ୍ତି ସରକାର । ଲକ୍‌ଡାଉନ୍‌ କରିବାକୁ ସରକାରୀ ସ୍ତରରେ ଆଲୋଚନା ଚାଲିଛି । ଭୁବନେଶ୍ୱର, କଟକ, ସୁନ୍ଦରଗଡ଼ ଭଳି ଅଧିକ ସଂକ୍ରମିତ ଜିଲ୍ଲାରେ ଲାଗିପାରେ କଟକଣା । ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏ କଥା କହିବା ପରେ ଏ ଆଶଙ୍କା ଆହୁରି ବଢିଛି ।

ଆଜି ୫ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। କୋଭିସିଲ୍ଡ ଟିକାର ଅଭାବ କାରଣରୁ ଟିକା କରଣ କାର୍ଯ୍ୟକ୍ରମକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଯେଉଁସବୁ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ସେସବୁ ଜିଲ୍ଲାଗୁଡିକ ହେଲା ବୌଦ୍ଧ, ଝାରସୁଗୁଡ଼ା, କୋରାପୁଟ, ସମ୍ବଲପୁର, ସୋନପୁର।

ରାଜ୍ୟକୁ ଡୋଜ୍ ପିଛା ୪ଶହ ଟଙ୍କାରେ କୋଭାକ୍ସିନ୍ ଟିକା ଯୋଗାଇଦେବ ଭାରତ ବାୟୋଟେକ। ଆଗରୁ ଟିକାର ଦାମ୍ ରାଜ୍ୟ ପାଇଁ ୬ ଶହ ଟଙ୍କା ଥିଲା । 

ଆଜି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରୀ କୋଭିଡ୍ ସ୍ଥିତି ବାବଦରେ ଆଲୋଚନା ପାଇଁ ପରିଷଦ ବୈଠକ ଡାକିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ସମସ୍ତ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ।

ଉତ୍ତର ପ୍ରଦେଶରେ କରୋନା ମାମଲା ଲଗାତାର ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ସପ୍ତାହାନ୍ତ ଲକଡାଉନ୍‌ର ଅବଧି ଗୋଟିଏ ଦିନ ବଢ଼ାଇ ଦେଇଛନ୍ତି ।  ବର୍ତ୍ତମାନ ଶୁକ୍ରବାର ରାତି ୮ଟା ରୁ ମଙ୍ଗଳବାର ସକାଳ ୭ଟା ଯାଏଁ ରାଜ୍ୟରେ ଲକଡାଉନ ରହିବ।

ଉତ୍ତର ଇସ୍ରାଏଲରେ ବୋନଫାୟାର ଉତ୍ସବରେ ହଜାର ହଜାର ସଂଖ୍ୟାରେ ଲୋକେ ଜମା ହୋଇଥିଲେ । ତେବେ ହଠାତ୍ ଭିଡ ବଢିଯିବାରୁ ସେଠାରେ ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଇ ଦଳାଚକଟାରେ ୪୪ ଜଣଙ୍କ ମୃତ୍ୟୁ । ଏହାସହ ଶତାଧିକ ଲୋକେ ଆହତ ହୋଇଥିବା ସୂଚନା ମିଳିଛି । ୩୦ ଅଧିକ ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବରିଷ୍ଠ ସାମ୍ବାଦିକ ତଥା ଆଜ୍ ତକ୍ ର ଶକ୍ତିଶାଳୀ ଆଙ୍କର୍ ରୋହିତ ସର୍ଦ୍ଦାନା ଆଉ ନାହାଁନ୍ତି...

Fri Apr 30 , 2021
ବାସ୍ତବବ୍ୟୁରୋ:ବରିଷ୍ଠ ସାମ୍ବାଦିକ ତଥା ଅଜ ଟାକଙ୍କ ଶକ୍ତିଶାଳୀ ଆଙ୍କର୍ ରୋହିତ ସର୍ଦ୍ଦାନା ଆଉ ନାହାଁନ୍ତି। ହୃଦଘାତ କାରଣରୁ ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପତ୍ନୀ ଏବଂ ଦୁଇ ଝିଅ ଅଛନ୍ତି। ରୋହିତଙ୍କର କିଛି ଦିନ ପୂର୍ବରୁ କୋଭିଡ ସଂକ୍ରମଣ ହୋଇଥିଲା କିନ୍ତୁ ସେ ଏଥିରୁ ବାହାରକୁ ଆସୁଥିଲେ ଏବଂ ସକ୍ରିୟ ଥିଲେ। ଗୁରୁବାର ରାତି ପର୍ଯ୍ୟନ୍ତ ସେ ଅନୁଷ୍ଠାନ ଏବଂ ତାଙ୍କର ଅନ୍ୟ ସହକର୍ମୀଙ୍କୁ ଉତ୍ସାହିତ କରିଥିଲେ। […]

You May Like

Pin It on Pinterest