ମାନ୍ଦାବସ୍ଥାର ମୁକାବିଲା ପାଇଁ ,ମନମୋହନଙ୍କ ୬ସୂତ୍ରୀ ଫର୍ମୁଲା…ମୋଦିଙ୍କ ପାଇଁ ।
ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ପାଇଁ ,ଦେଶର ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କଡା ସମାଲୋଚନା କରିଛନ୍ତି ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ। ସେ କହିଛନ୍ତି ଗଣମାଧ୍ୟମରେ ଚର୍ଚ୍ଚା ରେ ରହିବା ପାଇଁ ଆଗଭର ନହୋଇ ,ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ଚେଷ୍ଟା କରିବା ଦରକାର ।
ଏକ ଇଂରାଜୀ ସମ୍ବାଦପତ୍ରକୁ ସାଖ୍ୟାତକାର ଦେଇ କହିଛନ୍ତି ,ଦେଶ ମାନ୍ଦାବସ୍ଥା କବଳରେ,ହେଲେ ସରକାର ଏହା ମାନିବାକୁ ପ୍ରସ୍ତୁତ ନାହାନ୍ତି ।କେବଳ ରାଜନୈତିକ ଅଭିସନ୍ଧି ନେଇ ,ବିଭିନ୍ନ ଖ୍ୟତ୍ରକୁ ଅଲଗା ଅଲଗା ପ୍ୟାକେଜ ପ୍ରଦାନ କରିବା ବ୍ୟର୍ଥ ପ୍ରୟାସ ।ବିମୁଦ୍ରୀକରଣ
ଐତିହାସିକ ଭୁଲ୍ କରିବା ବଦଳରେ ସରକାର ଅର୍ଥନୀତିରେ ସଂସ୍କାର ଆଣିବା ନିହାତି ଜରୁରୀ ।
ଅର୍ଥନୀତିକୁ ମାନ୍ଦାବସ୍ଥା କବଳରୁ ମୁକାଳିବା ପାଇଁ ମନମୋହନ ମୋଦୀ
ସରକାରଙ୍କୁ ୬ଟି ଗୁରୁମନ୍ତ୍ର ଦେଇଛନ୍ତି
୧-ଜିଏସ୍ ଟି ସରଳିକରଣ:-
ଅଳ୍ପ ସମୟ ପାଇଁ ରାଜସ୍ୱ ହାନି ହେଉପଛେ ଆହୁରି ସରଳ କରାଯାଉ।
୨-କୃଷିଖେତ୍ର ର ପୁନରୁଦ୍ଧାର:-
ଗ୍ରାମାଚଂଳରେ ଉପଯୋଗୀତା ବଢାଇବା ଏବଂ କୃଷିଖେତ୍ର ର ପୁନରୁଦ୍ଧାର ପାଇଁ ,ସରକାର ପଦକ୍ଷେପ ନେବାକୁ ହେବ।
୩- ପୁଞ୍ଜି ସୃଷ୍ଟି:-
ଦେଶରେ ପୁଞ୍ଜିସୃଷ୍ଟି କରିବା ପାଇଁ ଋଣର ଯେଉଁ ଅଭାବ ଦେଖାଦେଇଛି ତା-ର ମୁକାବିଲା କରିବା ଜରୁରୀ ।
କାରଣ କେବଳ ସରକାରୀ ବ୍ୟାଙ୍କ ନୁହେଁ, ଏନ୍ ବିଏଫ୍ ସି ଗୁଡ଼ିକ ମଧ୍ୟ
ସମସ୍ୟା ଦେଇ ଗତିକରୁଚି ।
୪- ନିଯୁକ୍ତି କେନ୍ଦ୍ରୀକ ଖେତ୍ରର ପୁନରୁଦ୍ଧାର:-
ବୟନ, ଗାଡି,ଇଲୋକ୍ଟୋନିକ୍ସ୍ ଓ ସୁଲଭ ବାସଗୃହ ପରି ନିଯୁକ୍ତି କେନ୍ଦ୍ରୀକ ଖେତ୍ରର ପୁନରୁଦ୍ଧାର କରିବା ସରକାରଙ୍କ ପ୍ରଥମ କାର୍ଯ୍ୟ ।
ଏବଂ ଏମ୍ ଏସ୍ ଏମ୍ଇକୁ ପ୍ରାଥମିକତା
ଭିତରେ ଋଣ ଆବଣ୍ଟନ କୁ ନିଶ୍ଚିତ କରିବାଦରକାର ।
୫:-ରପ୍ତାନୀ ଅଭିବୃଦ୍ଧି:-
ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟିକ ଲଢେଇ ଯୋଗୁଁ ରପ୍ତାନୀ ବଜାରରେ ଯେଉଁ ସୁଯୋଗ ସୃଷ୍ଟି ହୋଇଛି ତାହାକୁ ହାତେଇବାକୁ ପଡିବ ।
୬- ଭିତ୍ତିଭୂମି ବିକାଶ:-
ଘରୋଇ ନିବେଶ ସହାୟତାରେ
ଭତ୍ତିଭୂମି ବିକାଶକୁ ବ୍ୟାପକ କରିବା
ନିହାତି ଜରୁରୀ ।