ରାଜ୍ୟରେ କରୋନା ଗ୍ରାଫ୍ ହେଇଛି ଉପରମୁହାଁ ଗତ ୨୪ ଘଂଟାରେ ୧୦ ହଜାର ୪୧୩ ସଂକ୍ରମିତ ଚିହ୍ନଟ…

ବାସ୍ତବବ୍ୟୁରୋ:( ଭୁବନେଶ୍ଵର) ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ, ମେ ମାସ ଆରମ୍ଭରୁ ସମସ୍ତଙ୍କୁ ଛାନିଆ କରିଛି । ରାଜ୍ୟରେ କରୋନା ଗ୍ରାଫ୍ ହୋଇଛି ଉପରମୁହାଁ । ଗତ ୨୪ ଘଂଟାରେ ୧୦ ହଜାର ୪୧୩ ସଂକ୍ରମିତ ଚିହ୍ନଟ। ଏମାନଙ୍କ ମଧ୍ୟରୁ ୫୮୮୭ ଜଣ କ୍ୱାରେନଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୪୫୨୬ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବାର ସୂଚନା । ସର୍ବାଧତ୍କ ୧୭୯୬ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ,ସୁନ୍ଦରଗଡ଼ରୁ ୧୧୦୦ ଜଣ ଓ କଟକରୁ ୮୨୮ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ପୁରୀରୁ ୫୩୩, ବରଗଡ଼ରୁ ୫୧୧,ନୂଆପଡ଼ାରୁ ୪୧୮, ନବରଙ୍ଗପୁରରୁ ୩୭୮, କଳାହାଣ୍ଡିରୁ ୩୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏବେ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭ ଥିବା ବେଳେ ୩ ଲକ୍ଷ ୮୫ ହଜାର ୪୧୪ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଗତ ୨୪ ଘଂଟାରେ ୧୧ଜଣଙ୍କ ମୃତ ହୋଇଥିବା ସହ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୫୪ ରହିଛି ଏବଂ ଗତ ୨୪ଘଣ୍ଟାରେ ୪୭ ହଜାର ୪୬୨ ନମୁନା ପରୀକ୍ଷା କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏମସିଏଲ୍ ହସ୍ପିଟାଲକୁ କୋଭିଡ୍‌-୧୯ ହସ୍ପିଟାଲରେ ପରିଣତ କରିଥିବାରୁ- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ...

Sat May 1 , 2021
ବାସ୍ତବବ୍ୟୁରୋ: ଗତ ଏପ୍ରିଲ ୨୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ୍‌-୧୯ ହସ୍ପିଟାଲରେ ପରିଣତ କରିବା ପାଇଁ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ।ଶ୍ରୀ ପ୍ରଧାନଙ୍କ ଅନୁରୋଧ ରକ୍ଷା କରି ଏମସିଏଲ୍ ହସ୍ପିଟାଲକୁ କୋଭିଡ୍‌-୧୯ ହସ୍ପିଟାଲରେ ପରିଣତ କରିବାକୁ ଆଜି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅନୁମତି ଦେଇଛନ୍ତି। ଏନେଇ ଟୁଇଟ କରି ଧର୍ମେନ୍ଦ୍ର […]

You May Like

Pin It on Pinterest