୧-ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ହଟିବ ଅନ୍ଧାର,ଲାଗିବ ୧୦୦୦ସୈ।ର ଲାଇଟ୍: ଅପରାଜିତା
୨-ପ୍ରଶିକ୍ଷଣ ଶିବିରରେ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଲୋକଙ୍କ ସହ ରୁହ, ସରଳ ଜୀବନ ଅତିବାହିତ କର।
୩-ପୁରୀର ବିକାଶ ପାଇଁ ୫ ଆଇଏଏସ୍ ଅଫିସରଙ୍କ କାନ୍ଧରେ ଗୁରୁ ଦାୟିତ୍ୱ।ସେମାନେ ହେଲେ ସୂର୍ଯ୍ୟବଂଶୀ ମୟୂର ବିକାଶ, କୀର୍ତ୍ତିଭାସନ ଭି., ଡକ୍ଟର ଶୁଭଙ୍କର ମହାପାତ୍ର, ଜେ. ସୋନାଲ ଓ ଭୁବନେଶ ଦେବଦାସ ପାଟିଲ।
୪-ପାର୍ବଣ ପୂର୍ବରୁ ଅପରାଧି ହେବେ ସାବାଡ୍ : ୧୫ ଦିନରେ ୭ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ହେଲାଣି ଏନକାଉଣ୍ଟର।
୫-ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭୁବନେଶ୍ବର ରାମ ମନ୍ଦିରର ପରିଚାଳନା ଦାୟିତ୍ବ ନେଲେ ରାଜ୍ୟ ସରକାର।
୬-ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ NCUT,ତାଇଓ୍ବାନ ପକ୍ଷରୁ ଡଃ ଅଚ୍ୟୁତ ସାମନ୍ତଙ୍କୁ ମିଳିଲା ସମ୍ମାନ ସୂଚକ ଡକ୍ଟରେଟ୍।
୭-ଆସନ୍ତା ୨୭ରୁ ଦୁଇ ଦିନିଆ ଗସ୍ତରେ ଓଡିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।
୮-ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ, ୧୬ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ।ତାଲିକାରେ ୫ ପ୍ରଧାନଶିକ୍ଷକ, ୪ ଇଂଜିନିୟର ଓ ୨ ଆରଆଇ।
୯-ମୋଦୀ ସରକାର ପାଇଁ ଖୁସି ଖବର, ଆର୍ଥିକ ସ୍ଵାଧୀନ ମାନ୍ୟତାରେ ବଡ଼ ଲମ୍ଫ ମାରିଲା ଭାରତ, ୧୭ଟି ସ୍ଥାନ ଉପରକୁ ଉଠିଲା।
୧୦-ଲାଇସେନ୍ସ ପାଇଁ ଖୋଲିବ ଅତିରିକ୍ତ କେନ୍ଦ୍ର, ଦିଆଯିବ ଏଲଏଲ, ଛୁଟି ଦିନରେ ବି ଖୋଲା ରହିବ ଆରଟିଓ।



