ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୪୧୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୫୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୫୪୬୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୭୦୮୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୮୫୪୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

କୋଭିଡ଼ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ହେଲା ତାଳଚେର MCL ହସ୍ପିଟାଲ ।  ମିଳିଲା ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତି ଗାଁରେ ଲସି ପିଇ ୫୦ରୁ ଅଧିକ ଅସୁସ୍ଥ ।  

୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲ ଵଜାରରେ ଵିଦ୍ୟୂତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ଜଳିଗଲା ୬ଟି ଦୋକାନ ଘର । ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । 

ଜୁନ୍ ୩୦ ପର୍ଯ୍ୟନ୍ତ ହେବ ନାହିଁ କୌଣସି ଉଚ୍ଛେଦ କାର୍ଯ୍ୟା । ଏଥିସହ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ , ପାରୋଲ ଏବଂ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଜାରି ରହିବ : ହାଇକୋର୍ଟ

ଆଜିଠାରୁ ମେ ୧୫ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । 

ଆଜିଠୁ ୩ ମାସ ପର୍ଯ୍ୟନ୍ତ ବନ୍ଦ ରହିବ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇ ଜୁନ ୫ ତାରିଖ ଯାଏଁ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ନିମ୍ନ ଅଦାଳତରେ ଆଗୁଆ ଗ୍ରୀଷ୍ମକାଳୀନ ଅବକାଶ ଲାଗୁ କରାଯାଇଛି ।

ଆଜିଠାରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରୁ ବିହାର ରାଜଧାନୀ ପାଟନାକୁ ବିମାନ ଚଳାଚଳ କରିବ।  

ଆଜି ସାରା ଦେଶରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଉଛି ।  ଶ୍ରମିକ ସଂଗଠନକୁ ମଜଭୂତ କରିବା, ଶ୍ରମିକଙ୍କ ସ୍ୱାର୍ଥରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା, ସେମାନଙ୍କ ସଫଳତାକୁ ସମ୍ମାନ ଦେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ୧୯୮୬ ମେ ୧ ରେ ପ୍ରଥମ କରି ପାଳନ ହୋଇଥିଲା ଶ୍ରମିକ ଦିବସ ।

୩ ବର୍ଷ ପରେ ଜେଲରୁ ମୁକୁଳିଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ଗତ ୧୭ ଏପ୍ରିଲରେ ତାଙ୍କୁ ଜାମିନ ନେଇ ଶୁଣାଣି ହୋଇଥିଲା । ପରେ ତାଙ୍କର ଜେଲରୁ ବାହାରିବାର ରାସ୍ତା ସଫା ହୋଇଯାଇଥିଲା । 

ପଶ୍ଚିମବଙ୍ଗରେ ଗତ ୨୪ ଘଣ୍ଟା ମଧ୍ୟରେ ୯୬ ଜୀବନ ନେଇଛି ଏହି କିଲର ଭାଇରସ । ଏଠାରେ ଦେଖାଦେଇଥିବା ଟ୍ରିପଲ ମ୍ୟୁଟାଣ୍ଟ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି ।

ଜୁଲାଇ କିମ୍ବା ଅଗଷ୍ଟରେ ମହାରାଷ୍ଟ୍ରରେ ଭାଇରସର ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ମଧ୍ୟ ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

ଗୁଜୁରାଟର ଭରୁଚରେ ଥିବା ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ଦ୍ୱାରା ପ୍ରାୟ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ଆସନ୍ତା ୪ ମେ ରୁ ଭାରତୀୟଙ୍କ ଯାତ୍ରା ଉପରେ କଟକଣା ଲଗାଯାଇଛନ୍ତି ବାଇଡେନ୍ ସରକାର ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୩ ମାସ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ...

Sat May 1 , 2021
ବାସ୍ତବବ୍ୟୁରୋ:(ରାଜନଗର)ପର୍ଯ୍ୟଟକଙ୍କ ପାଇଁ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ କରାଯାଇଛି ।ଏହା ପର୍ଯ୍ୟଟକଙ୍କ ପାଇଁ, ମେ ୧ରୁ ଜୁଲାଇ ୩୧ ତାରିଖ ୩ ମାସ ବନ୍ଦ ରହିବ। ବଉଳା କୁମ୍ଭୀରଙ୍କ ପାଇଁ ଭିତରକନିକା ବିଶ୍ଵ ପ୍ରସିଦ୍ଧି ଲାଭ କରିଛି। ଏହି ସମୟ କୁମ୍ଭୀରଙ୍କ ପ୍ରଜନନ ଋତୁ ହୋଇଥିବାରୁ କୁମ୍ଭୀରମାନେ ସ୍ଥଳ ଭାଗକୁ ଉଠି ସୁରକ୍ଷିତ ସ୍ଥାନ ବାଛି ବସା ବାନ୍ଧି ଅଣ୍ତା ଦେଇଥାନ୍ତି। ଏହି ପ୍ରଜନନ ଋତୁରେ ମା କୁମ୍ଭୀର […]

You May Like

Pin It on Pinterest