ବାସ୍ତବବ୍ୟୁରୋ:ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତା ସୋମବାର ଠାରୁ ଭବନେଶ୍ଵର ରେ ଆରମ୍ଭ ହେବ । ହେଲେ ଏଥିପାଇଁ ସ୍ଲୁଟ୍ ବୁକିଂ ଆରମ୍ଭ ହେବାର କେଇ ମିନିଟ୍ ଭିତରେ ସମସ୍ତ ସ୍ଲଟ୍ ଶେଷ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରେସମିଟ୍ କରି ସୂଚନା ଦେବା ସହ, ଆଜି ସନ୍ଧ୍ୟାରୁ ଏଥିପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ ବୋଲି କହିଥିଲେ।କିନ୍ତୁ ଭୁବନେଶ୍ୱରରେ ମେ ୭ ତାରିଖ ଯାଏଁ ସମସ୍ତ ସ୍ଲଟ୍ ବୁକିଂ ହୋଇସାରିଛି |
ଆଜି ବିଏମସି କମିସନର କୋଭିଡ୍ ସମ୍ବନ୍ଧୀୟ ସୂଚନା ଦେଇ କହିଥିଲେ, ଆସନ୍ତା ସୋମବାରଠାରୁ ରାଜଧାନୀ ଭୁବନେଶ୍ୱରରେ ସାବାଳକ ଟିକାକରଣ ଆରମ୍ଭ ହେବ ।କୋ-ୱିନ୍ ଆପର ସୂଚନା ଅନୁଯାୟୀ, ଏତେ କମ ସମୟରେ ମେ ୭ ତାରିଖ ଯାଏଁ ସମସ୍ତ ସ୍ଲଟ୍ ବୁକିଂହେବା ,ଟିକାକରଣକୁ ନେଇ ଲୋକଙ୍କ ଆଗ୍ରହ ହିଁ ଏହା ପଛର କାରଣ । ଲୋକମାନେ ଟିକା ନେବାକୁ ବେଶ ଆଗ୍ରହୀ ଅଛନ୍ତି, ସେଥିପାଇଁ ଖୁବ କମ୍ ସମୟରେ ସ୍ଲଟ୍ ବୁକ୍ ହୋଇଛି ।
କେଉଁ ସମୟରେ କେଉଁ ବର୍ଗର ଲୋକଙ୍କୁ ଟୀକା ଦିଆଯିବ, ସେଥିପାଇଁ ଆଜି ବିଏମ୍ସି ସମୟ ସ୍ଥିର କରିଛି।ବିଏମ୍ସି ପକ୍ଷରୁ ନିର୍ଦ୍ଧାରଣ ହୋଇଥିବା ସମୟ ଅନୁଯାଇ ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କୁ ସକାଳ ୮ରୁ ଦିନ ଗୋଟାଏ ଯାଏଁ ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏଁ ଟିକାକରଣ କରାଯିବ। ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏଁ ଟିକାକରଣ କରାଯିବ। ଟିକାକରଣ କେନ୍ଦ୍ରରେ ଦେଖାଯାଉଥିବା ଗହଳିକୁ ଦେଖି ବିଏମ୍ସି ଏପରି ନିଷ୍ପତ୍ତି ନେଇଛି ।