ବାସ୍ତବ ବ୍ୟୁରୋ(ଭୁବନେଶ୍ୱର)-ପୂର୍ତ୍ତ ବିଭାଗ ତରଫରୁ “ସ୍ୱଚ୍ଛତା ହିଁ ସେବା” ଅଭିଯାନ ୧୧ ସେପ୍ଟେମ୍ବର ଠାରୁ ଆରମ୍ଭ କରାଯାଇଅଛି | ସର୍ବପରି ବର୍ଜ୍ୟ ପ୍ଲାଷ୍ଟିକ୍ ସମ୍ପ୍ରତି ପରିବେଶ ପ୍ରତି ଏକ ଭୀଷଣ ବିପଦ ସୃଷ୍ଟି କରୁଅଛି | ଏହାର କୁପ୍ରଭାବ ମାଟି,ପାଣି,ପବନ, ସାଧାରଣ ସ୍ୱାସ୍ଥ୍ୟ ତଥା ସାମୁହିକ ଜୀବନଶୈଳୀକୁ ପ୍ରଭାବିତ କରୁଛି | ଅତ୍ୟଧିକ ପ୍ଲାଷ୍ଟିକ୍ ର ବ୍ୟବହାର ସାଙ୍ଗକୁ ସଂକ୍ଷିପ୍ତ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ସହର ତଥା ଗ୍ରାମ୍ୟ ଜୀବନକୁ ବିପର୍ଯ୍ୟସ୍ତ କରୁଛି | ଏ ସମ୍ବନ୍ଧରେ ପଥପ୍ରାନ୍ତ,ଜନଗହଳି ସ୍ଥାନ ଓ ଟ୍ରାଫିକ୍ ପୋଷ୍ଟମାନଙ୍କରେ ଲୋକମାନଙ୍କୁ ସଚେତନ କରାଯାଉଅଛି | ଏହି ସ୍ୱଚ୍ଛତା ସଚେତନତା ୦୧ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଚାଲିବ |

୧.ପ୍ଲାଷ୍ଟିକ୍ ଏକ ଅବିନାଶ ଓ ଅବକ୍ଷୟବିହୀନ ଉପାଦାନ |
୨.ପ୍ଲାଷ୍ଟିକ୍ ଜନିତ ପ୍ରଦୂଷଣ ସାରା ଜୀବଜଗତ ଯଥା ଗଛଲତା,ପଶୁପକ୍ଷୀ ଓ ମନୁଷ୍ୟ ପ୍ରତି ବିପଦ ଅଟେ |
୩.ଗୋରୁଗାଈ ବର୍ଜ୍ୟ ପ୍ଲାଷ୍ଟିକ୍ ଗିଳିଦେଲେ, ତାହା ସେମାନଙ୍କର ମୃତ୍ୟୁର କାରଣ ମଧ୍ୟ ହୋଇପାରେ |
୪.ଯୋଡ଼ା ପ୍ଲାଷ୍ଟିକ୍ ରୁ ନିର୍ଗତ ବାଷ୍ପ ଅତ୍ୟନ୍ତ ବିଷାକ୍ତ ଓ କର୍କଟ ରୋଗବାହକ ଅଟେ |
ବର୍ଜ୍ୟ ପ୍ଲାଷ୍ଟିକ୍ ଗୁଡିକୁ ଯାନ୍ତ୍ରିକ ଉପାୟରେ ପୁନଃ ବିନିଯୋଗ କରି,ପିଚୁରାସ୍ତାର ବାହ୍ୟ ଆବରଣ ପ୍ରସ୍ତୁତି ନିମନ୍ତେ ବ୍ୟବହାର କରାଯାଉଅଛି | ଏହାର ସୁପରିବର୍ତ୍ତନ ସହିତ ସଦବିନିଯୋଗ ହୋଇ,ଦେଶ ତଥା ଜାତିର ଅର୍ଥନୀତିରେ ସହାୟକ ହୋଇପାରୁଛି |
ତେଣୁ ଆସନ୍ତୁ ଆଜି ଶପଥ ନେବା, ବର୍ଜ୍ୟ ପ୍ଲାଷ୍ଟିକ୍ ଗୁଡିକୁ ଏଣେତେଣେ ବିକ୍ଷିପ୍ତ ଭାବରେ ନ ପକାଇ,ସଂଗ୍ରହ କରି ଉପରୋକ୍ତ ସଦବିନିଯୋଗ ବ୍ୟବସ୍ଥା ଦ୍ୱାରା ଦେଶର ଉନ୍ନତିରେ ସହାୟକ ହେବା | ‘ସ୍ୱଚ୍ଛତା ହିଁ ସେବା” |