ବାସ୍ତବବ୍ୟୁରୋ: ଭୁବନେଶ୍ୱର :ରାଜ୍ୟବାସୀ ଆଜି ଟିକେ ଆଶ୍ଵସ୍ଥ କାରଣ ଗତକାଲି ତୁଳନାରେ ଆଜି,କରୋନା ମିଟର ତଳମୁହାଁ | ଗତକାଲି ୧୦ ହଜାର ୪୧୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ୮ହଜାର ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ଆଜିବି ଆଗରେ ଅର୍ଥାତ ଖୋର୍ଦ୍ଧା ଜିଲ୍ ସର୍ବାଧିକ ୧୨୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଦ୍ୱିତୀୟ ସ୍ଥାନରେ ରହି ୭୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୫୨୫, କଟକରୁ ୪୮୨ ଜଣ ଚିହ୍ନଟ ହୋଇଛନ୍ତି ।

ଏଥିସହ ସମ୍ବଲପୁରରୁ ୪୪୧, ବରଗଡ଼ରୁ ୩୯୦, ଝାରସୁଗୁଡ଼ାରୁ ୩୮୬, ନବରଙ୍ଗପୁରରୁ ୩୨୦, ପୁରୀରୁ ୩୦୬, ନୂଆପଡ଼ାରୁ ୨୬୪, ଷ୍ଟେଟ୍ ପୁଲରୁ ୨୩୬, ସୋନପୁରରୁ ୨୦୭, ମୟୂରଭଞ୍ଜରୁ ୧୯୯, ବଲାଙ୍ଗିରରୁ ୧୯୮, ଯାଜପୁରରୁ ୧୯୪, ନୟାଗଡ଼ରୁ ୧୮୭, କଳାହାଣ୍ଡିରୁ ୧୭୪, ଗଞ୍ଜାମରୁ ୧୬୯, ରାୟୟଡ଼ାରୁ ୧୫୪, ଜଗତସିଂହପୁରରୁ ୧୪୯, ଭଦ୍ରକରୁ ୧୪୫, କୋରାପୁଟରୁ ୧୨୭,ଗଜପତିରୁ ୧୨୦, ବୌଦ୍ଧରୁ ୧୦୩, ଦେବଗଡ଼ରୁ ୧୦୧, ବାଲେଶ୍ବରରୁ ୧୦୦, ଢେଙ୍କାନାଳରୁ ୮୬, କେନ୍ଦୁଝରରୁ ୭୫, କେନ୍ଦ୍ରାପଡ଼ାରୁ ୭୦, କନ୍ଧମାଳରୁ ୬୧ ଓ ମାଲକାନଗିରିରୁ ୩୬,ଏବଂ ଷ୍ଟେଟ ପୁଲରୁ ୨୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।