ସବୁ କଳ୍ପନା ଜଳ୍ପନାର ଶେଷ ରାଜ୍ୟରେ ଲାଗିଲା ୧୪ ଦିନିଆ ଲକଡାଉନ୍…

ବାସ୍ତବବ୍ୟୁରୋ:( ଭୁବନେଶ୍ୱର) ସବୁ କଳ୍ପନା ଜଳ୍ପନାର ଶେଷ ରାଜ୍ୟରେ ଲାଗିଲା ଲକଡାଉନ୍ । କରୋନା ସଂକ୍ରମଣର କାୟା ବିସ୍ତାରକୁ ରୋକିବାକୁ ଶେଷ କଡା ପଦକ୍ଷେପ ନେଲେ ରାଜ୍ୟ ସରକାର ।କରୋନା ସଂକ୍ରମଣ ଚେନରେ ବ୍ରେକ୍ ଦେବାକୁ ପ୍ରଧାନମନ୍ତ୍ରୀ କିଛିଦିନ ପୂର୍ବରୁ କହିଥିଲେକି ଲକଡାଉନ ଶେଷ ବିକଳ୍ପ ରୂପେ ନିଆଯାଉ ।ତାହା ଆଜି ଓଡ଼ିଶାରେ କାର୍ଯ୍ୟକାରୀ ହୋଇଛି| ରାଜ୍ୟ ସରକାର ରାଜ୍ୟରେ କରୋନା ଚେନ ଛିଡ଼ାଇବା ପାଇଁ ଲଗାଇଛନ୍ତି ୧୪ ଦିନିଆ ଲକଡାଉନ୍ ।

ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଲକଡାଉନ୍ ନେଇ ଘୋଷଣା କରାଯାଇଛି ।ରାଜ୍ୟରେ ଚଳିତ ମଇ ମାସ ୦୫ ତାରିଖ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ । ଏହି ସମୟରେ ସମସ୍ତ ସାଧାରଣ ଚଳାଚଳ ବନ୍ଦ ରହିବ । କେବଳ ଜରୁରୀକାଳିନ ସେବା ଜାରି ରହିବ ।

ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଓ ଜରୁରୀ ଦ୍ରବ୍ୟ କ୍ରୟ କରି ପାରିବେ। ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।

ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ । ତେବେ କଟକଣା ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ । ରେଳ ଓ ବିମାନ ସେବା ମଧ୍ୟ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ସାମ୍ବାଦିକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା...

Sun May 2 , 2021
ବାସ୍ତବବ୍ୟୁରୋ:ଭୁବନେଶ୍ୱର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସାମ୍ବାଦିକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ଏହା ଦ୍ୱାରା ରାଜ୍ୟର ୬,୯୪୪ ସାମ୍ବାଦିକ ଉପକୃତ ହେବେ ।କରୋନାରେ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ବରଣ କଲେ ପରିବାର ଲୋକଙ୍କୁ ମିଳିବ ୧୫ଲକ୍ଷ ଟଙ୍କା। ରାଜ୍ୟ ସରକାରଙ୍କୁ ସାମ୍ବାଦିକମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବାକୁ ଦୀର୍ଘଦିନ ହେଲା ଦାବି କରାଯାଉଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ପ୍ରଶଂସା […]

You May Like

Pin It on Pinterest