ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ସାମ୍ବାଦିକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା…

ବାସ୍ତବବ୍ୟୁରୋ:ଭୁବନେଶ୍ୱର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସାମ୍ବାଦିକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ଏହା ଦ୍ୱାରା ରାଜ୍ୟର ୬,୯୪୪ ସାମ୍ବାଦିକ ଉପକୃତ ହେବେ ।କରୋନାରେ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ବରଣ କଲେ ପରିବାର ଲୋକଙ୍କୁ ମିଳିବ ୧୫ଲକ୍ଷ ଟଙ୍କା।

ରାଜ୍ୟ ସରକାରଙ୍କୁ ସାମ୍ବାଦିକମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବାକୁ ଦୀର୍ଘଦିନ ହେଲା ଦାବି କରାଯାଉଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ପ୍ରଶଂସା କରି କହିଛନ୍ତି ଯେ,ଏଭଳି ପରିସ୍ଥିତିରେ ସାମ୍ବାଦିକମାନେ ନିଜର କର୍ତ୍ତବ୍ୟ ସୁଚାର ରୂପେ ସମ୍ପାଦନ କରୁଛନ୍ତି। କୋଭିଡ୍ ବିରୋଧରେ ଲଢୁଛନ୍ତି । ସାମ୍ବାଦିକମାନେ ସବୁ ଘାତପ୍ରତିଘାତ ସତ୍ୱେ ରାଜ୍ୟ ବାସୀଙ୍କୁସେବା ଯୋଗାଉଛନ୍ତି। କରୋନା ସତ୍ତ୍ୱେ ରାଜ୍ୟବାସୀଙ୍କ ପାଖରେ ଟିକନିଖ ଖବର ପହଞ୍ଚାଉଛନ୍ତି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୬,୯୪୪ ଜଣ ସାମ୍ବାଦିକ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ, ସେମାନଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦ୍ୱାରା ଉପକୃତ ହେବେ । ନିଜ କର୍ତ୍ତବ୍ୟପାଳନ ସମୟରେ କୋଭିଡ୍‌ରେ ପ୍ରାଣ ହରାଉଥିବା ସାମ୍ବାଦିକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସନ୍ୟାସ -ମୁଁ ଆଉ କୌଣସି ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବି ନାହିଁ...

Sun May 2 , 2021
ବିଜୟ ରାସ୍ତାରେ ଟିଏମସି ନେବାକୁ ରଣନୀତି ପ୍ରସ୍ତୁତ କରିଥିବା ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଘୋଷଣା କରିଛନ୍ତି ଯେ ସେ ଆଉ କୌଣସି ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ ନାହିଁ। ବାସ୍ତବବ୍ୟୁରୋ:ତୃଣମୂଳ କଂଗ୍ରେସର ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଥିଲେ ଯେ ଯଦି ବିଜେପି ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ଅତିକ୍ରମ କରେ ତେବେ ମୁଁ ମୋର ବୃତ୍ତି ଛାଡିଦେବୀ । କିନ୍ତୁ କିଶୋରଙ୍କ ଏହି କଥା ଠିକ୍ […]

You May Like

Pin It on Pinterest