ଦେଶରେ ନୂତନ କରୋନା ସଂକ୍ରମଣ ହ୍ରାସ ପାଇଛି,ଗତ ୨୪ ଘଣ୍ଟାରେ ୩ .୭୦ ଲକ୍ଷ ସଂକ୍ରମିତ,୩୪୦୦ ରୁ ଅଧିକ ମୃତ୍ୟୁ…

ବାସ୍ତବବ୍ୟୁରୋ:ସାରା ଦେଶରେ କରୋନା ରେକର୍ଡ ଭାଙ୍ଗିବା ପରେ ଗତ ଦୁଇ ଦିନ ହେବ ନୂଆ ମାମଲାରେ ସାମାନ୍ୟ ହ୍ରାସ ଘଟିଛି। ରବିବାର ଦିନ ଭାରତରେ ପ୍ରାୟ ୩ ଲକ୍ଷ ୭୦ ହଜାର ନୂତନ କରୋନା ମାମଲା ପଞ୍ଜିକୃତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୩ ହଜାର ୪୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଦେଶରେ କରୋନା ଯୋଗୁଁ ସମୁଦାୟ ୨ ଲକ୍ଷ ୧୮ ହଜାର ୯୪୫ ଲୋକ ପ୍ରାଣ ହରାଇଛନ୍ତି |

ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୬୯ ହଜାର ୯୪୨ ନୂତନ ମାମଲା ଆସିବା ପରେ ବର୍ତ୍ତମାନ ଦେଶରେ ମୋଟ କରୋନା ମାମଲା ୧ କୋଟି ୯୯ ଲକ୍ଷ ୧୯ ହଜାର ୭୧୫ କୁ ବୃଦ୍ଧି ପାଇଛି।ଏହି ସମୟରେ ଦେଶରେ ସକ୍ରିୟ ମାମଲା ୩୪ ଲକ୍ଷ ୧୦ ହଜାର ୪୨୬ ରେ ପହଞ୍ଚିଛି।

ଦେଶର କରୋନା ମହାମାରୀ ସଙ୍କଟରେ ଟିକିଏ ଆଶ୍ଵସ୍ଥ ହେଉଛିଯେ,ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ୨ ଲକ୍ଷ ୯୯ ହଜାର ୮୦୦ ଲୋକ ସୁସ୍ଥ ହୋଇଛନ୍ତି।

ମହାରାଷ୍ଟ୍ରରେ ଦୈନିକ ମାମଲାରେ ହ୍ରାସ ଘଟିଛି। ୨୪ ଘଣ୍ଟା ମଧ୍ୟରେ ୫୬,୦୦୦ ୬୪୭ ନୂତନ କରୋନା ମାମଲା ପଞ୍ଜିକୃତ ହୋଇଥିଲା ବେଳେ ୬୬୯ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ମହାରାଷ୍ଟ୍ରରେ ୬ ଲକ୍ଷ ୬୮ହଜାର ୩୫୩ ସକ୍ରିୟ ମାମଲା ଅଛି | ଏହି ସମୟ ମଧ୍ୟରେ ୫୧ ହଜାର ୩୫୬ ଲୋକ କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି |

ରାଜଧାନୀ ଦିଲ୍ଲୀରେ କରୋନା ମାମଲାରେ ନୂଆ ଘଟଣା ଘଟିଛି, ଗତ ୨୪ ଘଂଟାରେ ୨୦ ହଜାର ୩୯୪ ଟି ନୂଆ ମାମଲା ରୁଜୁ ହୋଇଥିବାବେଳେ, ମୃତ୍ୟୁ ସଂଖ୍ୟା ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଦିଲ୍ଲୀରେ ଗତ ଗୋଟିଏ ଦିନ ମଧ୍ୟରେ କରୋନା ୪୦୭ ଜଣଙ୍କର ଜୀବନ ନେଇଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Mon May 3 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯୧୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୭୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୭୧୫୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୮୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୯୭୫୭୫ଜଣ ସୁସ୍ଥ ହୋଇ ଘରକୁ […]

You May Like

Pin It on Pinterest