ଆଜିର ଖାସ୍ ଖବର…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯୧୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୭୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୭୧୫୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୮୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୯୭୫୭୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଏସ୍‌ସିବି ‌କୋଭିଡ୍‌ ହସ୍ପିଟାଲରେ ଦେଖାଦେଲାଣି ଶଯ୍ୟା ଅଭାବ। ଗତ ୫/୬ଦିନ ହେବ ଆଇସିୟୁ ଭର୍ତ୍ତି ଥିବାବେଳେ ବେଡ୍‌ ଅଭାବରୁ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ସଂକ୍ରମିତ। ସାଢ଼େ ୪ଶହ ପାଖାପାଖି ରୋଗୀ ବେଡ୍‌ରେ ଥିବାବେଳେ ୫୩ଟି ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ରୋଗୀ। 

ନବମ ଶ୍ରେଣୀ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ଫଳ ଏବଂ ଦଶମ ଶ୍ରେଣୀର ପ୍ରାକ୍ଟିସ୍‌(ଅଭ୍ୟାସ) ପରୀକ୍ଷାର ମାର୍କ ଆଧାରରେ ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ । ଛାତ୍ରଛାତ୍ରୀଙ୍କୁ ବିକଳ୍ପ ମୂଲ୍ୟାୟନରେ ମାର୍କ ଦେବା ଲାଗି ସିବିଏସ୍‌ଇ ନିୟମାବଳି ଜାରି କରିବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ଆଜି ଏଭଳି ପଦକ୍ଷେପ ନେଇଛି। 

ସୋମବାର ରାଜ୍ୟର ୮ଟି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ଅଛି । ଘଡ଼ଘଡ଼ି ସହ ବର୍ଷା ହେବା ସହିତ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ବୋହିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । 

ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । 

ହରିୟାଣା ସରକାରରେ ମନ୍ତ୍ରୀ ଅନିଲ ଭିଜ ଘୋଷଣା କରିଛନ୍ତି ଯେ, ମେ’ ୩ରୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍‌ଡାଉନ୍ ରହିବ । ଏହା ପୂର୍ବରୁ ଶୁକ୍ରବାର ସରକାର ୯ଟି ଜିଲ୍ଲାରେ ସପ୍ତାହାନ୍ତ ଲକଡାଉନ୍ ଘୋଷଣା କରିଥିଲେ । 

ଦିଲ୍ଲୀ ସରକାର କରୋନା ରୋଗୀଙ୍କ ଲାଗି ସନ୍ଥ ନିରଂକାରୀ ପଡ଼ିଆରେ ୧୦୦୦ ବେଡ ବ୍ୟବସ୍ଥା କରିଛନ୍ତି । ଏହା ରବିବାର ଆରମ୍ଭ ହୋଇଯାଇଛି ।

 କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ୍ ଉପରେ ବିଚାର କରନ୍ତୁ : ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଲକଡାଉନ୍ ଲଗାଇବା ବେଳେ ଯେପରି ସାମାଜିକ ଓ ଆର୍ଥିକ ସ୍ତରରେ ଏହାର ପ୍ରଭାବ ନପଡିବ ସେନେଇ ଦୃଷ୍ଟି ଦେବା ଆବଶ୍ୟକ । ଯେଉଁମାନଙ୍କ ଉପରେ ଲକଡାଉନ୍‌ର ପ୍ରଭାବ ପକାଇବ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ।

ଭାରତୀୟ ଷ୍ଟେଟ ବ୍ୟାଙ୍କ କରୋନା ମହାମାରୀର ବର୍ଦ୍ଧିତ ସଂକ୍ରମଣ ଏବଂ ଅନେକ ରାଜ୍ୟରେ ଲାଗିଥିବା ଲକଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ କଟକଣାକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ଲାଗି କେୱାଇସି ଅପଡେଟ କରିବାର ପ୍ରକ୍ରିୟା ସହଜ କରିଦେଇଛି

ଆସାମ କଂଗ୍ରେସର ଅଧ୍ୟକ୍ଷ ରିପୁନ ବୋରା ରବିବାର ରାଜ୍ୟ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ସଦସ୍ୟ ଶ୍ରୀ ବୋରା ପରାଜୟ ସ୍ୱୀକାର କରିଛନ୍ତି ।

ସୁପ୍ରିମ୍‌ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପ୍ରତି କୋଭିଡ୍‌ ପରିସ୍ଥିତି ସମ୍ବନ୍ଧରେ କେତେଗୁଡ଼ିଏ ନିର୍ଦେଶାବଳୀ ‌ଜାରି କରି କହିଛନ୍ତି ଯେ, ସ୍ଥାନୀୟ ଆବାସିକ ପ୍ରମାଣ କିଂବା ପରିଚୟ ପତ୍ର ନ ଥିଲେ ମଧ୍ୟ କୌଣସି ରୋଗୀଙ୍କୁ କୌଣସି ରାଜ୍ୟ କିଂବା କେନ୍ଦ୍ରଶାସିତ ଅଞ୍ଚଳରେ ଚିକିତ୍ସା ଓ ଔଷଧପତ୍ର ପାଇବାରୁ ବଞ୍ଚିତ କରାଯିବ ନାହିଁ ।

ଦେଶରେ କୋଭିଡ୍‌-୧୯ର ଦ୍ବିତୀୟ ଲହର ସଂକ୍ରମଣ ଦିନକୁ ଦିନ ବେକାବୁ ହୋଇ ଚାଲିଥିବା ବେଳେ ଏହାର ନିୟନ୍ତ୍ରଣ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ସ୍ଥିତି ନିର୍ଣ୍ଣାୟକ ଭୂମିକା ନିର୍ବାହ କରିପାରିବ : କୋଭିଡ୍‌ ଟାସ୍କ ଫୋର୍ସ ସଦସ୍ୟ ତଥା ଦିଲ୍ଲୀ ଏମ୍‌ସ ମୁଖ୍ୟ ଡା. ରଣଦୀପ ଗୁଲେରିଆ । 

ମଙ୍ଗଳବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସହ ଏକ ଭର୍ଚ୍ୟୁଆଲ୍‌ ଶିଖର ବୈଠକରେ ଯୋଗଦେବେ।

ଭାରତୀୟ ବାୟୁସେନା ବିମାନ ଯୋଗେ ଜର୍ମାନିର ଫ୍ରାଙ୍କ୍‌ଫର୍ଟରୁ ୪ଟି ‘ଅକ୍ସଜେନ୍‌ କଣ୍ଟେନର୍‌’ ନେଇ ଦିଲ୍ଲୀସ୍ଥିତ ହିନ୍ଦୋନ୍ ବିମାନଘାଟିରେ ପହଞ୍ଚାଇଛି। ଏହା ବ୍ୟତିରେକେ, ଇଂଲଣ୍ଡ୍‌ର ବ୍ରାଇଜ୍‌ ନର୍ଟନ୍‌ରୁ ତାମିଲନାଡୁସ୍ଥିତ ଚେନ୍ନାଇ ବିମାନଘାଟିକୁ ୪୫୦ଟି ଅକ୍ସିଜେନ୍‌ ସିଲିଣ୍ଡର୍‌ ଆଣିବା ଲାଗି ଭାରତୀୟ ବାୟୁସେନା ତା’ର ‘ସି-୧୭’ ବିମାନ ବ୍ୟବହାର କରିଛି।

ଆମେରିକା ତରଫରୁ ପଠାଯାଇଥିବା ରେମଡେସିଭିରର ୧ ଲକ୍ଷ ୨୫ ହଜାର ସୋମବାର ଦିଲ୍ଲୀ ବିମାନବନ୍ଦରରେ ପହଂଚିଛି ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୫ କୋଟି ୩୪ ଲକ୍ଷ ୬୭ ହଜାର ୮୨୦ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୨ ଲକ୍ଷ ୧୫ ହଜାର ୬୨୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।  ୧୩ କୋଟି ୧୪ ଲକ୍ଷ ୭୨ ହଜାର ୪୬୦ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୮୮ ଲକ୍ଷ ୭୯ ହଜାର ୬୮୭ ଜଣ ଲୋକ ସକ୍ରିୟ ଅଛନ୍ତି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନା ଟଙ୍କା, ନା କାର ସ୍ୱାମୀ ଲେବର,ବିଜେପି ବିଧାୟିକା ଚାନ୍ଦନା ବାଉରୀ ଜିତିଛନ୍ତି ଜନତାଙ୍କ ହୃଦୟ...

Mon May 3 , 2021
ପଶ୍ଚିମବଙ୍ଗ ହୁଏତ ବିଜେପିକୁ ବହୁମତ ଦେଇନି ,କିନ୍ତୁ ଦଳର ମହିଳା ପ୍ରାର୍ଥୀଙ୍କ ବିଜୟ ଖବର ଏବେ ଚର୍ଚ୍ଚାରେ । ସମ୍ପତ୍ତି ତାଲିକାରେ ଚନ୍ଦନା ବାଉରୀଙ୍କ ପାଖରେ କିଛି ହଜାର ଟଙ୍କା, ତିନୋଟି ଗାଈ ,ତିନୋଟି ଛେଳି ଏବଂ ଗୋଟିଏ ଛୋଟିଆ ଘର ଅଛି। ବାସ୍ତବବ୍ୟୁରୋ:ପଶ୍ଚିମବଙ୍ଗର ଫଳାଫଳ ରବିବାର ପ୍ରକାଶ ପାଇଛି। ପଶ୍ଚିମବଙ୍ଗରେ, ଯଦିଓ ବିଜେପି ୨୦୦ର ସେହି ଯାଦୁ ସଂଖ୍ୟା ଅତିକ୍ରମ କରି ନଥାଇପାରେ, ତଥାପି ଜଣେ ମହିଳା ବିଜେପି […]

You May Like

Pin It on Pinterest