ବାସ୍ତବବ୍ୟୁରୋ: ଗତ ୨୪ ଘଣ୍ଟାରେ ରାଜ୍ୟରେ ୮,୨୧୬ କରୋନା ସଂକ୍ରମିତ ଚିହ୍ନଟ ।ସବୁଦିନ ଭଳି ଆଜିବି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି |ଆଜିର ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୪,୬୮୪ ଜଣ ଥିଲେବେଳେ, ସ୍ଥାନୀୟ ବାସିନ୍ଦା ୩,୫୩୨ ଜଣ ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୨୭୧ ଜଣ ସଂକ୍ରମିତ ଥିବାବେଳେ, ସୁନ୍ଦରଗଡ଼ ରୁ ୬୩୬ ଜଣ, କଟକରୁ ୪୪୭, ପୁରୀରୁ ୪୦୨, ଅନୁଗୋଳରୁ ୩୯୪, ସମ୍ବଲପୁରରୁ ୩୮୫, ବରଗଡ଼ରୁ ୩୭୫, ଯାଜପୁରରୁ ୩୪୭, ନବରଙ୍ଗପୁରରୁ ୩୧୯, ଝାରସୁଗୁଡ଼ାରୁ ୩୧୬, ବଲାଙ୍ଗିରରୁ ୩୦୫, ବାଲେଶ୍ୱରରୁ ୩୦୨, ନୂଆପଡ଼ାରୁ ୨୬୧, ନୟାଗଡ଼ରୁ ୨୫୦, ସୁବର୍ଣ୍ଣପୁରରୁ ୨୪୮, କଳାହାଣ୍ଡିରୁ ୨୩୮ ଓ ରାୟଗଡ଼ାରୁ ୨୩୨ ମୟୂରଭଞ୍ଜ ଜିଲ୍ଲାରୁ ୧୯୦ କୋରାପୁଟରୁ ୧୩୩, କେନ୍ଦୁଝରରୁ ୧୨୯, ଗଜପତିରୁ ୧୨୧, ଜଗତସିଂହପୁରରୁ ୧୦୬, ବୌଦ୍ଧ ଓ ଦେବଗଡ଼ରୁ ୯୮ ଲେଖାଏଁ, କେନ୍ଦ୍ରାପଡ଼ାରୁ ୮୭, କନ୍ଧମାଳରୁ ୭୭, ଗଞ୍ଜାମରୁ ୬୯, ଭଦ୍ରକରୁ ୬୩, ଢେଙ୍କାନାଳରୁ ୪୭ ଓ ମାଲକାନଗିରିରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ଷ୍ଟେଟ୍ ପୁଲ୍ରୁ ୨୩୮ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଆଜିର କରୋନା ଆକ୍ରାନ୍ତଙ୍କ ସହ ମୋଟ ସଂଖ୍ୟା ୪,୭୯,୭୫୨ରେ ପହଞ୍ଚିଛି। ସେଥିମଧ୍ୟରୁ ମଧ୍ୟରୁ ୪,୦୪,୦୬୩ ଜଣ ସୁସ୍ଥ ହୋଇଥିବାବେଳେ, ୭୩,୫୪୮ ଜଣ ଏବେବି ଚିକିତ୍ସାଧୀନ ଅଛନ୍ତି। ସେହିପରି ୧୫ ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ ୨,୦୮୮ କରୋନା ଜନିତ ମୃତ୍ୟୁ ଘଟିଛି ।



