ଆଜିର ଖାସ୍ ଖବର

 ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୨୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୮୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୭୯୭୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୮୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୯୭୫୭୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଲକ୍‌ଡାଉନ ସମୟରେ ଅନ୍‌ଲାଇନ୍‌ରେ ଗ୍ରାହକ କେମିତି ଘର ବସି ମଦ ପାଇ ପାରିବେ ସେ ଅବକାରୀ ବିଭାଗ ତିଆରି କରୁଛି ବ୍ଲ୍ୟୁ-ପ୍ରିଣ୍ଟ୍‌ । ତେବେ ଅନ୍‌ଲାଇନ୍‌ରେ ବିକ୍ରି ହେବ କି ନାଁ ମଙ୍ଗଳବାର ସନ୍ଧ୍ୟା ଭିତରେ ଅବଗତ କାରାଇବ ବିଭାଗ । ଜୋମାଟୋ ଓ ସ୍ୱିଗୀ ଜରିଆରେ ଗ୍ରାହକମାନେ ମଦ ପାଇପାରିବେ । ତେବେ ଅନ୍‌ଲାଇନ୍‌ ବିକ୍ରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୂର୍ବ ନିଷ୍ପତ୍ତି ଅନୁସାରେ କେବଳ ସହର ଗୁଡିକରେ ଏହି ସେବା ମିଳି ପାରିବ । କଟକ, ଭୁବନେଶ୍ୱର, ବ୍ରହ୍ମପୁର, ପୁରୀ ଓ ରାଉରକେଲା ସହରରେ ଡେଲିଭରୀ ଦେବ ଏହି ସଂସ୍ଥା ।

ଓଡ଼ିଶାରେ ବାତ୍ୟା ହେବା ନେଇ କୌଣସି ସମ୍ଭାବନା ନାହିଁ । ଆଇଏମ୍‌ଡି ସମେତ ଭାରତର ବିଶିଷ୍ଟ ପାଣିପାଗ ବିଜ୍ଞାନୀମାନେ ଏଭଳି ପୂର୍ବାନୁମାନ କରିଛନ୍ତି । 

ରାଜ୍ୟରେ ରବିବାର ବ୍ୟତିତ ବାକି ସମସ୍ତ ଦିନରେ ଟିକାକରଣ ଜାରି ରହିବ । ଟିକା ନେବାକୁ ଚାହୁଁଥିବା ବ୍ୟକ୍ତିମାନେ ନିଜ ନିଜ ବ୍ୟବସ୍ଥାରେ ଯାଇ ସୋମବାରରୁ ଶନିବାର ମଧ୍ୟରେ ଟିକା ନେଇପାରିବେ ।

ରାଜ୍ୟରେ କୋଭିସିଲ୍ଡ୍ ଟିକାର ଅଭାବ । ଏଥିପାଇଁ ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ। ବାଲେଶ୍ୱର, ବରଗଡ଼, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାରେ ଟିକାକରଣ ହେବନାହିଁ ।

ରାଜ୍ୟର ୧୮ ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାରେ ୟେଲୋ-ୱାର୍ଣ୍ଣିଂ ଜାରି କରାଯାଇଛି । ଉକ୍ତ ଜିଲ୍ଲାଗୁଡ଼ିକ ହେଲାବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି

ଆଜିଠୁ ତିନି ଦିନ ଯାଏ ୟୁନିଟ୍-୬ ସରକାରୀ ହାଇସ୍କୁଲ ପରିସରରେ କରୋନାର ପ୍ରମୁଖ ଯୋଦ୍ଧା ସାମ୍ବାଦିକଙ୍କୁ ଦିଆଯିବ ଟିକା। ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଅଧିନରେ ଆସୁଥିବା ସାମ୍ବାଦିକଙ୍କ ବୀମା ନମ୍ବର ଆଧାରରେ ତିନି ଦିନ ବିଭକ୍ତ କରାଯାଇଛି। ନିର୍ଦ୍ଦିଷ୍ଠ ଦିନରେ ସାମ୍ବାଦିକ ମାନେ ଯାଇ ଭ୍ୟାକସିନ୍ ନେଇ ପାରିବେ। ଏଥିପାଇଁ ନିଜ ପରିଚୟପତ୍ର ଓ ବୀମା କାର୍ଡ ଦେଖାଇ ପାରିବେ ।

ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୫୭,୨୨୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩,୪୪୯ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୦୨,୮୨,୮୩୩ ଓ ମୃତ୍ୟୁସଂଖ୍ୟା ୨,୨୨,୪୦୮ରେ ପହଞ୍ଚିଛି । ୩,୨୦,୨୮୯ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୧, ୬୬,୧୩, ୨୯୨ରେ ପହଞ୍ଚିଥିବା ବେଳେ ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୪,୪୭,୧୩୩।

ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାଓ୍ବାଲା : ଭାରତ ପରି ବିଶାଳ ଦେଶର ଟିକା ଚାହିଦା ମେଣ୍ଟାଇବା ସହଜ କଥା ନୁହେଁ । ପୁଣି ରାତାରାତି ଟିକା ଉତ୍ପାଦନ ବଢାଇବା ସମ୍ଭବ ନୁହେଁ । ଭାରତ ସରକାର ମୋଟ୨୬ କୋଟି ଟିକା ପାଇଁ ଅର୍ଡର ଦେଇଥିଲେ । ତା ମଧ୍ୟରୁ ୧୫ କୋଟିର ଅଧିକ ଡୋଜ ଟିକା ଯୋଗାଣ ଶେଷହୋଇଛି । ଅବଶିଷ୍ଠ ୧୧ କୋଟି ଡୋଜ ଟିକା ପାଇଁ ଭାରତ ସରକାର ୧୭୩୨ କୋଟି ଟଙ୍କା ପ୍ରଦାନ କରିସାରିଛନ୍ତି । ଆଗାମୀ କିଛି ମାସରେ ଏସବୁ ଟିକା ଯୋଗାଇଦିଆଯିବ । ସେହିପରି ରାଜ୍ୟମାନଙ୍କ ଆଉ ୧୧ କୋଟି ଟିକା ଯୋଗାଇଦିଆଯିବ ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ୟୁପି ପୋଲିସ କଣ୍ଟ୍ରୋଲ ରୁମର ହ୍ୱାଟସଆପରେ ଏହି ଧମକ ଦିଆଯାଇଛି । ଏହାସହ ୪ ଦିନ ଯୋଗୀ ଯାହା କରିବା କଥା କରନ୍ତୁ ବୋଲି ମଧ୍ୟ ଚ୍ୟାଲେଞ୍ଜ ଦିଆଯାଇଛି । ମାମଲା ସାମ୍ନାକୁ ଆସିବା ପରେ ଲକ୍ଷ୍ନୌର ସୁଶାନ୍ତ ଗୋଲ୍ଫ ସିଟି ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି ।

ସ୍ପୁଟନିକ୍ ପରେ ଫାଇଜର୍ ଟିକାକୁ ଭାରତରେ ବ୍ୟବହାର ପାଇଁ ମିଳିପାରେ ଅନୁମତି। ଭାରତରେ ଜରୁରୀ ବ୍ୟବହାର ପାଇଁ ଫାଇଜର୍ କମ୍ପାନୀ କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗ କରିଛି।

ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ତରଫରୁ ଖେଳୁଥିବା ଅଷ୍ଟ୍ରେଲିଆ ର ପ୍ୟାଟ୍ କମିନ୍ସ ଭାରତକୁ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢାଇଛନ୍ତି । ଏନେଇ ସେ ସ୍ପଷ୍ଟ କରିଛନ୍ତି । କିନ୍ତୁ ସେ ପିଏମ କେୟାର୍ସକୁ ଟଙ୍କା ଦେଇ ନାହାଁନ୍ତି । ସେ ଭାରତରେ କରୋନା ମୁକାବିଲା ପାଇଁ ୟୁନିସେଫ୍ ଅଷ୍ଟ୍ରେଲିଆକୁ ଏହି ଅର୍ଥରାଶି ଦେଇଛନ୍ତି । 

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବ୍ରିଟେନ ସମକକ୍ଷ ବୋରିସ ଜନ୍‌ସନ୍‌ଙ୍କ ସହିତ ଭର୍ଚୁଆଲ ବୈଠକ କରିବେ । ମୋଦୀଙ୍କ ଏହି ବୈଠକରେ କୋଭିଡ – ୧୯ ସଂପର୍କିତ ଆଲୋଚନା ହେବ।

ଜରୁରୀକାଳୀନ ଜୀବନ ରକ୍ଷାକାରୀ ସାମଗ୍ରୀ ସହିତ ଭାରତ ଅଭିମୁଖେ ଯାତ୍ରା କରିବାକୁ ଥିବା ଆମେରିକାର ବାୟୁସେନା ବିମାନଗୁଡିକ ରକ୍ଷଣାବେକ୍ଷଣ ସମସ୍ୟା ହେତୁ ବିଳମ୍ବରେ ଉଡ଼ାଣ ଭରିବ । ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରୁ କେବଳ ଦୁଇଟି ବିମାନ ଆସି ଭାରତରେ ଅବତରଣ କରିଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତରେ କରୋନା ସଂକ୍ରମଣ ମଧ୍ୟରେ ନୂଆ ରାଷ୍ଟ୍ରଦୂତ ଭାବେ ଡାନିଏଲ୍ ସ୍ମିଥଙ୍କୁ ନିଯୁକ୍ତ କରଛନ୍ତି । ଭାରତରେ ଆମେରିକା ରାଷ୍ଟ୍ରଦୂତ ପଦ ଜାନୁଆରୀ ୨୦ରୁ ଖାଲି ପଡିଥିଲା ।  

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୫ କୋଟି ୪୧ ଲକ୍ଷ ୬୫ ହଜାର ୭୨୦ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୧୩ କୋଟି ୨୨ ଲକ୍ଷ ୭୩ ହଜାର ୭୭୯ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି ।  ଏପର୍ଯ୍ୟନ୍ତ ୩୨ ଲକ୍ଷ ୨୬ ହଜାର ୫୮୩ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୧ କୋଟି ୮୬ ଲକ୍ଷ ୬୫ ହଜାର ୩୫୮ ଜଣ ଲୋକ ସକ୍ରିୟ ଅଛନ୍ତି ।

ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ତଥା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବିଲ ଗେଟ୍‌ସ ଏବଂ ତାଙ୍କର ପତ୍ନୀ ମେଲିନ୍ଦା ୨୭ ବର୍ଷର ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ନିଷ୍ପତ୍ତି ନେଇଛନ୍ତି ।  ଉଭୟ ବିଲ ଗେଟ୍‌ସ ଏବଂ ମେଲିନ୍ଦା ତଲାକ ଘୋଷଣା କରିଛନ୍ତି ।  ଉଭୟ ନିଜ ନିଜର ବୟାନରେ ଘୋଷଣା କରିଛନ୍ତି ଯେ, ଆଗାମୀ ଦିନରେ ଆମେ ଏକ ରାସ୍ତାରେ ଚାଲିପାରିବୁ ନାହିଁ । 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରରୁ ଆଜି ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା ପହଁଚିଲା

Tue May 4 , 2021
ବାସ୍ତବବ୍ୟୁରୋ:ଓଡିଶାରେ ଟୀକା ଅଭାବ ପାଇଁ ବାଲେଶ୍ୱର, ବରଗଡ଼, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଟିକାକରଣ ବନ୍ଦ ହୋଇଥିବାବେଳେ,କେଦ୍ର ସରକାରଙ୍କ ତରଫରୁ ଆଜି ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିଚି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପୂର୍ବରୁ ଟିକା ଯୋଗାଇବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ । ଭ୍ୟାକସିନ୍‌ ନଥିବାରୁ ବିଭିନ୍ନ ସମୟରେ […]

You May Like

Pin It on Pinterest