
ବାସ୍ତବବ୍ୟୁରୋ: କରୋନା ସଂକ୍ରମଣ ନୀତି ବଢି ବଢି ଚାଲିଛି । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଗ୍ରାଫ ଉପର ମୁହାଁ କେତେବେଳେ ୧୦ ହଜାର ଉପରେ ତ କେତେବେଳେ ତଳେ |ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନାନୁଯାୟୀ,ଗତ ୨୪ ଘଣ୍ଟା ରେ ରାଜ୍ୟରେ ୯୮୮୯ଜଣ କରୋନା ସଂକ୍ରମିତ ଚିହ୍ନଟ ।ସେଥିମଧ୍ୟରୁ ସଙ୍ଗରୋଧରୁ ୫୬୧୧ ଜଣ ଚିନ୍ହଟ ହୋଇଥିବାବେଳେ ୪୨୭୮ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ସୁନ୍ଦରଗଡ଼ ଆଜି ରେକର୍ଡ ଭାଙ୍ଗିଛି ,୧ ହଜାର ୧୩୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେହିପରି କଟକରୁ ୭୯୦ ବରଗଡରୁ ୪୮୩, ସମ୍ବଲପୁରରୁ ୪୭୦, ଅନୁଗୁଳରୁ ୪୪୩, ପୁରୀରୁ ୪୩୬ ଓ କଳାହାଣ୍ଡିରୁ ୪୧୪ ନୂଆ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଝାରସୁଗୁଡ଼ାରୁ ୩୮୬, ନୂଆପଡ଼ାରୁ ୩୩୫, ବଲାଙ୍ଗୀରରୁ ୩୨୬, ଗଞ୍ଜାମରୁ ୩୧୦, ଯାଜପୁରରୁ ୨୮୨, ମୟୂରଭଞ୍ଜରୁ ୨୪୩ ଓ ନୟାଗଡ଼ରୁ ୨୨୩ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୧୬ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ଗଜପତି ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, ସୁନ୍ଦରଗଡ ଓ ରାୟଗଡାର ୨ ଜଣ ଲେଖାଏଁ ଏବଂ ପୁରୀ, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।



