ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୫୨୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୨୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୦୦୧୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୧୫୮୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୧୬୪୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଘରୁ ଅଭିଯୋଗପତ୍ର ଗ୍ରହଣ ଅଭିଯାନରେ ପୋଲିସ୍ ପ୍ରଥମ ଦିନରେ ୧୩ ଜଣଙ୍କ ଅଭିଯୋଗ ଗ୍ରହଣ କରିଛି । ତଥ୍ୟ ମୁତାବକ, ଖଣ୍ଡଗିରି ଥାନା ପୁଲିସ ସନ୍ଧ୍ୟା ଭିତରେ ସର୍ବାଧିକ ୩ଟା ଅଭିଯୋଗ ପତ୍ର ଗ୍ରହଣ କରିଛି ।
ରାଜଭବନରେ ରାଜ୍ୟପାଳଙ୍କ ୮ ବରିଷ୍ଠ ଅଧିକାରୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।
ରାଜ୍ୟରେ ପାରଦ ଖସିଛି । ଉପକୂଳ ପରେ ଆଭ୍ୟନ୍ତରୀଣ ଓଡ଼ିଶା ମଧ୍ୟ ୪୦ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା, ପବନ ଜାରି ରହିଛି । ପାଣିପାଗ ପୂର୍ବାନୁମାନ ମୁତାବକ, ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି । ୧୦ରୁ ପୁଣି ଗରମ ବଢ଼ିବା ସମ୍ଭାବନା ଅଛି ।
ରାଜ୍ୟରେ ପୁଣି ଟିକା ଅଭାବ । ୯ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଏସବୁ ଜିଲ୍ଲା ହେଲା ବଲାଙ୍ଗିର, ବରଗଡ଼, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର ଓ ସୁବର୍ଣ୍ଣପୁର।
ଆନ୍ଧ୍ରପ୍ରଦେଶରେ କରୋନା ଭାଇରସନର ନୂଆ ଷ୍ଟ୍ରେନ ନେଇ ପ୍ରଚାର ହେବା ପରେ ଛତିଶଗଡ଼ ସୀମାକୁ ସିଲ କରି ଦିଆଯାଇଛି । କାରଣ କରୋନା ଭାଇରସ ଛତିଶଗଡ଼ରେ ନିଜର କାୟା ବିସ୍ତାର କରିଚାଲିଛି ।
ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ଅଜିତ ସିଂଙ୍କ ପରଲୋକ । ଗତ କିଛି ଦିନ ହେବ କରୋନା ସଂକ୍ରମିତ ହୋଇଥିଲେ ୮୬ ବର୍ଷୀୟ ଚୌଧୁରୀ ଅଜିତ ସିଂହ ।
ଘରେ ରହୁଥିବା କୋଭିଡ ରୋଗୀଙ୍କ ପାଇଁ ଦିଲ୍ଲୀ ସରକାର ଜରୁରୀକାଳୀନ ଅମ୍ଳଜାନ ଯୋଗାଇବା ପାଇଁ ଏକ କେନ୍ଦ୍ରୀକୃତ ଅମ୍ଳଜାନ ପୁଲ ସୃଷ୍ଟି କରିବେ । ଏହି ପୁଲ୍ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିବ । କୋଭିଡ ରୋଗୀଙ୍କ ଗମ୍ଭୀରତାକୁ ଦୃଷ୍ଟିରେ ରଖି ଘରେ ଅମ୍ଳଜାନ ଦେବେ କି ନାହିଁ ତାହା ସ୍ଥିର କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କର ଅଧିକାର ରହିବ ।
କାଶ୍ମୀରର ସୋପିଆନ ଜିଲ୍ଲାର କାନିଗାମ ଅଞ୍ଚଳରେ ମାଓବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର । ତେବେ ଏଥିରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଛନ୍ତି ୩ ଆତଙ୍କବାଦୀ । ତେବେ ଆଉ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି ।
ICU ରେ ଭର୍ତ୍ତି ହେଲେ ଆଶାରାମ ବାପୁ । କରୋନାରେ ସଂକ୍ରମିତ ହୋଇ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ସେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ରାଜସ୍ଥାନର ସେଣ୍ଟ୍ରାଲ ଜେଲରେ ୮୦ ବର୍ଷୀୟ ଆଶାରାମଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲା ।
ପଞ୍ଜାବ ରେ ଅତ୍ୟାବଶ୍ୟକୀୟ ସାମଗ୍ରୀରେ ସାମିଲ ହୋଇଛି ମଦ୍ୟ । ସରକାରଙ୍କ ଏହି ନିଷ୍ପତ୍ତି ପରେ ଲକଡାଉନ୍ ସମୟରେ ମଦଦୋକାନ ସବୁ ଖୋଲାରହିବ ।
କୋଭିଡ୍ ଟିକା ଉପରୁ ବିଶ୍ବବ୍ୟାପୀ ‘ପେଟେଣ୍ଟ୍’ ଉଠାଇ ଦେବା ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ଦେଇଥିବା ପ୍ରସ୍ତାବକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରଶାସନ ସମର୍ଥନ କରିଛି।
କରୋନା ମହାମାରୀ ମଧ୍ୟରେ ମଧୁମେହ, କିଡ୍ନି, ହାଇପରଟେନ୍ସନ ଓ ମୋଟାପଣଜନିତ ସମସ୍ୟାର ସାମ୍ନା କରୁଥିବା ଲୋକଙ୍କୁ ବିଶେଷ ଭାବେ ସତର୍କ ରହିବା ଆବଶ୍ୟକ ବୋଲି ଚିକିତ୍ସକମାନେ ମତ ଦେଇଛନ୍ତି । ସେମାନଙ୍କୁ ମ୍ୟୁକୋରମାଇକୋସିସ୍(ଫଙ୍ଗଲ ଇନ୍ଫେକ୍ସନ୍) ନାମକ ଏକ ଘାତକ ରୋଗ ହେଉଛି । ଅହମ୍ମଦାବାଦରେ ଏପର୍ଯ୍ୟନ୍ତ ଏପରି ୬୦ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ପ୍ରାଣହାନି ଘଟିଛି । ୩ ଜଣ ଦୃଷ୍ଟିଶକ୍ତି ହରାଇଛନ୍ତି । ୩୦ରୁ ଅଧିକ ରୋଗୀ ସିଭିଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
କାନାଡରେ ୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଟିକା ଦେବା ଅନୁମତି ଆସିବା ପରେ ଆରମ୍ଭ ହୋଇଛି ଯାଞ୍ଚ । ଟିକାକରଣ ପାଇଁ ଫାଇଜର-ବାୟୋନୋଟେକର କରୋନା ଟିକାକୁ ମିଳିଛି ଅନୁମୋଦନ । କାନାଡା ଏହା କରିବାରେ ପ୍ରଥମ ଦେଶ ହୋଇପାରିଛି ।
ବିଶ୍ୱରେ ୧୫ କୋଟି ୫୮ ଲକ୍ଷ ୧୧ ହଜାର ୪୨୯ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୩୨ ଲକ୍ଷ ୫୪ ହଜାର ୮୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୩ କୋଟି ୩୯ ଲକ୍ଷ ୫୩ ହଜାର ୪ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୮୬ ଲକ୍ଷ ୩ ହଜାର ୬୧୫ ଜଣ ଲୋକ ସକ୍ରିୟ ଅଛନ୍ତି ।