ଆଜି ଖାସ୍ ଖବର…

ବାସ୍ତବବ୍ୟୁରୋ:ଗତ ୨୪ ଘଣ୍ଟା ମଧ୍ୟରେ ୧୨୨୩୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୪୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୧୨୪୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୬୯୫୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୨୩୨୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ପୂର୍ବତନ ରେଳବାଇ ଅଧୀନରେ ଥିବା ବିଭିନ୍ନ ସ୍ଥାନରୁ ଉତ୍ପନ୍ନ ଚାରୋଟି ସ୍ୱତନ୍ତ୍ର ଟ୍ରେନର ସେବାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛିମେ ୮-୧୬ରୁ ମହାମାରୀର ପ୍ରସାରକୁ ରୋକିବା ପାଇଁ ସପ୍ତାହକ ମଧ୍ୟରେ ପ୍ରାୟ ୧୧ ଯୋଡି ଟ୍ରେନ୍ ବାତିଲ କରାଯାଇଛି

କାଳବୈଶାଖୀ ପାଇଁ ଆସନ୍ତା ୪ ଦିନ ବର୍ଷା ଓ ପବନ ଆଶଙ୍କା ରହିଥିବାରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ସ୍ବତନ୍ତ୍ର ରିଲିଫ କମିଶନର ସତର୍କ କରାଇଛନ୍ତି । ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡ, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି, ସମ୍ବଲପୁର, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବାରୁ ଉକ୍ତ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଚଳିତବର୍ଷ ବିନା ଭକ୍ତରେ ଚନ୍ଦନଯାତ୍ରା ହେବ। ସେହି ଅନୁସାରେ ପ୍ରସ୍ତୁତି ପର୍ବ ବି ଆରମ୍ଭ କରିଦେଇଛି ଶ୍ରୀମନ୍ଦିର ପ୍ରଶାସନ। 

କରୋନାରେ ଆକ୍ରାନ୍ତ ହୋଇ ଏମସରେ ଗୁରୁତର ହୋଇ ଚିକିତ୍ସିତ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ପତ୍ନୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି । ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯାଳୟ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥିତି ଉପରେ ନଜର ରଖିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ରାଜ୍ୟ ସରକାର ଯେଉଁ କୋଭିଡ୍‌ ଟିକା ନିଜସ୍ୱ ପାଣ୍ଠିରୁ କିଣିବେ ସେ ଟିକା ଉପରେ ଜିଏସ୍‌ଟି ଛାଡ଼ କରାଯାଉ। ଏହାଛଡ଼ା କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସେସ୍‌ ଓ ସରଚାର୍ଜ ପାଣ୍ଠିରୁ ଟିକାକରଣ ପାଇଁ ସହାୟତା ଦିଅନ୍ତୁ। ଆଜି ଏମିତି ଅନୁରୋଧ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ଆଜି ରମଜାନ ମାସର ଶେଷ ନମାଜ । ତେବେ କରୋନା ପାଇଁ ମୁସଲମାନ ଧର୍ମାବଲମ୍ୱୀମାନେ ମସଜିଦ ଯିବା ଉପରେ ଲାଗିଛି କଟକଣା । 

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କରୋନା ରୋଗୀଙ୍କୁ ମେଡିସିନ୍‌ ଦେବା ନେଇ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ।  ନୂଆ ଗାଇଡଲାଇନ୍ ଅନୁସାରେ, ଟୋକିଲିଜୁମାବ୍ ଏବଂ ଅନ୍ୟ ମେଡିସିନ୍‌ ବ୍ୟବହାର କରାଯାଇପାରିବ । ଏହା ଗୁରୁତର ରୋଗୀ ଏବଂ ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଦିଆଯାଇ ପାରିବ । ଅକ୍ସିଜେନ ଲେବଲ୍‌ କମ ଥିବା ରୋଗୀଙ୍କୁ ମଧ୍ୟ ଏହି ମେଡିସିନ୍‌ ଦିଆଯାଇ ପାରିବ । ତେବେ ଇଞ୍ଜେକ୍ସନ ଦେବା ପୂର୍ବରୁ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ । 

ହାଇଦ୍ରାବାଦର ଚିଡ଼ିଆଖାନାରେ ୮ଟି ସିଂହ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭାରତରେ ପ୍ରଥମ କରି ବନ୍ୟପ୍ରାଣୀ କରୋନା ସଂକ୍ରମିତ ହେବା ଖବର ଆସିବା ପରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି ।

ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଡିଏମ୍‌କେ ମୁଖ୍ୟ ଏମ୍‌.କେ ଷ୍ଟାଲିନ୍‌ ଶପଥ ଗ୍ରହଣ ​କରିଛନ୍ତି। କରୋନା କଟକଣା ମଧ୍ୟରେ ରାଜଭବନ ପରିସରରେ ଆୟୋଜିତ ସମାରୋହରେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ତାଙ୍କୁ ପଦ ଓ ଗୋପନୀୟତର ଶପଥ ପାଠ କରାଇଛନ୍ତି। ଦଳର ବରିଷ୍ଠ ନେତା ଦୁରାଇ ମୁରୁଗାନ ଜଳ ସମ୍ପଦ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

 ଗୋଆ ସରକାର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ । ରାଜ୍ୟ ସରକାର କରୋନା ଚିକିତ୍ସାକୁ ନିଜର ପ୍ରମୁଖ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ରାଜ୍ୟର ସମସ୍ତ ଲୋକ ତାଲିକାଭୁକ୍ତ ଅଛନ୍ତି । ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ବିକାନ ଗୌନକର କହିଛନ୍ତି ଯେ, ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଲୋକେ ଘରୋଇ ହସ୍ପିଟାଲରେ କରୋନାର ଚିକିତ୍ସା କରିବା ସମୟରେ ଦୀନ ଦୟାଲ ସ୍ୱାସ୍ଥ୍ୟ ସେବା ଯୋଜନା ଅନ୍ତର୍ଗତ ସମସ୍ତ ସୁବିଧା ପାଇପାରିବେ ।

ମେ ୧୦ ତାରିଖ ଭୋର୍‌ ୫ଟାରୁ ରାଜସ୍ଥାନରେ ଲାଗୁ ହେବ ଲକ୍‌ଡାଉନ୍‌ ।  ଏହି ଲକ୍‌ଡାଉନ୍‌ ମେ ୨୪ ତାରିଖ ଭୋର୍‌ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

ଦିଲ୍ଲୀରେ ନୂଆ ଗାଇଡଲାଇନ ଜାରି କଲେ କେଜରିଓ୍ୱାଲ୍ ସରକାର। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ଦିଲ୍ଲୀକୁ ଆସୁଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ କରିଛନ୍ତି । ଏଥିପାଇଁ ସରକାର ଦେୟଯୁକ୍ତ ସଂଗରୋଧର ବ୍ୟବସ୍ଥା କରିଛନ୍ତି । ଯେ କେହି ଆସିଲେ ସଂଗରୋଧର ୧୪ ଦିନ ରହିପାରିବ ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୫ କୋଟି ୬୬ ଲକ୍ଷ ୬୮ ହଜାର ୧୦୪ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୨ ଲକ୍ଷ ୬୮ ହଜାର ୮୮୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।  ୧୩ କୋଟି ୪୮ ଲକ୍ଷ ୪୨ ହଜାର ୪୯୯ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୮୮ ଲକ୍ଷ ୫୬ ହଜାର ୭୨୦ ଜଣ ଲୋକ ସକ୍ରିୟ ଅଛନ୍ତି

ପ୍ରଥମ ପର୍ଯ୍ୟାୟରେ ୪୪୯ଟି ଭେଣ୍ଟିଲେଟର୍‌, ୧୦୦ଟି ଅକ୍ସିଜେନ୍‌ କନ୍‌ସେ‌ଣ୍ଟ୍ରେଟର୍‌ ଏବଂ ଆହୁରି କିଛି କୋଭିଡ୍‌-୧୯ ରିଲିଫ୍‌ ସାମଗ୍ରୀ ଧରି ନେଦର୍‌ଲାଣ୍ଡ୍‌ସ୍‌ରୁ ଆସିଥିବା ବିମାନ ଆଜି ଭାରତରେ ପହଞ୍ଚିଛି।

ସ୍ପୁଟନିକ୍‌ ଭିର ଲାଇଟ୍‌ ଭର୍ସନର ସିଙ୍ଗଲ ଡୋଜ୍‌ କରୋନାକୁ ହରାଇବା ପାଇଁ ପର୍ଯ୍ୟାପ୍ତ। କରୋନା ବିରୋଧରେ ସିଙ୍ଗଲ ଡୋଜ୍‌ ୮୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବୀ ବୋଲି ଦାବି କରିଛି କମ୍ପାନୀ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା 'ଜାନେ ଭୀ ଦେ ୟାରୋ'ର ସଂଗୀତକାରଙ୍କ ଦେହାନ୍ତ...

Fri May 7 , 2021
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ‘ଜାନେ ଭୀ ଦେ ୟାରୋ’ର ସଂଗୀତକାରଙ୍କ ଦେହାନ୍ତ |ମୁମ୍ବଇସ୍ଥ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ବାସ୍ତବବ୍ୟୁରୋ:ହିନ୍ଦୁସ୍ତାନୀ ଏବଂ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତ ଉପରେ ସମାନ ଆଭିମୁଖ୍ୟ ରଖିଥିବା ଜଣାଶୁଣା ସଂଗୀତଜ୍ଞ ଭାନରାଜ ଭାଟିଆ ଶୁକ୍ରବାର ସକାଳେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ କରିଛନ୍ତି।ତାଙ୍କୁ ୯୩ ବର୍ଷ ହୋଇଥିଲେ। ଭାଟିଆ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପାଞ୍ଚ ବର୍ଷ ସଙ୍ଗୀତ ଅଧ୍ୟାପକ ଥିଲେ। ଶ୍ୟାମ […]

You May Like

Pin It on Pinterest