ଆଜିର ଖାସ୍ ଖବର

୧-ପୂର୍ବତନ ବିଧାୟକଙ୍କୁ ନୋଟିସ୍, ଜଲଦି କ୍ବାର୍ଟର ଛାଡ ନଚେତ କଟାଯିବ ବିଜୁଳି ଓ ପାଣି : ବାଚସ୍ପତି।

୨-ଆସନ୍ତା ୨୦ରୁ କିଟ୍‌ ଆନ୍ତର୍ଜାତିକ ଛାୟା ଜାତିସଂଘ, କୂଟନୈତିକ ଓ ରାଜନୈତିକ ପ୍ରସଙ୍ଗର ଯୁକ୍ତି ହେବ ଉପସ୍ଥାପନ।ବିଶ୍ୱର ବିଭିନ୍ନ ଅନୁଷ୍ଠାନର ୨୫ ଶହରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ପାଇଁ କଲେ ନାମ ପଞ୍ଜୀକରଣ ।

୩-ଏଣିକି ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ବାଦାମବାଡ଼ି ଯାଉଥିବା ସମସ୍ତ ବସ୍, ଫ୍ଲାଏ ଓଭର ତଳକୁ ଓହ୍ଲାଇବେ ନାହିଁ, ବିଜ୍ଞପ୍ତି ଜାରି କଲା କମିଶନରେଟ ପୋଲିସ।

୪-ଶେଷ ହେଲା ଆଧାର-ରାସନ କାର୍ଡ ସଂଯୋଗ ପ୍ରକ୍ରିୟା, ପଦାକୁ ଆସିଲେ ୧୯ ଲକ୍ଷ ବେଆଇନ ହିତାଧୀକାରୀ।

୫-ବାରଙ୍ଗ:ଆକ୍ଟିଭାକୁ ଲକ୍ଷେ ଟଙ୍କା ଚାଲାଣ।ବିକ୍ରୟ କରିଥିବା ଡିଲର ନମ୍ବର ଦେଇନଥିବାରୁ ଲାଗୁହେଲା ଏ ଫାଇନ।

୬-ଇତିହାସ ରଚିବେ ମୋଦୀ, ପ୍ରଥମ ଥର ଟ୍ରମ୍ପଙ୍କ ସହ ଗୋଟିଏ ମଞ୍ଚରେ ଆସିବେ ନଜର ସେପ୍ଟେମ୍ବର ୨୨ରେ।

୭-ଟୋଲଗେଟରେ ଚାଲିଛି ଜୋରଦାର ଯାଂଚ, ରାଜ୍ୟରେ ଗିରଫ ହେଲେଣି ୪୨୬ଜଣ ମଦୁଆ ଡ୍ରାଇଭର।

୮-କାଶ୍ମୀର ପ୍ରସଙ୍ଗ: ସ୍ଥିତି ଅନୁଧ୍ୟାନ ପାଇଁ ଯିବେ ପ୍ରଧାନ ବିଚାରପତି।

୯-ଅନ୍ତଃରାଷ୍ଟ୍ରୀୟ ନିଶା ବେପାରୀ ସେକ୍ ରାଜା ଗିରଫ।

୧୦-୧୦ ଦଫା ଦାବିନେଇ ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା, ଛାତ୍ର-ପୋଲିସ ମୁହାଁମୁହିଁ।

୧୧-ଭାରତକୁ ଭରସା ଦେଲା ସାଉଦି ଆରବ, ଅଶୋଧିତ ତୈଳ ଯୋଗାଣରେ ହ୍ରାସ ଘଟିବ ନାହିଁ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Sep 18 , 2019
୧-ତିନି ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା। ୨୦ ହଜାର ସରକାରୀ ଚାକିରିଆ ଓ ୯ ହଜାର ନାବାଳକ ପାଇଛନ୍ତି କାଳିଆ ଟଙ୍କା। ଅର୍ଥ କିଭଳି ଫେରିବ ଏବେ ସରକାରଙ୍କ ପାଇଁ ଏହା ଅଡୁଆସୂତା। ୨-ମୋଟ ୪୦ଟି ଖଣି ନିଲାମ ହେବା ନେଇ ସୂଚନା ଦେଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ୩-ମାଲକାନଗିରି: ଡ୍ରାଇଭର ସହ ମିଶି ରୋଗୀକୁ ପାଞ୍ଚ କିଲୋମିଟର କାନ୍ଧରେ ବୋହି ରୋଗୀର […]

You May Like

Pin It on Pinterest