ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତିକି, କରୋନା ଆକ୍ରାନ୍ତ ହୋଇ ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ ଏମ୍ସରେ ଭର୍ତି ହୋଇଥିଲେ । ଶ୍ରୀ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ସେ ଆଇସିୟୁରେ ଭେଣ୍ଟିଲେଟରରେ ଅଛନ୍ତି । ୪ ଜଣିଆ ଡାକ୍ତରୀ ଦଳ ଶ୍ରୀ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି ।
ଏହି ୪ ଜଣିଆ ଟିମ୍ରେ ଏମ୍ସର ୨ଜଣ ବରିଷ୍ଠ ଡାକ୍ତର ଓ ରାଜ୍ୟ ସରକାରଙ୍କ ୨ଜଣ ବରିଷ୍ଠ ଡାକ୍ତର ନିୟୋଜିତ ହୋଇଛନ୍ତି । ଆବଶ୍ୟକ ହେଲେ ଉନ୍ନତ ଚିକିତ୍ସା ସେବା ପାଇଁ ଶ୍ରୀ ନାଏକଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ହେଲେ ବର୍ତ୍ତମାନ ସେଭଳି ସ୍ଥିତି ନାହିଁ । ତଥାପି ଏହି ବିକଳ୍ପ ସବୁବେଳେ ଖୋଲା ରହିଛି ବୋଲି ଗଣମାଧ୍ୟମକୁ ଏମ୍ସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।



