ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୮୦୭ ଜଣ କରୋନା ସଂକ୍ରମିତ ଚିହ୍ନଟ….

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୮୦୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬୬୧୩ ଜଣସଂକ୍ରମି କ୍ୱାରେଣ୍ଟାଇନରେ ଥିଲାବେଳେ, ଅନ୍ୟ ୫୧୯୪ ଜଣ ସ୍ଥାନୀୟ ବାସିନ୍ଦା । ଏଥିସହ ରାଜ୍ୟରେ ଆଉ ୨୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।

ସର୍ବାଧିକ ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାରୁ ୧୯୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୧୦ ଜଣ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୦୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ଜିଲ୍ଲାରୁ ୫୬୦ ଜଣ ଚିହ୍ନଟ ହୋଇଥିବା ବେଳେ ସମ୍ୱଲପୁରରୁ ୫୩୩, ପୁରୀରୁ ୪୫୪, ବଲାଙ୍ଗୀରରୁ ୪୩୭, ବରଗଡ଼ରୁ ୪୨୮, ଝାରସୁଗୁଡ଼ାରୁ ୪୨୧, ନବରଙ୍ଗପୁରରୁ ୪୧୯, କଳାହାଣ୍ଡିରୁ ୪୦୨ ଓ ଗଞ୍ଜାମରୁ ୩୦୨,ବାଲେଶ୍ୱରରୁ ୨୬୦ ଭଦ୍ରକରୁ ୮୩, ବୌଦ୍ଧରୁ ୧୭୮, ଦେବଗଡ଼ରୁ ୧୧୫, ଢେଙ୍କାନାଳରୁ ୧୭୭, ଗଜପତିରୁ ୧୦୫, କନ୍ଧମାଳରୁ ୯୨, କେନ୍ଦ୍ରାପଡ଼ାରୁ ୧୪୫, କେନ୍ଦୁଝରରୁ ୨୩୧, କୋରାପୁଟରୁ ୧୨୨, ମାଲକାନଗିରିରୁ ୭୦, ମୟୂରଭଞ୍ଜରୁ ୧୭୫, ନୟାଗଡ଼ରୁ ୨୦୪, ନୂଆପଡ଼ାରୁ ୨୮୬, ରାୟଗଡ଼ାରୁ ୧୩୮ ଓ ସୋନପୁରରୁ ୨୧୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ ୩୦୧ ଜଣ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

INS ବିକ୍ରମଦିତ୍ୟରେ ଅଗ୍ନିକାଣ୍ଡ ସମସ୍ତ କର୍ମଚାରୀ ସୁରକ୍ଷିତ:ନୌସେନା

Sat May 8 , 2021
ବାସ୍ତବବ୍ୟୁରୋ:ଶନିବାର ସକାଳେ ଭାରତର ବିମାନ ପରିବହନକାରୀ INS ବିକ୍ରମଦିତ୍ୟରେ ସାମାନ୍ୟ ଅଗ୍ନିକାଣ୍ଡ ଘଟିଛି। ନୌସେନାର ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ନିଆଁ ଲିଭାଯାଇଛି ଏବଂ ଜାହାଜରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି। ବିବୃତ୍ତିରେ କୁହାଯାଇଛି ଯେ ଡ୍ୟୁଟିରେ ଥିବା କର୍ମଚାରୀମାନେ ଯୁଦ୍ଧ ବିମାନରେ ନୌସେନା ବାହିନୀର ଜୀବନ୍ତ ଅଂଶରୁ ଧୂଆଁ ବାହାରୁଥିବା ଦେଖିଥିଲେ। ଜାହାଜର ଡ୍ୟୁଟି କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ତୁରନ୍ତ ପଦକ୍ଷେପ ନେଇଥିଲେ ବୋଲି […]

You May Like

Pin It on Pinterest