୧-ତିନି ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା। ୨୦ ହଜାର ସରକାରୀ ଚାକିରିଆ ଓ ୯ ହଜାର ନାବାଳକ ପାଇଛନ୍ତି କାଳିଆ ଟଙ୍କା। ଅର୍ଥ କିଭଳି ଫେରିବ ଏବେ ସରକାରଙ୍କ ପାଇଁ ଏହା ଅଡୁଆସୂତା।
୨-ମୋଟ ୪୦ଟି ଖଣି ନିଲାମ ହେବା ନେଇ ସୂଚନା ଦେଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।
୩-ମାଲକାନଗିରି: ଡ୍ରାଇଭର ସହ ମିଶି ରୋଗୀକୁ ପାଞ୍ଚ କିଲୋମିଟର କାନ୍ଧରେ ବୋହି ରୋଗୀର ଜୀବନ ବଞ୍ଚାଇଲେ ଡାକ୍ତର ଶକ୍ତି ପ୍ରସାଦ ମିଶ୍ର।
୪-ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶ୍ରୀମନ୍ଦିର ସଂସ୍କାର ଓ ସୁରକ୍ଷା ଜୋନ ଉଚ୍ଛେଦ ମାମଲାର ଶୁଣାଣି, ରିପୋର୍ଟ ଦାଖଲ ପାଇଁ ଆଉ ଦୁଇ ସପ୍ତାହ ସମୟ ମାଗିଲେ ଆମିକସ କ୍ୟୁରୀ।
୫-ଅବସରପ୍ରାପ୍ତ IAS ଅଫିସର ସିଟିଏମ ସୁଗୁଣା ହେଲେ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ଶାଖାର ଅବୈତନିକ ସମ୍ପାଦକ।
୬-ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ସବୁ ସହରାଞ୍ଚଳରେ ବ୍ୟାନ ହେବ ପ୍ଲାଷ୍ଟିକ ବ୍ୟବହାର।
୭-PF ଖାତା ଧାରୀଙ୍କ ପାଇଁ ଖୁସିଖବର, ୨୦୧୮-୧୯ ଲାଗି ମିଳିବ ୮.୬୫ ପ୍ରତିଶତ ସୁଧ।
୮-୧୦୦ ଦିନର ହିସାବ ଦେଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର, କହିଲେ ପିଓକେ ଆମର ଏବଂ ଏହାକୁ ନେଇକି ହିଁ ରହିବୁ।
୯-ରନୱେ ରିକାର୍ପିଙ୍ଗ୍ ପାଇଁ ୮ ମାସ ବନ୍ଦ ରହିବ ଭୁବନେଶ୍ଵର ବିମାନବନ୍ଦର ।
୧୦-ଚିନ୍ତାବଢାଉଛି ତେଲ ଦର ,୬ ରୁ ୭ ଟଙ୍କା ମହଙ୍ଗା ହୋଇପାରେ ପେଟ୍ରୋଲ ଓ ଡିଜେଲ।



