ଆସନ୍ତା ଜୁନ୍ ୩୦ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ ଯୁକ୍ତ ଦୁଇରେ ନାମଲେଖା ପାଇଁ ବର୍ତ୍ତମାନ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ…

ଭୁବନେଶ୍ୱର: ଆସନ୍ତା ଜୁନ୍ ୩୦ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ |ରେଜଲ୍ଟ ଆସିବା ପରେ କଣ କରାଯିବ ନିଷ୍ପତ୍ତି ନିଆଯିବ ।,ଯୁକ୍ତ ଦୁଇରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଆଜି ଏ କଥା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଞ୍ଜନ ଦାଶ। କୁହାଯାଉଛି ମେଧାବୀ ଛାତ୍ରଛାତ୍ରୀ ଯେଭଳି ଭଲ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବାର ସୁଯୋଗ ପାଇବେ, ସେଥିପାଇଁ ଏଭଳି ଯୋଜନା କରାଯାଉଛି। ତେବେ ଏହାକୁ ଶ୍ରୀ ଦାଶ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏନେଇ ବର୍ତ୍ତମାନ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ , ଯେଉଁମାନେ ମାଟ୍ରିକ ରେଜଲ୍ଟରେ ସନ୍ତୁଷ୍ଟ ହେବେ ନାହିଁ ସେମାନେ ପୁଣି ଥରେ ପରୀକ୍ଷା ଦେଇପାରିବେ। ଗତକାଲି ମାଟ୍ରିକ ରେଜଲ୍ଟ ପାଇଁ ଗାଇଡଲାଇନ ପ୍ରକାଶ ପାଇବା ପରେ ଏହା ପୁଣି ଥରେ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି ଅନ୍ୟ କିଛି ବିକଳ୍ପ ନ ଥିବାରୁ ସେଥିପାଇଁ ଏହି ବ୍ୟବସ୍ଥା ଗ୍ରହଣ କରିଛି ବୋର୍ଡ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନ ମନ୍ତ୍ରୀ 'ମାତୃ ବନ୍ଦନ' ଯୋଜନା ମହିଳାଙ୍କ ଆକାଉଣ୍ଟକୁ ପଠାଉଛନ୍ତି ୫ ହଜାର ଟଙ୍କା...

Sat May 8 , 2021
ଗର୍ଭବତୀ ମହିଳାଙ୍କ ଆକାଉଣ୍ଟରେ କେନ୍ଦ୍ର ସରକାର ୫୦୦୦ ହଜାର ଟଙ୍କା ଦେଉଛନ୍ତି। ମାତୃ ବନ୍ଦନ ଯୋଜନା ଅଧୀନରେ ତିନୋଟି ଭିନ୍ନ କିସ୍ତିରେ ୫୦୦୦ ଟଙ୍କା ଦିଆଯାଉଛି। କିନ୍ତୁ ଯେଉଁ ମହିଳାମାନେ ୧୯ ବର୍ଷ ପୂର୍ବରୁ ଗର୍ଭବତୀ ଅଛନ୍ତି ସେମାନେ ଏହି ସୁବିଧା ପାଇବେ ନାହିଁ | ଆସନ୍ତୁ ଜାଣିବା ଯୋଜନା ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ | ଏହି ଯୋଜନା ଅନ୍ତର୍ଗତ, ପ୍ରଥମ ଥର ଗର୍ଭବତୀ ପାଇଁ, ପୁଷ୍ଟିକର […]

You May Like

Pin It on Pinterest