ଆଜି ଅନ୍ତର୍ଜାତୀୟ ମାତୃ ଦିବସ । ମା ମାନଙ୍କୁ ସମ୍ମାନିତ କରିବାର ଦିନ ।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୩୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୩୪୮୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୩୨୮୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୩୯୩୨୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ମହାନଦୀ କୋଇଲା ଫିଲ୍ଡସ୍ ଲିମିଟେଡ୍ ବୋର୍ଡ ସୁନ୍ଦରଗଡ ଓ ଅନୁଗୁଳ ଜିଲ୍ଲାରେ ଗୋଟିଏ ଲେଖାଏଁ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁମୋଦନ ଲାଭ କରିଛି ।କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ସୁନ୍ଦରଗଡର ବସୁନ୍ଧରା ଓ ଅନୁଗୁଳର ଜଗନ୍ନାଥ ଏବଂ ସୁଭଦ୍ରା ଅଞ୍ଚଳରେ ପରିଚାଳିତ ହେବ ।
୧୮-୪୪ ବର୍ଷ ବୟସ ବର୍ଗ ପାଇଁ କରୋନା ଟିକାକରଣ ପାଇଁ ରାଜ୍ୟସରକାର ଘରୋଇ ଡାକ୍ତରଖାନା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି । ଘରୋଇ ଡାକ୍ତରଖାନାଗୁଡ଼ିକ କେବଳ ୧୮ – ୪୪ ବର୍ଷ ବୟସ ବର୍ଗର ଟୀକାକରଣ ପାଇଁ ସରକାରୀ ଟିକାକରଣ କମିଟି (ସିଭିସି) ର ସହଯୋଗ ନେବେ । ବେସରକାରୀ ଡାକ୍ତରଖାନାଗୁଡ଼ିକୁ ଭ୍ୟାକ୍ସିନ୍ ମାଗଣାରେ ଯୋଗାଇ ଦିଆଯିବ ଏବଂ ସେମାନଙ୍କୁ ସେବା ଚାର୍ଜ ଭାବରେ ଟିକା ପାଇଁ ୧୦୦ ଟଙ୍କା ଅର୍ଥ ସଂଗ୍ରହ କରିବାକୁ ଅନୁମତି ଦିଆଯାଇଛି।
ରାଜ୍ୟରେ ଗତ କିଛଦିନ ହେବ ରାଜ୍ୟରେ କାଳବୈଶାଖୀ ଜାରି ରହିଛି । ଆସନ୍ତା ଦୁଇଦିନ ପରେ ପୁଣି ତାତି ପ୍ରକୋପ ବଢ଼ିବ । ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିଯିବ । ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବାର୍ଷିକ ଯୁକ୍ତ ଦୁଇ ପରୀକ୍ଷା ଚଳିତ ବର୍ଷ ଜୁନରେ ହେବାର ସମ୍ଭାବନା ନାହିଁ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ତାମିଲନାଡୁର ପ୍ରଭାବିତ ରୋଗୀଙ୍କ ପାଇଁ ୪୫୦ ଅମ୍ଳଜାନ କନସେନଟ୍ରେଟର ବ୍ୟବସ୍ଥା କରିଛି ଚେନ୍ନାଇ ସୁପର କିଙ୍ଗସ୍ । କୋଭିଡ-୧୯ ରିଲିଫ୍ ଅପରେସନ୍ ସହିତ ଜଡିତ ଏକ ସ୍ୱେଚ୍ଛାସେବୀ ସଂଗଠନ ଭୁମିକା ଟ୍ରଷ୍ଟ ଅମ୍ଳଜାନ କନସନଟ୍ରେଟର ବିତରଣ ସଂସ୍ଥା ଚେନ୍ନାଇ ସୁପର କିଙ୍ଗସ୍ (CSK) କୁ ସାହାଯ୍ୟ କରୁଛି ।
ମଥୁରାରେ ଥିବା ରାଜକୀୟ ଶିଶୁ ଗୃହରେ ଥିବା ୨୨ ଶିଶୁଙ୍କୁ କରୋନା । ଏହାସହ ଏଠାକାର ୬ ଜଣ କର୍ମଚାରୀ ବି ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ପିଲା ଯାହାର ପଜିଟିଭ ରିପୋର୍ଟ ଆସିଛି ଛଅରୁ ଦଶ ବର୍ଷ ବୟସ ହୋଇଥିବା ଜଣାଯାଇଛି ।
ଗୁଜୁରାଟର ଏକ ଗୋଶାଳାରେ ଖୋଲିଛି କୋଭିଡ୍ ସେଣ୍ଟର । କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା କରାଯାଉଛି । ଏହି ସେଣ୍ଟରର ନାଁ ଦିଆଯାଇଛି ବେଦାଲକ୍ଷଣ ପଞ୍ଚଗତ୍ୱ ଆୟୁର୍ବେଦ କୋଭିଡ୍ ଆଇସୋଲେସନ ସେଣ୍ଟର । ଏବେ ଏଠାରେ ୭ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଆକ୍ରାନ୍ତଙ୍କୁ ଦିଆଯାଉଛି ଦୁଗ୍ଧ ଓ ଗୋମୁତ୍ରରୁ ତିଆରି ଔଷଧ ।
ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) କରୋନା ପାଇଁ ସ୍ୱଦେଶୀ ଔଷଧ ବାହାର କରିବା ପରେ ଉତ୍ତରାଖଣ୍ଡର ହଲଦାନୀ ଓ ଋଷିକେଶରେ ୨ଟି କୋଭିଡ କେୟାର ହସ୍ପିଟାଲ ନିର୍ମାଣ କରିଛି । ହଲଦାନୀରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯାଉଛି । ଏଥିରେ ୩୭୫ଟି ଅକ୍ସିଜେନ ବେଡ ଓ ୧୨୫ଟି ଭେଣ୍ଟିଲେଟର ରହବ । ସେହିଭଳି ଋଷିକେଷରେ ୪୦୦ ଅକ୍ସିଜେନ ବେଡ ପ୍ରତିଷ୍ଠା କରୁଛି । ଋଷିକେଶରେ ୧୦୦ଟି ଭେଣ୍ଟିଲେଟର ବେଡ ରହିବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି ।
ସମଗ୍ର ବିଶ୍ୱରେ ୧୫ କୋଟି ୮୨ ଲକ୍ଷ ୯୮ ହଜାର ୮୫୭ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୩୨ ଲକ୍ଷ ୯୫ ହଜାର ୯୫୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୩ କୋଟି ୬୫ ଲକ୍ଷ ୭୭ ହଜାର ୨୫୨ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୮୪ ଲକ୍ଷ ୨୫ ହଜାର ୬୬୫ ଜଣ ଲୋକ ସକ୍ରିୟ ଅଛନ୍ତି ।
ପୃଥିବୀରେ ମାଡ ହେବ ଚାଇନା ରକେଟ୍ । ଚୀନ ରକେଟ୍ ରବିବାର ରାତି ମଧ୍ୟରେ ପୃଥିବୀ ପୃଷ୍ଠରେ ମାଡ ହୋଇପାରେ । ଏହି ରକେଟ ଅନିୟନ୍ତ୍ରିତ ହୋଇ ଘୁରି ବୁଲୁଛି । ତେବେ ଏହା କେଉଁଠାରେ ମାଡ ହେବ ତାହା ସ୍ପଷ୍ଟ ହୋଇନାହିଁ ।