ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୨ଟି କେନ୍ଦ୍ରୀୟ ବିଦ୍ୟାଳୟ ଧର୍ମେନ୍ଦ୍ର ପ୍ରଧାନଙ୍କ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ….

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ରାଜ୍ୟରେ ସୁନ୍ଦରଗଡ଼ ଏବଂ ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ ୨ଟି କେନ୍ଦ୍ରୀୟ ବିଦ୍ୟାଳୟ । ଏମସିଏଲ୍‌ ବୋର୍ଡ ଏଥିପାଇଁ ଅନୁମୋଦନ ଦେଇଥିବାରୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୁନ୍ଦରଗଡ ଲୋକସଭା ସାଂସଦ ଜୁଏଲ ଓରାମ, ବରଗଡ ସାଂସଦ ସୁରେଶ ପୂଜାରୀ, ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପତ୍ର ଆଧାରରେ,ଗତବର୍ଷ ସେପ୍ଟେମ୍ବର ୨୦ ତାରିଖରେ ଧର୍ମେନ୍ଦ୍ର ପ୍ରଧାନ , କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ପତ୍ର ଲେଖିଥିଲେ। ଏହି ପତ୍ରରେ ଏମସିଏଲ୍‌ ଦ୍ୱାରା ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଅନୁଗୁଳ ଜିଲ୍ଲାରେ ୩ଟି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଥିଲେ । ଏହାଦ୍ୱାରା ଉକ୍ତ ଜିଲ୍ଲାର ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ସେ ଶ୍ରୀ ଯୋଶୀଙ୍କୁ ପତ୍ରରେ ଅବଗତ କରିଥିଲେ ।

ଶ୍ରୀ ଯୋଶୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାର ବସୁନ୍ଧରାରେ ଗୋଟିଏ ଏବଂ ଅନୁଗୁଳ ଜିଲ୍ଲାର ଜଗନ୍ନାଥ ଏବଂ ସୁଭଦ୍ରା ଅଞ୍ଚଳରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଏମଏସିଏଲ ବୋର୍ଡ ଅନୁମୋଦନ ଦେଇଛନ୍ତି ।

ପ୍ରାଥମିକ ଶିକ୍ଷା ସ୍ତରରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷା ନୀତି ୨୦୨୦ରେ ମୁଖ୍ୟ ଏଜେଣ୍ଡା ରହିଛି । ଏହି ଖଣିଖାଦାନ ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଗୁଣାତ୍ମକ ଶିକ୍ଷା ପାଇପାରିବେ ଏବଂ ସ୍ଥାନୀୟ ଲୋକଙ୍କର ଆକାଂକ୍ଷା ମଧ୍ୟ ପୂରଣ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀପ୍ରହ୍ଲାଦ ଯୋଶୀ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଇସିୟୁ ବେଡ଼ ପାଇଁ ୧ ଲକ୍ଷ ୩୦ ହଜାର ଲାଞ୍ଚ-କିସ୍ତିରେ ବି ଦେଇ ପାରିବ...

Sun May 9 , 2021
ଲାଞ୍ଚର ସଦ୍ୟତମ ମାମଲା ରାଜସ୍ଥାନର ଜୟପୁରରୁ ଆସିଛି। ଏଠାରେ ରାଜ୍ୟ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଏକ ଘରୋଇ ହସ୍ପିଟାଲର ଜଣେ ପୁରୁଷ ନର୍ସଙ୍କୁ କରୋନା ରୋଗୀଙ୍କ ପାଇଁ ଆଇସିୟୁ ବେଡ୍ ବ୍ୟବସ୍ଥା କରିବା ନାମରେ ଲାଞ୍ଚ ନେଇ ଗିରଫ କରିଛି। ବାସ୍ତବବ୍ୟୁରୋ:ଭାରତରେ କରୋନା ମହାମାରୀ ଚରମ ସୀମାରେ ରହିଛି। ଏହି ସଙ୍କଟ ପରିସ୍ଥିତିରେ, ଗୋଟିଏ ପଟେ ଲୋକମାନେ ପରସ୍ପର ପ୍ରତି ସାହାଯ୍ୟର ହାତ ବଢା଼ଉଛନ୍ତି ଏବଂ ଅନ୍ୟ ପଟେ […]

You May Like

Pin It on Pinterest