
ବାସ୍ତବବ୍ୟୁରୋ:ପୁଡ଼ାଶୁଳ ଛକ ନିକଟରେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ |କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଡ୍ରାଇଭର୍ଙ୍କ ଓ ବ୍ୟକ୍ତିଗତ ପିଏ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।
ମିଲ୍କିଥିବା ଖବର ଅନୁଯାଇ,ସେରଗଡ଼ ଓ ଉଦଳା ରାଜ୍ୟ ରାଜପଥର ପୁଡ଼ାଶୁଳ ଛକ ନିକଟରେ ମଲିଆଣି ପଟରୁ ଆସୁଥିବା ଏକ ଟ୍ରାକ୍ଟର ସହ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ଏହା ଫଳରେ ମନ୍ତ୍ରୀ ସାମାନ୍ୟ ଆହାତ ହୋଇଥିବା ଜଣାପଡ଼ିଛି । ତାଙ୍କସହ ପିଏ, ପିଏସ୍ଓ ଏବଂ ଡ୍ରାଇଭର୍ ମଧ୍ୟ ଆହତ ହୋଇଥିବାର ଖବର ମିଳିଛି | ସମସ୍ତଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଛି ।ପରେ ବାଲେଶ୍ୱର ମେଡିକାଲକୁ ପଠାଯାଇଥିଲା |
କୁହାଯାଏ କେସିପୁର ପଂଚାୟତ ବଢ଼େଇପଲା ଗାଁକୁ ଜଣେ କିଡ୍ନୀ ରୋଗୀଙ୍କ ପରିବାରକୁ ସହାୟତା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଯାଉଥିଲେ |ମନ୍ତ୍ରୀଙ୍କ ସହ ପାଇଲଟ ଗାଡି ନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।ପୋଲିସ ଟ୍ରାକ୍ଟର ଚାଳକକୁ ଥାନାକୁ ଡାକି ପଚରାଉଚରା କରୁଛନ୍ତି |