ଶ୍ରୀ ନବୀନ ପଟ୍ଟନାୟକ ନିଜସ୍ୱ ରିଲିଫ ପାଣ୍ଠିରୁ ବୁଲା ଗାଈ-ଗୋରୁ,କୁକୁରଙ୍କ ପାଇଁ ଷାଠିଏ ଲକ୍ଷ ଟଙ୍କାର ସହାୟତା

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) କରୋନା ସଙ୍କଟରୁ ମୁକୁଳିବା ପାଇଁ ପ୍ରାୟତଃ ରାଜ୍ୟ ଲକ୍ ଡାଉନ୍କୁ ଆପଣେଇଛନ୍ତି |ଏବେ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି ବୁଲା ଗାଈ-ଗୋରୁ,କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାରେ | ଏହାକୁ ଦୃଷ୍ଟିରେ ରଖି, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଜସ୍ୱ ରିଲିଫ ପାଣ୍ଠିରୁ ପାଞ୍ଚୋଟି ମହାନଗର ନିଗମ ୪୮ଟି ମ୍ୟୁନିସ୍‌ପାଲିଟି ଓ ୬୧ଟି ଏନ୍ଏସିକୁ ଷାଠିଏ ଲକ୍ଷ ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି ।

ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ଏହି ଅର୍ଥରେ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ । ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା ଖର୍ଚ୍ଚ କରିପାରିବ , କଟକ, ସମ୍ବଲପୁର, ରାଉରକେଲା, ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା, ମ୍ୟୁନିସପାଲଟି ମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନଏସି ମାନେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଶିଷ୍ଟ ସ୍ଥପତି, ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ କରୋନାରେ ପରଲୋକ

Sun May 9 , 2021
ବାସ୍ତବବ୍ୟୁରୋ: ବିଶିଷ୍ଟ ସ୍ଥପତି, ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ କରୋନାରେ ପରଲୋକ ।ଦ୍ଵିତୀୟ କୋଣାର୍କର ପରିକଳ୍ପନା କରୁଥିବା ଭାସ୍କର୍ଯ୍ୟ ଶିଳ୍ପୀଙ୍କ ନିହାଣର ଶବ୍ଦ ଆଉ ସୁଭିବନି ।ସେ କରୋନା ଯୁଧ୍ୟରେ ହାରିଗଲେ, ସବୁ ଲୋଭ ମୋହ ମାୟାରୁ ସେ ମୁକ୍ତ ଆଜି ସେ ପରପାରିର ଯାତ୍ରୀ |ଭୁବନେଶ୍ଵର ଏମ୍ସ ନିର୍ଦ୍ଦେଶିକାଙ୍କ ସୂଚନା ଅନୁଯାଇ, ଆଜି (ରବିବାର) ଅପରାହ୍ନ ୩ଟା ୪୯ରେ ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ […]

You May Like

Pin It on Pinterest