ଆଗକୁ ଅରମ୍ଭ ହେବାକୁ ଯାଉଛି ଗ୍ରୀଷ୍ମ ଦିନ ଅର୍ଥାତ ଖରା ଦିନ । କିନ୍ତୁ ଗ୍ରୀଷ୍ମର ପ୍ରକୋପ ବଢ଼ିବା ପୂର୍ବରୁ ଆସ୍ୱସ୍ତି ଦେଇଛି ବର୍ଷା । ଏଇ ମାତ୍ର କିଛି ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁଆ ପଥର ସାଙ୍ଗକୁ ବର୍ଷା ଲାଗିରହିଥିବାବେଳେ ଆଜିଠୁ ବର୍ଷା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ , ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପାଗ ସୁଖିଲା ରହିବ । ପୁଣି ମାର୍ଚ୍ଚ ୩ତାରିଖରୁ ବର୍ଷା ଫେରିବ । ୩ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାକୁ ଥିବାବେଳେ ୪ରେ ଉତ୍ତର ଓ ଉପକୂଳରେ ମଧ୍ୟମ ଧରଣର ବର୍ଷା ହେବ ।। ୪ ଓ ୫ ତାରିଖରେ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସେହିପରି ୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଆସନ୍ତା ୨ଦିନ ଯାଏଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ନେଇ କହିଛି ପାଣିପାଗ ବିଭାଗ ।
Next Post
ସହିଦଙ୍କୁ ନେଇ ଚାଲିଛି ରାଜନୀତି !
Fri Mar 1 , 2019
ସହିଦଙ୍କୁ ନେଇ ରାଜନୀତି ମଇଦାନ୍ରେ ସମସ୍ତ ହେବିୱେଟ୍ । ପୁଲୱାମା ହମଲାକୁ ମାତ୍ର ୧୨ଦିନ ପରେ ଭାରତ ର ବାୟୁସେନା ବୋମା ଫିଙ୍ଗିବାକୁ ନେଇ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିଲା ଛକାପଞ୍ଝାର ପରିସ୍ତିତି । ବର୍ତମାନ ଏହି ପରିସ୍ତିତିରେ ମାତ୍ର ଅଳ୍ପ କିଛି ସୁଧାର ଆସିଥିବା ବେଳେ ଦେଖା ଦେଲାଣି ଭାରତର ରାଜନୀତିରେ ରଣକୌଶଳ । ସାମରିକ ବାହିନୀରେ ଦେଶ ପାଇଁ କାର୍ୟ୍ୟକରୁଥିବା ଯବାନ ସହିଦ ହେଲେ ‘ସହିଦ’ର ମାନ୍ୟତା […]

You May Like
-
2 months ago
ବିଞ୍ଝାଲ ସମାଜ ରାଜ୍ୟ ମହିଳା ସଂଘ ସାଂଗଠାନିକ ସଚେତନ ସଭା…
-
5 years ago
ସମସ୍ତ ଭାରତୀୟଙ୍କୁ ମାଗଣାରେ କରୋନା ଟୀକା ଦିଆଯିବ …